ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକାରେ ଡଙ୍ଗା ଓ ଭସାପୋଲ ଚଳାଚଳ ବନ୍ଦ ପାଇଁ ଜିଲା ପ୍ରଶାସନର ନିଷ୍ପତ୍ତି
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ବାତ୍ୟାକୁ ଦୃଷ୍ଟିରେ ରଖି ଏବଂ ପାଗରେ ପରିବର୍ତ୍ତନ କାରଣରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା-ସାତପଡ଼ା ଚିଲିକାରେ ପର୍ଯ୍ୟଟକ ଯାତାୟାତ କରୁଥିବା ଯାତ୍ରୀବାହୀ ଭସାପୋଲ ଏବଂ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ଏପରି ପଦକ୍ଷପ ଗ୍ରହଣ କରାଯାଇଛି ।
ସେପଟେ ଆଜି ସକାଳୁ ଲୋକମାନେ ପୁରୀକୁ ଯିବା ପାଇଁ ଚିଲିକାରେ ଦୀର୍ଘ ୫ କିଲୋମିଟର ଚିଲିକା ପାର ହେବା ପାଇଁ ଯାତ୍ରୀମାନଙ୍କୁ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭସାପୋଲ ଡଙ୍ଗା ଚଳାଚଳ ବନ୍ଦ ଯୋଗୁଁ ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀମାନେ ଘରକୁ ନିରାସ ହୋଇ ଫେରିଛନ୍ତି । ଡଙ୍ଗା ବନ୍ଦ ଯୋଗୁଁ ଘରୋଇ ଡଙ୍ଗା ଚାଳକ ମାନେ ଯାତ୍ରୀମାନଙ୍କ ଠାରୁ ମାତ୍ରାଧିକ ଭଡା ଶୋଷଣ କରି ଚିଲିକା ପାର୍ କରୁଥିବା ସୂଚନା ମିଳିଛି ।
ତେବେ ଚିଲିକାରେ ଲୋକମାନଙ୍କର ଏକମାତ୍ର ଯାତାୟତର ମାଧ୍ୟମ ହେଉଛି ଭସାପୋଲ ଓ ଡ଼ଙ୍ଗା । ହେଲେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ । ତେଣୁ ଲୋକମାନଙ୍କ ଚଳ ପ୍ରଚଳ ପାଇଁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।