ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଟୋକିଓ ଅଲିମ୍ପିକ୍ସ ପାଇଁ ମହିଳା ହକି ଦଳର ଭାଇସ୍-କ୍ୟାପଟେନ୍ ହେଲେ

ଏକ ମାତ୍ର ଓଡ଼ିଆ ଭାବେ ଭାରତର ମହିଳା ହକି ଦଳରେ ସ୍ଥାନ ପାଇଥିବା ଡିଫେଣ୍ଡର୍ ଦୀପ୍ ଗ୍ରେସ୍ ଏକ୍କାଙ୍କ ସହ ଗୋଲ୍-ରକ୍ଷକ ସବିତାଙ୍କୁ ମଧ୍ୟ ଉପ-ଅଧିନାୟକ ଘୋଷଣା କରାଯାଇଛି । ଅଭିଜ୍ଞ ଷ୍ଟ୍ରାଇକର୍ ରାଣୀ ରାମପାଲ ପୁଣି ଥରେ କ୍ୟାପଟେନ୍ ହୋଇଛନ୍ତି ।

ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଟୋକିଓ ଅଲିମ୍ପିକ୍ସ ପାଇଁ ମହିଳା ହକି ଦଳର ଭାଇସ୍-କ୍ୟାପଟେନ୍ ହେଲେ
ଦୀପ୍ ଗ୍ରେସ୍ ଏକ୍କା
  • News18 Odia
  • Last Updated: June 21, 2021, 11:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ପାଇଁ ଓଡ଼ିଆ ଡିଫେଣ୍ଡର୍‌ ଦୀପ୍‌ ଗ୍ରେସ୍‌ ଏକ୍କାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଭାରତୀୟ ମହିଳା ହକି ଦଳର ଭାଇସ୍‌-କ୍ୟାପଟେନ ହୋଇଛନ୍ତି ଦୀପ୍‌ ଗ୍ରେସ୍‌ । ଟୋକିଓ ଅଲିମ୍ପିକ୍ସ ପାଇଁ ୧୬-ଜଣିଆ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍‌ ଭାବେ ପୁଣି ଥରେ ଅଭିଜ୍ଞ ଷ୍ଟ୍ରାଇକର୍ ‌ରାଣୀ ରାମପାଲଙ୍କ ନାମ ଘୋଷଣା କରିଛି ହକି ଇଣ୍ଡିଆ।

ଫିଲ୍ଡ ଉପରେ ‌ରାଣୀ ରାମପାଲଙ୍କ ଦକ୍ଷତା ସହ ଯୁବ ଖେଳାଳିମାନଙ୍କୁ ସାଥିରେ ନେଇ ଖେଳିବାର ନିପୁଣତା ଯୋଗୁଁ ତାଙ୍କୁ ଦଳର ନେତୃତ୍ୱ କରିବା ଦାୟିତ୍ୱ ଦିଆଯାଇଛି । ଏକ ମାତ୍ର ଓଡ଼ିଆ ଭାବେ ଭାରତର ମହିଳା ହକି ଦଳରେ ସ୍ଥାନ ପାଇଥିବା ଡିଫେଣ୍ଡର୍‌ ଦୀପ୍‌ ଗ୍ରେସ୍‌ ଏକ୍କାଙ୍କ ସହ ଅଭିଜ୍ଞ ଗୋଲ୍‌-ରକ୍ଷକ ସବିତାଙ୍କୁ ମଧ୍ୟ ଉପ-ଅଧିନାୟକ ଭାବେ ଘୋଷଣା କରାଯାଇଛି । ତିନି ଜଣ ଯାକ ଖେଳାଳିଙ୍କୁ ଶୁଭେଛା ଜଣାଇଛି ହକି ଇଣ୍ଡିଆ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ୨୫୦ ଟଙ୍କା ବଢ଼ିଲା; ତଥାପି ସର୍ବୋଚ୍ଚ ସ୍ତର ଠାରୁ ୧୦,୭୩୧ ଟଙ୍କା କମ୍ ଅଛି

ରାଣୀ ରାମପାଲଙ୍କ ଅଧିନାୟିକତ୍ୱରେ ଭାରତୀୟ ମହିଳା ଦଳ ଲଗାତର ଭାବେ ଗତ ଚାରି ବର୍ଷ ହେଲା ଅନେକ ସଫଳତା ହାସଲ କରିଛି। ତାଙ୍କ ଅଧିନାୟିକତ୍ଵରେ ଦଳ ୨୦୧୭ ଏସିଆ କପ୍‌ ବିଜୟୀ ହୋଇଥିଲା । ୨୦୧୮ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଓ ୨୦୧୮ ଏସିଆନ୍ସ ଚାମ୍ପିଆନ୍ସ ଟ୍ରଫିରେ ରୌପ୍ୟ ପଦକ ସହ ୨୦୧୯ର ଏଫ୍‌.ଆଇ.ଏଚ୍‌. ସିରିଜ୍‌ ଫାଇନାଲରେ ବିଜୟୀ ହୋଇଥିଲା ଭାରତୀୟ ମହିଳା ହକି ଦଳ ।

