ଶ୍ରୀକ୍ଷେତ୍ରରେ ଦେବ ଦୀପାବଳିକୁ ନେଇ ଶ୍ରୀମନ୍ଦିରରୁ ଗୁଣ୍ଡିଚାମନ୍ଦିର ଯାଏଁ ଲଗାଯାଇଛି ୧ ଲକ୍ଷ ଦୀପ

ଶ୍ରୀକ୍ଷେତ୍ରରେ ଦେବ ଦୀପାବଳିକୁ ନେଇ ଶ୍ରୀମନ୍ଦିରରୁ ଗୁଣ୍ଡିଚାମନ୍ଦିର ଯାଏଁ ଲଗାଯାଇଛି ୧ ଲକ୍ଷ ଦୀପ। ସେବାୟତ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଦୀପଦାନ କରାଯାଇଛି।

ଦେବ ଦୀପାବଳି

ଦେବ ଦୀପାବଳି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ପୁରୀ: ଶ୍ରୀକ୍ଷେତ୍ରରେ ଦେବ ଦୀପାବଳିକୁ ନେଇ ଶ୍ରୀମନ୍ଦିରରୁ ଗୁଣ୍ଡିଚାମନ୍ଦିର ଯାଏଁ ଲଗାଯାଇଛି ୧ ଲକ୍ଷ ଦୀପ। ସେବାୟତ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଦୀପଦାନ କରାଯାଇଛି। ତେବେ ଶ୍ରୀମନ୍ଦିରରେ ଗତକାଲି ଚତୁର୍ଦ୍ଦଶୀ ତିଥିରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେଉଛନ୍ତି। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ସହ ପାଳନ ହେବାର ପରମ୍ପରା ରହିଆସିଛି। ଆଜି ଦ୍ଵିତୀୟ ଦିନ ମାର୍ଗଶିର କୃଷ୍ଣ ଅମାବାସ୍ୟା ତିଥିରେ ସନ୍ଧ୍ୟାଧୂପ ନୀତି ହେଲା ପରେ ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ୟେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ପରେ ତୃତୀୟ ଦିନ ଅର୍ଥାତ ଗୁରୁବାର ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ,ନନ୍ଦ,ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି।

ଏହି ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିବେ। ଏହା ସହ ଶ୍ରୀମନ୍ଦିରରେ ତିନିଦିନ ମଧ୍ୟ ମହାଦୀପ ମଧ୍ୟ ପ୍ରଜ୍ବଳିତ ହେବାର ବିଧି ରହିଛି। ତେଣୁ ଏହି ଦେବଦୀପାବଳିରେ ପ୍ରତିଦିନ ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇବେ। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ ହାତ ,ଶ୍ରୀବଳଭଦ୍ର ୧୪ ହାତ ଓ ଦେଵୀ ସୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି।

ଶ୍ରାଦ୍ଧ ବେଶରେ ତଡଗୀ,ନଳୀଭୂଜ,ଚନ୍ଦ୍ର,ସୂର୍ଯ୍ୟ, କୁଣ୍ଡଳୀ,ଆଡକାନି,ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ଠାକୁର ମାନେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସେପଟେ ଏହି ଅବସରରେ ବଡ଼ଦାଣ୍ଡରୁ ଆରମ୍ଭ କରି ଶରଧାବାଲି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଦୀପଦାନ କରାଯାଇଛି। ଓଡ଼ିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ଶ୍ରୀକ୍ଷେତ୍ର ଯୁବ ଅନୁଷ୍ଠାନ ପକ୍ଷରୁ ଦୀପଦାନ ସହ କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଉଧେଶ୍ଵରେ ଓ ବିଶ୍ୱସାନ୍ତି ପାଇଁ ଏହି ଦୀପଦାନ କରାଯାଇଥିବା କହିଛନ୍ତି।
Published by:Soumyashree Mishra
First published: