News 18 Odia Digital
ଝାରସୁଗୁଡ଼ା: ଉପନିର୍ବାଚନ (byelection) ପାଇଁ ଚଳଚଞ୍ଚଳ ହେଲାଣି ଝାରସୁଗୁଡା । ଡେରା ପକାଇଲେଣି ବିଜେଡି (bjd) ନେତା । ପ୍ରାର୍ଥୀ ଦୀପାଳି ଦାସ ପ୍ରଚାର କଲେଣି। ହେଲେ କାର୍ଡ ଖୋଲିନାହାନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ (bjp and congress) । ଆଉ ଦୁଇ ଦଳର ପ୍ରାର୍ଥୀ କିଏ ହେବ ନିଷ୍ପତ୍ତି ନେବ ଦିଲ୍ଲୀ । ସେପଟେ ଶାସକ ଦଳ କହିଛି ଝାରସଗୁଡା ପୁଣିଥରେ ବିଜେଡିର ହେବ। ହେଲେ ବିଜେପି କହିଛି ଏଥର ବାଜି ପଲଟିବ । ଆଉ କହିଛି ଆମେ ଫାଉଟ ଦେବୁ ।
ପାଖେଇ ଆସୁଛି ଝାରସୁଗୁଡା ଭୋଟ ପାଇଁ ପ୍ରାର୍ଥିପତ୍ର ଦାଖଲର ଦିନ। ଶାସକ ଦଳ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେଠାରେ ଭିଡ ଲଗାଇଲେଣି ହେଭିୱେଟ। ଗ୍ରାଉଣ୍ଡରେ ଜିତିବାର ଯୋଜନା କଲେଣି ବିଜେଡି ପର୍ଯ୍ୟବେକ୍ଷକ ଦେବୀପ୍ରାସଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ନାୟକ। ଦୀପାଳି ଦାସ ବିଭିନ୍ନ ଫୋରମରେ ଲୋକଙ୍କୁ ସହ ଯୋଡି ହେଉଛନ୍ତି। ଦିପାଳୀଙ୍କୁ ଟିକେଟ ଦେଇ ଅନୁକମ୍ପା ସହ ମହିଳା କାର୍ଡ ଖେଳିଛି ବିଜେଡି । ହେଲେ ନେତା କହିଛନ୍ତି ବିକାଶକୁ ନେଇ ଦୀପାଳି ଆଗକୁ ବଢିବେ। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ରେକର୍ଡ ଭୋଟରେ ଜିତିବ ବୋଲି କହିଛ ବିଜେଡି ।
ଦଳର ପ୍ରାର୍ଥୀ ନେଇ ଛଅ ଜଣିଆ କମିଟି ରିପୋର୍ଟ ଦିଲ୍ଲୀକୁ ପଠାଯାଇଛି। ଏବଂ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଖୁବ୍ ଶୀଘ୍ର ସଂସଦୀୟ ବୋର୍ଡ ବୈଠକରେ ସ୍ଥିର ହେବ। ସେପଟେ ବିଜେପି ଟିକେଟ ଆଶାୟୀ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି ଭୟରେ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ। ହେଲେ କିଛି ଲାଭ ହେବନି ବରଂ ଏଥର ପରିବର୍ତ୍ତନ ନିଶ୍ଚୟ ହେବ ।
ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ୫ ଜଣିଆ କମିଟି ୩ ତାରିଖରେ ଝାରସୁଗୁଡ଼ା ଯାଇ କଂଗ୍ରେସ କର୍ମୀଙ୍କ କହିବା ଅନୁସାରେ ପ୍ରାର୍ଥୀ ଚୟନ କରିଥିଲେ। ୬ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦେଇଥିବା ବେଳେ ତିନି ଜଣଙ୍କ ନା ସୁପାରିସ କରାଯାଇଛି। ଦିଲ୍ଲୀରୁ ଯାହା ନାମ ଆସିବ ତାଙ୍କୁ ସମର୍ଥନ କରାଯିବ। ସେପଟେ ଟିକେଟ ଆଶାୟୀ ତଥା କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ମିଶ୍ର କହିଛନ୍ତି ବେକାରୀ ସମସ୍ୟାକୁ ପ୍ରମୁଖ ପ୍ରସଂଗ କରିବ ଦଳ। ସେପଟେ କଳିଙ୍ଗ ସେନା ମହେନ୍ଦ୍ର ପଟ୍ଟନାୟକଙ୍କୁ ଝାରସୁଗୁଡା ପ୍ରାର୍ଥୀ କରିଛି।
୨୦୧୯ରେ ବିଜେଡିକୁ ୯୮ ହଜାର ୬୨୦ ଭୋଟ ମିଳିଥିବା ବେଳେ ବିଜେପି ୫୨ ହଜାର ୯୨୧ ଓ କଂଗ୍ରେସକୁ ମିଳିଥିଲା ୧୮ ହଜାର ୮୨୩ ଭୋଟ। ଆଉ ଏଥର ନବ ଦାସଙ୍କ ଆବର୍ତ୍ତମାନରେ ବିଜେଡି ସାଥିରେ ରହିଛି ଅନୁକମ୍ପା।
ଏହି ଖବର ପଢ଼ନ୍ତୁ -
ରାଷ୍ଟ୍ରପତିଙ୍କ ଆସାମ ଗସ୍ତରୁ ଆସିଲା ନିଆରା ଦୃଶ୍ଯ: ପ୍ରୋଟୋକଲ୍ ଭାଙ୍ଗିଲେ, ଲୋକଙ୍କୁ ଭେଟିଲେPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।