News18 Odia Digital
Deepali Das Visit Bhubaneswar: ଭୁବନେଶ୍ବର (Bhubaneswar) ଆସୁଛନ୍ତି ଝାରସୁଗୁଡ଼ାର (Jharsuguda) ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ (Deepali Das)। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (CM Naveen Patnaik) ଭେଟିବାର କାର୍ଯ୍ୟକ୍ରମ ରହିଛି।
ଗତ କାଲି ସାମ୍ନାକୁ ଆସିଥିଲା ଝାରସୁଗୁଡା ଉପନିର୍ବାଚନରେ ପରିଣାମ। ଯେଉଁଥିରେ ବିପୁଳ ଭୋଟ ପାଇଁ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ଫଳଫଳ ଘୋଷଣା ପରେ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଝାରସୁଗୁଡା ବିଜୟ ଉତ୍ସବ ପାଳନ କରାଯାଉଥିଲା।
ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଏହି ବିଜୟ ଝାରସୁଗୁଡାବାସୀଙ୍କ ବିଜୟ।
ଏହା ସହିତ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘‘ବିକାଶ ପାଇଁ ଡବଲ ଇଞ୍ଜିନ ଆବଶ୍ୟକ ନାହିଁ। ବିକାଶ ପାଇଁ ଇଛାଶକ୍ତି ଜରୁରୀ। ଆମ ଝିଅମାନେ ଆମର ଗର୍ବ। ମହିଳାମାନଙ୍କୁ ଆମେ ଉତ୍ସାହିତ କରିଆସିଛୁ। ମହିଳାମାନଙ୍କୁ ବିରୋଧୀ ଅସମ୍ମାନ କରିଛନ୍ତି, ମାତ୍ର ଲୋକମାନେ ଏହାକୁ ବରଦାସ୍ତ କରିନାହାଁନ୍ତି।’’
ମୁଖ୍ୟମନ୍ତ୍ରୀ ଏହାମଧ୍ୟ କହିଥିଲେ ଯେ ଝାରସୁଗୁଡ଼ାର ବିକାଶ ପାଇଁ ବିଜେଡି ଅଧିକ ଗୁରୁତ୍ୱ ଦେବ। ନବ ବାବୁ ଯେଉଁ ବିକାଶର ଧାରା ଆରମ୍ଭ କରିଥିଲେ ବିଜେଡି ତାକୁ ଆଗକୁ ନେବ। ଦଳର ସମସ୍ତ କର୍ମକର୍ତ୍ତା ଓ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ। ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ଝାରସୁଗୁଡ଼ାବାସୀଙ୍କର ବିଜୟ। ମହିଳା ଶକ୍ତିର ବିଜୟ। ଝାରସୁଗୁଡ଼ା ଲୋକମାନଙ୍କ ନିକଟରେ ବିଜେଡି ଋଣୀ।
ଝାରସୁଗୁଡ଼ା ଉପନିର୍ବାଚନରେ ରେକର୍ଡ ବିଜୟ ପରେ ଦୀପାଳି ଦାସଙ୍କୁ ବଡ଼ ଉପହାର ଦେଇପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରେ ସବୁ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି । ଲକ୍ଷାଧିକ ଭୋଟ୍ ସହ ବାପା ନବ ଦାସଙ୍କ ଅପେକ୍ଷା ବଡ଼ ବ୍ୟବଧାନରେ ବିଜୟୀ ହୋଇଥିବା ଦୀପାଳିଙ୍କୁ ମିଳିପାରେ ବଡ଼ ଉପହାର । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଡାର୍କ ହର୍ସ ଭାବେ ଉଭା ହୋଇପାରନ୍ତି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି। ସୂଚନା ଅନୁସାରେ ନୂଆ ମନ୍ତ୍ରିମଣ୍ଡଳରେ ଦୀପାଳିଙ୍କୁ ମନ୍ତ୍ରୀ କରିପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦୀପାଳିଙ୍କୁ କେଉଁ ମନ୍ତ୍ରୀ ପଦ ମିଳିପାରେ ?
ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ପଛରେ ଯଥେଷ୍ଟ କାରଣ ରହିଛି ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି । ପଶ୍ଚିମ ଓଡ଼ିଶାକୁ ଗୁରୁତ୍ବ, ମହିଳା କାର୍ଡ, ଉଚ୍ଚଶିକ୍ଷିତା ଓ ନବ ଦାସଙ୍କ ପରିବାର ପ୍ରତି ଏକ ସମବେଦନା ସ୍ବରୁପ ଦୀପାଳିଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି । ଏବେ ବଡ଼ କଥା ହେଉଛି ଦୀପାଳି ମନ୍ତ୍ରୀ ହେଲେ କେଉଁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ ।
ବିଜେଡିର ଏକ ଗୋଷ୍ଠୀ ଅନୁସାରେ ଦୀପାଳିଙ୍କ ବାପା ନବ ଦାସଙ୍କ ହାତରେ ସ୍ବାସ୍ଥ୍ୟ ବିଭାଗ ଥିବାରୁ ଦୀପାଳିଙ୍କୁ ମଧ୍ୟ ସେଇ ବିଭାଗର ଦାୟିତ୍ବ ଦେଇପାରନ୍ତି ନବୀନ । ରାଜନୀତି ବିଶାରଦଙ୍କ ଅନୁସାରେ ନବ ଦାସଙ୍କ ହତ୍ୟା ପରେ କଡ଼ା ସୁରକ୍ଷା ଭିତରେ ନବଙ୍କ ପରିବାର ରହିଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଭଳି ପଦ ଦେଇ ଏକ ସର୍ପ୍ରାଇଜ ଦେଇପାରନ୍ତି ବିଜେଡି ସୁପ୍ରିମୋ ।
ପଢ଼ନ୍ତୁ ଏହି ଖବର: Cyclone Mocha: ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମୋକା; ଓଡ଼ିଶାରେ ବଢ଼ାଇବ ତାତିଯଦି ଦୀପାଳିଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ମିଳେ ତେବେ ଏବେ ଗୃହରାଷ୍ଟ୍ର ମନ୍ତ୍ରୀ ଥିବା ତୁଷାରକାନ୍ତି ବେହେରାଙ୍କୁ ମିଳିପାରେ ପ୍ରମୋସନ । ପୁରୀ ଜିଲ୍ଲାରୁ ସମୀର ଦାଶଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିବାରୁ ତୁଷାରକାନ୍ତିଙ୍କୁ ହାଇପ୍ରୋଫାଇଲ ବିଭାଗ ଦେଇ କ୍ୟାବିନେଟ ପାହ୍ୟା ମନ୍ତ୍ରୀ କରିପାରନ୍ତି ମୁଖ୍ୟମନ୍ତ୍ରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।