ପାରାଦ୍ଵୀପକୁ ନେଇ ଦେବାଶିଷ ବନାମ ସମ୍ବିତ ଲଢ଼େଇ; ପରସ୍ପରକୁ ଠେଲିଲେ ଦୋଷ

ବିଧାୟକ ସମ୍ବିତ ରାଉତରାୟଙ୍କୁ ଦେବାଶିଷ ସାମନ୍ତରାୟ ଟାର୍ଗେଟ କରିବା ପରେ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ଵ ଶ୍ରମିକ ଦିବସ ଅବସରରେ ଶିଳ୍ପାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦେବାଶିଷଙ୍କ ଅଭିଭାଷଣ ଏବେ ଭାଇରାଲ ହେଉଛି।

ପାରାଦ୍ଵୀପକୁ ନେଇ ଦେବାଶିଷ ବନାମ ସମ୍ବିତ ଲଢ଼େଇ ଲାଗିଛି (ପ୍ରତୀକାତ୍ମକ ଛବି)

ପାରାଦ୍ଵୀପକୁ ନେଇ ଦେବାଶିଷ ବନାମ ସମ୍ବିତ ଲଢ଼େଇ ଲାଗିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦାମଙ୍କ ପୁଅ ତଥା ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କୁ ଦେବାଶିଷ ସାମନ୍ତରାୟ ଟାର୍ଗେଟ କରିବା ପରେ ଚର୍ଚ୍ଚା ଜୋର୍ ଧରିଛି। ଦେବାଶିଷ ସାମନ୍ତରାୟଙ୍କ ଏଭଳି ବୟାନ ପାରାଦ୍ଵୀପରେ ତାଙ୍କର ଲଢ଼ିବା ନେଇ ଅଭିଳାଷ ଥିବା ଚର୍ଚ୍ଚା ହେଉଛି। ବିଶ୍ଵ ଶ୍ରମିକ ଦିବସ ଅବସରରେ ଶିଳ୍ପାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦେବାଶିଷଙ୍କ ଅଭିଭାଷଣ ଏବେ ଭାଇରାଲ ହେଉଛି।

ଦେବାଶିଷ ସାମନ୍ତରାୟ ସିଧାସଳଖ କିଛି କଥାକୁ ନେଇ ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କୁ ସମାଲୋଚନା କରିବା ସହ ନିଜର ଅଭିଳାଷା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,"ଅନ୍ୟ ନିର୍ବାଚନ ମଣ୍ଡଳୀରେ ଲେବର କାର୍ଡ଼ ମିଳୁଥିବା ବେଳେ ଏଠି ଲୋକ ଲେବର କାର୍ଡ଼ ପାଉନାହାଁନ୍ତି। କିଛି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ତଥ୍ୟ ଦେଇ ଏଠି ଲୋକ କାର୍ଡ଼ ପାଉନାହାଁନ୍ତି ବୋଲି କହୁଛନ୍ତି। ଲୋକଙ୍କୁ ଅଭିଭାଷଣ ଦେଇ କହିଛନ୍ତି ଆପଣମାନଙ୍କ ପରି ମୋ ଭାଗ୍ୟ ବି ଖରାପ । ଯଦି ସେପରି ସୁଯୋଗ ପାଏ ମା ଶାରଳା ଓ ମହାପ୍ରଭୁ କରନ୍ତି ଏ ଅଞ୍ଚଳରେ କୌଣସି ମା ଆଖିରେ ଲୁହ ରହିବ ନାହି। ମୁଁ କ୍ଷୋଭ ଜଣାଉଛି କିନ୍ତୁ କିଛି କରିପାରୁନାହଁ। ଏକ ସଙ୍ଗଠିତ ଦଳ ଭିତରେ ରହିଛି ଓ ଶୃଙ୍ଖଳା ଭିତରେ ରହିଛି। କିନ୍ତୁ ପାରାଦ୍ଵୀପ ରେ ଗୋଟେ ଆନ୍ଦୋଳନ ଯେ ପର୍ଯ୍ୟନ୍ତ ନ ହୋଇଛି କେହି ଶୁନିବେନି। ମୁଁ ଆନ୍ଦୋଳନ ନ କଲେ ବି ଆଗାମୀ ପିଢ଼ି ଆନ୍ଦୋଳନ କରିବ"।

ଦେବାଶିଷଙ୍କ ଏପରି କଥାକୁ ସହଜରେ ଗ୍ରହଣ କରି ପାରିନାହନ୍ତି ସମ୍ବିତ ବିଧାୟକ ରାଉତରାୟ। ବିଶ୍ଵ ଶ୍ରମିକ ଦିବସରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ପରେ ତେରଛା ବାଣ ମାରିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ।ସ୍ୱପ୍ନ ଦେଖିବା ମନା ନାହିଁ। କିନ୍ତୁ ଦିବାସପ୍ନ ଦେଖିବା ଭାରି ଭୟଙ୍କର ବୋଲି କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ନିର୍ବାଚନ ଲଢ଼ିଥିଲି, ସେତେବେଳେ କଣ ଦେବାଶିଷ ଫୋଟ ବ୍ୟାନର, ପୋଷ୍ଟରରେ ଥିଲା କି । ଦେବାଶିଷ ଫୋଟ ଦେଖି ମତେ ଭୋଟ ଦେଲେ କି ଲୋକେ ।  ଲୋକେ ମତେ ଚହିଁନାହାନ୍ତି କହିବା ଠିକ ନୁହେଁ । ୨୧ ହଜାର ଭୋଟରେ ଜିତିଛି।  ସମସ୍ତଙ୍କର ଆଶା ରହିବା ଠିକ କିନ୍ତୁ ଅନ୍ୟକୁ ତଳେ ପକାଇ , ନିନ୍ଦା, ତିରସ୍କାର କରି ଉପରକୁ ଉଠାଇବାକୁ ଚେଷ୍ଟା କରିବା ଅନୁଚିତ। ୪୫ ବର୍ଷ ଧରି ସେଠି ରାଜନୀତି କରୁଛୁ। ବିଜେଡ଼ି - ବିଜେଡ଼ି ମଧ୍ୟରେ ଏଭଳି କଥା କଟାକଟି ରାଜ୍ୟ ରାଜନୀତିରେ ଚହଳ ପକାଇଛି।
Published by:Soumya Das
First published: