News18 Odia Digital
ଝାରସୁଗୁଡ଼ା ଉପନିର୍ବାଚନ (Jharsuguda by election) ତାରିଖ ଘୋଷଣାର ୨ଦିନ ଭିତରେ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଛି ବିଜେଡି। ସ୍ବର୍ଗତ ନବ ଦାସ (Naba Das)ଙ୍କ ଝିଅ ଦୀପାଳିଙ୍କୁ (Deepali Das) ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Pattnaik) । ଦୀପାଳିଙ୍କ ଶିକ୍ଷାଗତ ଯୋଗ୍ୟତା ଓ କେଉଁଠୁ କଣ କଣ ଡ୍ରିଗ୍ରୀ ହାସଲ କରିଛନ୍ତି ଅନେକ ଲୋକ ଜାଣିନାହାନ୍ତି ।

ନବ ଦାସଙ୍କ ସହ ଦୀପାଳି ଦାସ
ଦୀପାଳିଙ୍କ ପ୍ରୋଫାଇଲ (Dipali Das Profile)
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ୧୯୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ବୁର୍ଲା ଡିଏଭି ପବ୍ଲିକ ସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ। ଏହାପରେ ସେ ମୋଦି ଇନଷ୍ଟିଚ୍ୟୁଟ୍, ରାଜସ୍ଥାନରୁ ଦ୍ବାଦଶ ପାସ୍ କରିଥିଲେ। ଦ୍ବାଦଶ ପରେ ସେ କେସି କଲେଜ, ମୁମ୍ବାଇରୁ ବାଣିଜ୍ୟରେ ସ୍ନାତକ। ସ୍ପେନରୁ କମ୍ୟୁନିକେସନ ଓ ପବ୍ଲିକ ରିଲେସନରେ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଦୀପାଳି ଦାସଙ୍କୁ ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ କରିଛି ବିଜେଡି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀପାଳି
ଦୀପାଳି ଦାସ ଝାରସୁଗୁଡ଼ା ରାଜନୀତିରେ ନବାଗତ। ବାପାଙ୍କ ମୃତ୍ୟୁ ପରେ ଦୀପାଳି ଲଢ଼ିବେ ନିର୍ବାଚନ।ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନ ବେଳେ ପ୍ରଚାର କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ବାପାଙ୍କ ସହ ଦୀପାଳିଙ୍କୁ ଦେଖିବାକୁ ମିଳିଥିଲା

ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ଦୀପାଳି
ତେବେ ଏହା ପୂର୍ବରୁ ନବଙ୍କ ଆସନରେ ବିଜେଡି କାହାକୁ ଟିକେଟ ଦେବ ତାହାକୁ ନେଇ ବହୁତ ଆଲୋଚନା ହେଉଥିଲା । ତେବେ ଅଧିକ କିଛି ରାଜନୈତିକ ଆଲୋଚନା ହେବା ପୂର୍ବରୁ ହିଁ ବିଜେଡି ତାର ଅନୁକମ୍ପା କାର୍ଡ ଖେଳି ଦେଇଛି । ଆସନ ହାତେଇବା ପାଇଁ ବିଜେଡି ଏବେ ମଇଦାନକୁ ଦୀପାଳିଙ୍କୁ ଓହ୍ଲାଇଛି । ତେବେ ଏବେ ବାସ ବିରୋଧୀଙ୍କ ପ୍ରାର୍ଥୀ ତାଲିକା ଜାରି ହେବାକୁ ଅପେକ୍ଷା ।

ଏବେ ଦୀପାଳିଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା
ପ୍ରକାଶ ଥାଉକି ଉପନିର୍ବଚାନ ବିଗୁଲ ବାଜିବା ଦିନ ଦୀପାଳି ତାଙ୍କର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ବାପାଙ୍କ ପରି। ତାଙ୍କର ଆର୍ଶୀବାଦ ସଦାସର୍ବଦା ଆମ ଉପରେ ରହିଛି। ଆଉ ସେ ଯାହାଙ୍କୁ ପ୍ରାର୍ଥୀ କରିବେ ଆମେ ତାଙ୍କୁ ସମର୍ଥନ କରିବୁ। ଆଉ ବାପାଙ୍କର ଯେଉଁ ଅଧୁରା ଆଶା ରହିଛି ତାହାକୁ ମଧ୍ୟ ପୂରଣ କରିବୁ।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ୧୯୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ
ସେପଟେ ଦୀପାଳିଙ୍କ ଏହି କଥା ପରେ ବିଜେଡି ସୁପ୍ରିମୋ ମଧ୍ୟ ତାଙ୍କ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ଆଉ ଝାଡସୁଗୁଡା ଉପନିର୍ବାଚନ ପାଇଁ ଦୀପାଳିଙ୍କ ନାମରେ ମୋହର ମାରି ଦେଇଛନ୍ତି ନବୀନ।
ପଢ଼ନ୍ତୁ ଏହି ଖବର: ଝାରସୁଗୁଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଘୋଷଣା; ନିର୍ବାଚନ ଲଢ଼ିବେ ଦୀପାଳି ଦାସମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍। ମେ ୧୩ ତାରିଖରେ ଭୋଟ୍ ଗଣତି ହେବ। ଏପ୍ରିଲ ୨୦ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ। ଏପ୍ରିଲ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦେଇଛନ୍ତି ନିର୍ବାଚନ କମିଶନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।