ରାଣୀ ରାମପାଲ୍


ରାଣୀ ରାମପାଲଙ୍କ ନେତୃତ୍ୱରେ ମହିଳା ଦଳ ପ୍ରଥମ ଥର ପାଇଁ ୨୦୧୮ରେ ଲଣ୍ଡନ୍‌ ଏଫ୍‌.ଆଇ.ଏଚ୍‌. ମହିଳା ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲକୁ ଯାଇଥିଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ତାଙ୍କ ଗୋଲ୍‌ ବଳରେ ଭାରତୀୟ ଦଳ ୟୁ.ଏସ୍‌.ଏ.କୁ ୬-୫ରେ ହରାଇ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲା।

ଏହା ବି ପଢ଼ନ୍ତୁ | ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ

ଉଭୟ ଦୀପ୍‌ ଗ୍ରେସ୍‌ ଏକ୍କା ଓ ସବିତା ପାଖାପାଖି ଏକ ଦଶନ୍ଧି ହେବ ଭାରତୀୟ ମହିଳା ଦଳର କୋର୍‌ ଗୃପରେ ରହିଛନ୍ତି । ୨୦୧୮ରେ ଭାରତୀୟ ମହିଳା ଦଳ ବିଶ୍ୱ ମାନ୍ୟତାର ନବମ ସ୍ଥାନରେ ରହିଥିଲା. ସେଥିରେ ଏହି ଦୁଇ ଖେଳାଳିଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା । ଏଫ୍‌.ଆଇ.ଏଚ୍‌. ମହିଳା ବିଶ୍ୱ କପରେ ଉଭୟଙ୍କ ଶକ୍ତିଶାଳୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

‘‘ଏହା ମୋ’ ପାଇଁ ଏକ ଗୌରବର ବିଷୟ । ଏହା ମୋତେ ଭବିଷ୍ୟତରେ ଭଲ ପ୍ରଦର୍ଶନ ପାଇଁ ଅଧିକ ପ୍ରୋତ୍ସାହିତ କରିବ। ଦଳରେ ବିଭିନ୍ନ ପ୍ରାନ୍ତର ଖେଳାଳି ଅଛନ୍ତି । କିନ୍ତୁ କରୋନା ମହାମାରୀ କାରଣରୁ ଗତ ୧୫ ମାସ ହେଲା ଆମେ ଗୋଟିଏ ୟୁନିଟ୍‌ ଭାବେ ଏକତ୍ର ହୋଇରହିଛୁ । ଅଲିମ୍ପିକ୍ସ ଖେଳିବା ଦିଗରେ ଆମ ଯାତ୍ରାର ପଥରେ କରୋନା ଏକ ବଡ଼ ଚ୍ୟାଲେଞ୍ଜ ଥିଲା,’’ କହିଛନ୍ତି ଦୀପ୍‌ ଗ୍ରେସ୍‌ ଏକ୍କା କହିଛନ୍ତି ।

ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ

ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ଜୋର୍ଡ଼ ମାରିନ୍‌ କହିଛନ୍ତି, ‘‘ଅଧିନାୟକ ଦାୟିତ୍ୱ ପାଇଥିବାରୁ ମୁଁ ରାଣୀଙ୍କୁ ଶୁଭେଚ୍ଛା ଜଣାଉଛି । ଏଥି ସହ ଦୁଇ ଉପଅଧିନାୟକ ଦୀପ୍‌ ଗ୍ରେସ୍‌ ଏକ୍କା ଓ ସବିତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ତିନି ଜଣ ଯାକ ଖେଳାଳି ଦୀର୍ଘ ସମୟ ଧରି ଦଳରେ ନିଜର ଦକ୍ଷତା ଓ ଦାୟିତ୍ୱ ପ୍ରଦର୍ଶନ କରିଛନ୍ତି। ଦୁଇ ଜଣ ଉପଅଧିନାୟକ ବ୍ୟବସ୍ଥା ଭବିଷ୍ୟତରେ କୋର୍‌ ଲିଡ଼ରସିପ୍‌ ଗ୍ରୁପକୁ ଅଧିକ ଶକ୍ତିଶାଳୀ କରିବ । ସେମାନଙ୍କ ଅଭିଜ୍ଞତା ଓ ଦକ୍ଷତା ଟୋକିଓରେ ଭଲ ପ୍ରଦର୍ଶନ ହାସଲ କରିବାରେ ସହାୟକ ହେବ ।’’



କ୍ୟାପଟେନ୍‌ ରାଣୀ କହିଛନ୍ତି, ‘‘ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ୱ ନେବା ମୋ’ ପାଇଁ ଗର୍ବର ବିଷୟ। ଏଥି ପାଇଁ ହକି ଇଣ୍ଡିଆ, କୋଚିଂ ଷ୍ଟାଫ୍‌ ଓ ଚୟନକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।’’
Published by: Anand ST Das
First published: June 21, 2021, 11:41 PM IST