ଦୀପାଳି ନା ବିଶାଲ... କାହାକୁ ମିଳିବ ଟିକେଟ୍ ? ଏମିତି କହିଲେ ଦୀପାଳି !
- News18 Odia
- Last Updated :
- Jharsuguda, India
News 18 Odia Digital
ଝାରସୁଗୁଡା: ଉପନିର୍ବାଚନରୁ (by election) ଲଢିବା ପ୍ରସଂଗରେ ମତ ରଖିଛନ୍ତି ଦିବଙ୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ (deepali das) । ଆଜି ଲଇକେରା ବ୍ଲକ ସାରଙ୍ଗାଲୋଇ ଠାରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦୀପାଳି ଏବଂ ତାଙ୍କ ଭାଇ ବିଶାଳ । ବୈଠକରେ ନବ ଦାସଙ୍କ ସ୍ମୃତି ଚାରଣ କରିବା ସହ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଦୀପାଳି ଏବଂ ବିଶାଳ ।
ଗତ ଜାନୁଆରି ୨୯ରେ ନବ ଦାସଙ୍କୁ ଗୁଳି କରାଯାଇଥିଲା । ତେବେ ଖାଲି ପଡିଥିବା ଝାରସୁଗୁଡା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ହେଲେ ଉଭୟ ଭାଇ ଓ ଭଉଣୀ କହିଛନ୍ତି ଯେ ବିଜେଡି ପ୍ରାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀ କଣ ନିଷ୍ପତ୍ତି ନେବେ ତାହା ତାଙ୍କ ଉପରେ ନିର୍ଭର । ଆଉ ଦୀପାଳି କହିଛନ୍ତି ଯେ ଭାଇକୁ ଟିକେଟ ମିଳିଲେ ମୁଁ ସମର୍ଥନ କରିବି ଏବଂ ମୋତେ ଟିକେଟ ମିଳିଲେ ଭାଇ ମୋ ସହ ରହିବ ।
ଏହି ଖବର ପଢ଼ନ୍ତୁ -
http://ରିଲାଏନ୍ସ ଫାଉଣ୍ଡେସନ୍ 'ଦୃଷ୍ଟି' ଏବେ ଗରିବ ଲୋକଙ୍କ ରାହାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।