'ବାପା ଗଲା ପରେ ମୁଖ୍ୟମନ୍ତ୍ରୀ ବାପା ପରି ଛିଡ଼ା ହୋଇଛନ୍ତି'; ମୁହଁ ଖୋଲିଲେ ନବ ଦାସଙ୍କ ଝିଅ

ନବଦାସଙ୍କ ହତ୍ଯା ମାମଲାକୁ ରାଜନୀତିକରଣ ନକରିବାକୁ ଅନୁରୋଧ କଲେ ଝିଅ ଦୀପାଳି । କହିଲେ ମୋର ମୁଖ୍ଯମନ୍ତ୍ରୀଙ୍କ ପୂରା ଭରସା ଅଛି ।

ଦୀପାଳି ଦାସ

ଦୀପାଳି ଦାସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ନବ ଦାସଙ୍କ ହତ୍ୟା(Naba Das Death Case)କୁ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି ଦାସ(Deepali Das) । ଏହାକୁ ନେଇ ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି ଦୀପାଳି ।

ଦୀପାଳି କହିଛନ୍ତି, ଏହା ଏକ ସମ୍ୱେଦନଶୀଳ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଓ ଭରସା ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ । ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଅଛି । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ରହିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି, ଏବେ କିଛି କହିବା ଠିକ୍ ହେବନି । କେବଳ ସେତିକି ନୁହେଁ ରାଜନୀତିକୁ ଆସିବେ କି ନାହିଁ ପ୍ରଶ୍ନର ଜବାବରେ ମୁଖ୍ଯମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦୀପାଳି ।



ଅନ୍ଯପଟେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଉପରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ତାରା କହିଛନ୍ତି ନବ ଦାସଙ୍କ ଝିଅକୁ ଭଗବାନ ଆଶୀର୍ବାଦ କରନ୍ତୁ। ଜଗନ୍ନାଥ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ବନ୍ଧୁଙ୍କ ଝିଅ ଭାବେ ବ୍ୟକ୍ତିଗତ ଆକ୍ଷେପ କରିବା ଠିକ ହେବ ନାହିଁ। କିନ୍ତୁ ଏହାଠୁ ଦୁର୍ଭାଗ୍ୟଜନକ କଣ ହୋଇପାରେ। ଏହାର ସଠିକ ତଦନ୍ତ ଦରକାର। ଏସଆଇଟି ତଦନ୍ତର ଆବଶ୍ୟକ ରହିଛି। ଦୀପାଳିଙ୍କର ଯେହେତୁ ଭବିଷ୍ଯତ ଅଛି, ସେଥିପାଇଁ ପଲିଟିକାଲ ପାର୍ଟି ଚାପ ପକାଇଥାଇପାରନ୍ତି । ଦୀପାଳି ବି ବିଜୁ ଜନତା ଦଳରୁ ଛିଡ଼ା ହେବେ। ସେଥିପାଇଁ ତାଙ୍କୁ କହିବାକୁ କୁହାଯାଇଛି। ସେ ଟିକଟ ପାଇବେ, ଛିଡ଼ା ହେବେ ଓ ଜିତିବେ ତେଣୁ କହିବାକୁ ପଡ଼ିବ।

ଭୁଲି ନାହାଁନ୍ତି ଓଡି଼ଆ ସଂସ୍କୃତି; ମୁଣ୍ଡିଆ ମାରି ବିଧାନସଭା ଭିତରକୁ ପ୍ରବେଶ କଲେ ବିଧାୟିକା

ସ୍ୱର୍ଗତ ନବ କିଶୋର ଦାସଙ୍କ (Naba das) ମୃତ୍ୟୁ ପରେ ଝାରସୁଗୁଡ଼ାବାସୀଙ୍କ ପାଇଁ ଏକ ଆମ୍ବୁଲାନ୍ସ (Ambulance)  ଲୋକାର୍ପିତ କରିଛନ୍ତି ଦିପାଳୀ । ମଙ୍ଗଳବଜାର ଅଡିଟୋରିୟମଠାରେ ଆମ୍ବୁଲାନ୍ସ ସେବା ଲୋକାର୍ପଣ ଉତ୍ସବରେ ଦିପାଳୀ ଦାସ ଯୋଗ ଦେଇ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ ।
Published by:Soumya Das
First published: