ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକ ଦୁର୍ଗା ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିପାରେ; ୨/୩ ଦିନ ମଧ୍ୟରେ ଆସିବ ନିଷ୍ପତ୍ତି

କଟକ ଦୁର୍ଗା ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିପାରେ; ୨/୩ ଦିନ ମଧ୍ୟରେ ଆସିବ ନିଷ୍ପତ୍ତି

ସରକାର କଟକରେ ଦୁର୍ଗା ପୂଜାରେ ମୂର୍ତ୍ତିର ଉଚ୍ଚତା ଚାରି ଫୁଟରୁ ଅଧିକ କରିବାର ଦାବି ପୂରଣ ନ କଲେ ଆଗାମୀ ପୌର ନିର୍ବାଚନକୁ ଆଖିରେ ରଖି ବିରୋଧୀ ଦଳ କଂଗ୍ରେସ ଓ ବିଜେପି ନିଜ ଆନ୍ଦୋଳନକୁ ଜୋରଦାର୍ କରିବେ ବୋଲି କହିଛନ୍ତି ।

କଟକ ଦୁର୍ଗା ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିପାରେ; ୨/୩ ଦିନ ମଧ୍ୟରେ ଆସିବ ନିଷ୍ପତ୍ତି
କଟକରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଏକ ପ୍ରଦର୍ଶନରେ ଭାଗ ନେଉଛନ୍ତି ।
  • News18 Odia
  • Last Updated: September 8, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ଦୁର୍ଗା ପୂଜାକୁ ନେଇ ଜାରି ଥିବା ବିବାଦ ଉପରେ ଲୋକସେବା ଭବନରେ ପୂଜା କମିଟି ଓ ସରକାରଙ୍କ ମଧ୍ୟରେ ବୁଧବାର ଦିନ ହୋଇଥିବା ବୈଠକରେ କୌଣସି ସ୍ପଷ୍ଟ ନିଷ୍କର୍ଷ ବାହାରି ନ ଥିଲେ ବି ଆଲୋଚନା ସକାରାତ୍ମକ ହୋଇଛି । ଚଳିତ ବର୍ଷ କଟକ ଦୁର୍ଗା ପୂଜାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ପରମ୍ପରାର ମୁତାବକ ହେବ ନା ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ମୁତାବକ ଚାରି ଫୁଟର ହେବ ତାହା ବୈଠକ ପରେ ଆସନ୍ତା ଦୁଇ ଦିନ ମଧ୍ୟରେ ବା ଗଶେଷ ପୂଜା ପରେ ବିଦ୍ଧିବଦ୍ଧ ଭାବେ ରାଜ୍ୟ ସରକାର ଜଣାଇବେ ବୋଲି ପୂଜା କମିଟି କର୍ମକର୍ତ୍ତାମାନଙ୍କୁ ପ୍ରତିଶୃତି ମିଳିଛି ।

ଦୁର୍ଗା ପୂଜା ସମୟରେ ସର୍ବସାଧାରଣଙ୍କୁ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ ରହିଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରିବା ଓ ପୂଜାରେ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଏହା ବି ପଢ଼ନ୍ତୁ | PM ମୋଦିଙ୍କୁ ବିରୋଧ କରି ୟୁଟ୍ୟୁବ୍ ଭିଡିଓ ବନାଉଥିବା ୬୨-ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଗଲା

‘‘ଏବେ ମୂର୍ତ୍ତି ଉଚ୍ଚତା ସମ୍ପର୍କରେ କିଛି ଦ୍ବନ୍ଦ୍ୱ ନାହିଁ । ରାଜ୍ୟ ସରକାର ଦୁଇ ଦିନ ଭିତରେ ଏନେଇ ଜଣାଇବେ ବୋଲି କହିଛନ୍ତି । ମଣ୍ଡପରେ ପରଦା ରହିବ କି ନାହିଁ ତାହା ସେହି ସମୟର କୋଭିଡ ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ । ଏଥିରେ ଆମେ ମଧ୍ୟ ସହମତ ଅଛୁ । କିନ୍ତୁ ମୂର୍ତ୍ତିର ଉଚ୍ଚତା ବଢି଼ବ ଏହି ଆଶା ଆମେ କରୁଛୁ,’’ କହିଛନ୍ତି କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ ।

ଲୋକସେବା ଭବନରେ ବୁଧବାର ଦିନ ଆୟୋଜିତ ବୈଠକର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | ଭାରତରେ ପାଣିରୁ ଚାଲିବ ଟ୍ରେନ୍  କାର୍! PM ହାଇଡ୍ରୋଜେନ୍ ମିଶନ୍ ଘୋଷଣା କଲେ

ଲୋକସେବା ଭବନ ଅନୁଷ୍ଠିତ ଏହି ବୈଠକ ଓ ଏହାର ନିର୍ଯ୍ୟାସ ଉପରେ କଟକ ସହରବାସୀଙ୍କ ସହ ପୂଜା କମିଟି, ସାମାଜିକ ସଙ୍ଗଠନ ଓ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ନଜର ମଧ୍ୟ ରହିଥିଲା । ବୈଠକ ପରେ ପୂଜାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜାଣିବା ପରେ କଟକ ଦୁର୍ଗା ପୂଜାକୁ ପ୍ରସଙ୍ଗ କରି ଆନ୍ଦୋଳନ କରୁଥିବା କଂଗ୍ରେସ ଓ ବିଜେପି ନିଜ ନିଜର ସ୍ବର ନରମ କରିଛନ୍ତି । ରାଜ୍ୟ ସରକାର ଏକ ସକାରାତ୍ମ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ଉଭୟ ଦଳ ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ଧରାପଡ଼ିଥିବା ୪ ଜଣ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ଅଯୋଧ୍ୟାର ରାମ ମନ୍ଦିର

ସରକାର ଦୁର୍ଗା ମୂର୍ତ୍ତିର ଉଚ୍ଚତା ଚାରି ଫୁଟରୁ ବଢ଼ାଇବା ଆଶା ପୂରଣ ନ କଲେ କଂଗ୍ରେସ ନିଜ ଆନ୍ଦୋଳନକୁ ଜୋରଦାର କରିବା ବୋଲି କହିଥିବା ବେଳେ ନିଜ ପୂର୍ବ ଯୋଜନା ମୁତାବକ ଆସନ୍ତା ୧୩ ତାରିଖ ଦିନ କଟକ ବନ୍ଦ ଡାକରାକୁ ସଫଳ କରିବା ପାଇଁ ନିଜ ଉଦ୍ୟମକୁ ଆହୁରି ତୀବ୍ର କରିବ ବୋଲି କହିଛି ବିଜେପି ।

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଏବେ ଆଉ ଘରୁ ଖାଦ୍ୟ ଆଣିବା ଦରକାର ନାହିଁ; ପୁଣି -କ୍ୟାଟରିଂ ସେବା ଆରମ୍ଭ

‘‘ଆମର ଦୁଇଟି ଦାବି ରହିଛି । ଦୁର୍ଗା ମୂର୍ତ୍ତର ଉଚ୍ଚତା ପରମ୍ପରା ମୁତାବକ ରହୁ ଆଉ ପୂଜାରେ ମା'ଙ୍କ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯାଉ । ସରକାର ତ ଦୁଇ ଦିନ ସମୟ ନେଇଛନ୍ତି । ଏହି ଦୁଇ ଦିନ ଭିତରେ ଆମର ଦାବି ପୂରଣ ହେଲା ତ ଭଲ । ନ ହେଲେ ୧୩ ତାରିଖ କଟକ ବନ୍ଦ ଡାକରାକୁ ଆମେ ଆହୁରି ଜୋରଦାର କରିବୁ,’’ କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।



କିନ୍ତୁ ଏହାରି ଭିତରେ ପୂଜା ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବା ନେଇ କଂଗ୍ରେସ, ବିଜେପି ଓ ବିଜେଡ଼ି ମଧ୍ୟରେ ଛକାପଞ୍ଝା ମଧ୍ୟ ଚାଲିଛି । ଆଗାମୀ ପୌର ନିର୍ବାଚନକୁ ଆଖିରେ ରଖି ବିଜେପି ଓ କଂଗ୍ରେସ ରାଜନୈତିକ ଗୋଟି ଚାଳନା କରିଥିବା ବେଳେ ଏହି ଦୌଡ଼ରେ ଏବେ ବିଜେଡି ମଧ୍ୟ ସାମିଲ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକଟି ସରକାରୀ ହୋଇଥିଲେ ମଧ୍ୟ ଏଥିରେ କଟକର ଦୁଇ ଜଣ ବିଜେଡି ବିଧାୟକ, ଦୁଇ ଜଣ ପୂର୍ବତନ ବିଧାୟକ ଓ ଜଣେ ରାଜ୍ୟ ସଭା ସାଂସଦଙ୍କ ସହ ବିଜେଡିର ସାଙ୍ଗଠନିକ ମୁଖ୍ୟ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତି କିଛି ଏହି ଦିଗ ଆଡ଼େ ଇଙ୍ଗିତ କରୁଛି ।
Published by: Anand S.T. Das
First published: September 8, 2021, 11:57 PM IST