ଦୀପିକା-ଦିନେଶ ବିବାଦ; ମହିଳା କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶୁକ୍ରବାର ବି ହାଜର ହେଲେନି ଦିନେଶ

ଦିନେଶଙ୍କ ଆଡଭୋକେଟ କହିଛନ୍ତି ଯେ, ଦିନେଶ ଅସୁସ୍ଥ ଥିବା କାରଣରୁ ଆସି ପାରୁନାହାଁନ୍ତି। ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ। ଏହାକୁ ନେଇ କିନ୍ତୁ ଦୀପିକା ପ୍ରଶ୍ନ ଉଠାଇଛନ୍ତି।

ଦୀପିକା-ଦିନେଶ ବିବାଦ

ଦୀପିକା-ଦିନେଶ ବିବାଦ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଆଜିବି ଆସିଲେନି ଦିନେଶ। ଦେହ ଖରାପର ଆଳ ଦେଖାଇ ପଠେଇଲେ ଓକିଲଙ୍କୁ। ପୂର୍ବରୁ ଦୁଇଥର ହାଜର ହେବା ପାଇଁ ଦିନେଶଙ୍କୁ ନୋଟିସ ହୋଇଥିଲେ ମଧ୍ୟ ହାଜର ହୋଇନଥିଲେ ଦିନେଶ। କିନ୍ତୁ ଏଥର ଆଶା କରାଯାଉଥିଲା ଯେ ଉପସ୍ଥିତ ହେବେ ଓ କିଛି ସମାଧାନ ରାସ୍ତା ବାହାରିବ।

ତେବେ ଦିନେଶଙ୍କ ଅନୁପସ୍ଥିତିରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଥିଲେ ଦୀପିକା। ଅନ୍ୟପଟେ ଦିନେଶଙ୍କ ବାରମ୍ବାର ଅନ୍ୟପସ୍ଥିତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା କମିଶନର ଅଧ୍ୟକ୍ଷା ଡ଼ଃ ମିନତି ବେହେରା।

ପୂର୍ବରୁ ନୋଟିସ ସତ୍ତ୍ୱେ ଭୁବନେଶ୍ୱର ମହିଳା କମିଶନଙ୍କ କାର୍ଯ୍ୟଳୟକୁ ଆସିନଥିବା ଦିନେଶ-ଦୀପିକା ବିବାଦ ଘଟଣାରେ ଆଜି ବି ଫେଲ ମାରିଲା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରାଙ୍କ ଉଦ୍ୟମ। ଦୀର୍ଘ ଚାରିଘଣ୍ଟା ଧରି ଅପେକ୍ଷ ପରେ ବି ମହିଳା କମିଶନରଙ୍କ ପାଖରେ ହାଜର ହେଲେ ନାହିଁ ଦିନେଶ। ବରଂ ନିଜ ଓକିଲ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସୂଚନା ପଠାଇଥିଲେ।

ଦିନେଶଙ୍କ ଆଡଭୋକେଟ କହିଥିଲେ ଯେ, ଦିନେଶ ଅସୁସ୍ଥ ଥିବା କାରଣରୁ ଆସି ପାରୁନାହାଁନ୍ତି। ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ। ଏହାକୁ ନେଇ କିନ୍ତୁ ଦୀପିକା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦୀନେଶ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି ଏବଂ କମିଶନଙ୍କୁ ଅବମାନନା କରିଛନ୍ତି। ଏତେ ଦିନ ଧରି ସେ ଅସୁସ୍ଥ ରହିବା ଅସମ୍ଭବ। କାରଣ ସେ ବାହାରେ ବୁଲୁଛନ୍ତି କିନ୍ତୁ ମହିଳା କମିଶନ ଡାକିଲା ବେଳକୁ ସେ ଅସୁସ୍ଥ।

ସେ ସ୍ପଷ୍ଟ କରିଛନ୍ତି ଯେ ମୁଁ ନିଶ୍ଚୟ ସ୍ତ୍ରୀର ପରିଚୟ ପାଇବି ଏବଂ ମୋ ପୁଅ ବାପର ପରିଚୟ ପାଇବ। ଯେ ପର୍ଯ୍ୟନ୍ତ ସେ ନିଜ ହକ ପାଇନାହାଁନ୍ତି ସେ ପର୍ଯ୍ୟନ୍ତ ସେ ଉଦ୍ୟମ ଜାରି ରଖିବେ। ରାଜ୍ୟମହିଳା କମିଶନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଦୀପିକା। ଅନ୍ୟ ପକ୍ଷରେ ଗଣମାଧ୍ୟମ ଆଗରେ ଦିନେଶଙ୍କ ଓକିଲ ରାଜେନ୍ଦ୍ର ପ୍ରସାଦ କହିଛନ୍ତି ଯେ ମହିଳା କମିଶନ ତାଙ୍କୁ ଆଜି କିଛି କହିବା ପାଇଁ ସୁଯୋଗ ଦେଇନାହାନ୍ତି, ବରଂ ବିରକ୍ତି ପ୍ରକାଶ କରିଥିଲେ। କାରଣ ତାଙ୍କ କ୍ଲାଏଣ୍ଟ ଅସୁସ୍ଥ ଥିବା କଥା ସେ କମିଶନଙ୍କୁ ଅଵଗତ କରାଇଥିଲେ। କିନ୍ତୁ ଏହାକୁ ଗ୍ରହଣ କରିନଥିଲେ ଅଧ୍ୟକ୍ଷ।।

ଅନ୍ୟପକ୍ଷରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ଯେ ଏହି ଘଟଣାରେ ଆପୋଷ ବୁଝାମଣା ନହେଲା ପର୍ଯ୍ୟନ୍ତ ଦିନେଶଙ୍କୁ ହାଜର ହୋଇ ପକ୍ଷ ରଖଯିବାକୁ ନୋଟିସ କରାଯିବ। ମୋଟ ଉପରେ ଦିନେଶଙ୍କ ଅନୁପସ୍ଥିତି ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା କମିଶନ। ସମସ୍ତ କ୍ଷମତା ଲଗାଇ ଦୀନେଶଙ୍କୁ କମିଶନଙ୍କ ତଦନ୍ତ ପରିସରଭୁକ୍ତ କରିବା ସହ ଦୀପିକାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା।

ମୋଟ ଉପରେ ଦୀପିକାଙ୍କ ଧାରଣାକୁ ୯୫ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ପାଇଁ ଜିଲ୍ଲା ପୋଲିସଠାରୁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୀପିକା। ଅପେକ୍ଷ ମହିଳା କମିଶନଙ୍କ ପାଖକୁ କେବେ ଆସୁଛନ୍ତି ଦୀନେଶ। ଆଉ ଘଟଣାର ପୂର୍ଣ୍ଣଛେଦ ପଡୁଛି କେବେ?

ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଶାହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ଖାନଙ୍କ ନେତୃତ୍ୱରେ ପିଟିଆଇ କର୍ମଚାରୀମାନଙ୍କୁ ରାଜଧାନୀରେ ରାଲି କରିବାକୁ ଅନୁମତି ଦେଇନାହାଁନ୍ତି। ଏହି ସମୟରେ ରାଜଧାନୀରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ଦେଇଥିବା ଏକ ଆବେଦନ ଉପରେ ଇସଲାମାବାଦ ହାଇକୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଖାନଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିଲା ଏବଂ ଏକ ସ୍ୱୀକାରୋକ୍ତି ଭିଡିଓ ମଧ୍ୟ ଜାରି କରାଯାଇଥିଲା।
Published by:Lipina Das
First published: