News 18 Odia Digital
ଭୁବନେଶ୍ୱର; ହସ୍ପିଟାଲ ଯିବା ବାଟରେ ଯାଉଛି ପ୍ରସୂତି ଓ ନବଜାତଙ୍କ ଜୀବନ। ପ୍ରତିବର୍ଷ ଅନେକ ଦୃଶ୍ୟ ଉଭୟ ମୁଖ୍ୟ ସହର ଓ ଉପାନ୍ତ ସ୍ଥାନ ଗୁଡ଼ିକରେ ଦେଖିବାକୁ ମିଳୁଛି । ୨୦୧୬ ରୁ ୨୦୨୧ ମଧ୍ୟରେ ୭୭୧ ଜଣ ମାଆ ଓ ଶିଶୁଙ୍କ ଜୀବନ ଗଲାଣି । ୨୦୧୫-୨୦୧୬ ରେ ୯୪ ଜଣ, ୨୦୧୬-୨୦୧୭ ରେ ୧୪୮ଜଣ, ୨୦୧୭-୨୦୧୮ରେ ୧୧୫ ଜଣ, ୨୦୧୮-୨୦୧୯ ରେ ୧୦୭ ଜଣ, ୨୦୧୯-୨୦୨୦ ରେ ୧୧୭ ଜଣ, ୨୦୨୦-୨୦୨୧ ରେ ୯୭ ଜଣ, ୨୦୨୧-୨୦୨୨ ରେ ୯୩ ଜଣଙ୍କ ଜୀବନ ଯାଇଛି ।
ସେହିପରି ୫ ବର୍ଷ ମଧ୍ୟରେ ହସ୍ପିଟାଲ ଯିବା ବାଟରେ ଜନ୍ମ ନେଇଛନ୍ତି ୫୫୯୭ ଶିଶୁ । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟରୁ ଏହା ଜଣା ପଡ଼ିଛି । ୨୦୧୫ ନଭେମ୍ବରରୁ ୨୦୧୬ ମାର୍ଚ୍ଚ ମଧ୍ୟରେ ୨୪୯ ଜଣ ରେ ହସ୍ପିଟାଲ ଯିବା ବାଟରେ ଜନ୍ମ ନେଇଥିବା ବେଳେ ୧୪୮ ପୁତ୍ର ଓ ୧୦୧ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି । ୨୦୧୬-୧୭ ରେ ୯୧୭ ଜଣଙ୍କ ମଧ୍ୟରୁ ୪୯୯ ପୁତ୍ର ଓ ୪୧୮ କନ୍ୟା । ୨୦୧୭-୧୮ ରେ ୯୮୦ ଜଣଙ୍କ ମଧ୍ୟରୁ ୫୬୦ ପୁତ୍ର ଓ ୪୨୦ କନ୍ୟା , ୨୦୧୮-୧୯ରେ ୮୩୯ ଜଣଙ୍କ ମଧ୍ୟରୁ ୪୭୨ ପୁତ୍ର ଓ ୩୬୭ କନ୍ୟା । ୨୦୧୯-୨୦ ରେ ୧୦୧୭ ଜଣଙ୍କ ମଧ୍ୟରୁ ୬୦୧ ପୁତ୍ର ଓ ୪୧୬ କନ୍ୟା । ୨୦୨୦-୨୧ ରେ ୭୯୭ ଜଣଙ୍କ ମଧ୍ୟରୁ ୪୭୬ ପୁତ୍ର ଓ ୩୩୦ କନ୍ୟା । ୨୦୨୧-୨୨ ରେ ୭୯୮ ଜଣଙ୍କ ମଧ୍ୟରେ ୪୪୭ ପୁତ୍ର ଓ ୩୫୧ ଜଣ କନ୍ୟା ଜନ୍ମ ନେଇଛନ୍ତି ହସ୍ପିଟାଲ ଯିବା ବାଟରେ ।
ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା ରହିଛି । ଆଶାଙ୍କ ସହାୟତାରେ ପ୍ରସୂତି ମହିଳା ଚିହ୍ନଟ କରାଯାଇ ସେମାନଙ୍କୁ ସୁବିଧା ଯୋଗାଇ ଦିଆ ଯାଉଛି କିନ୍ତୁ ଅନେକ ସମୟରେ ଅନ୍ଧ ବିଶ୍ୱାସ ଯୋଗୁଁ ଏଭଳି ଘଟଣା ଘଟୁଛି । ହସ୍ପିଟାଲ ଯିବା ବିଳମ୍ବ ହେବା କାରଣରୁ ରାସ୍ତାରେ ଅନେକଙ୍କ ମୃତ୍ୟୁ ହେଉଛି । ଅବହେଳା ନ କରି ସଠିକ୍ ସମୟରେ ପରାମର୍ଶ କରି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ଜରୁରୀ ସ୍ଥିତି ପାଇଁ ରାଜ୍ୟର ପ୍ରତି ବ୍ଳକ ରେ ଷ୍ଟାଣ୍ଡ ବାଏରେ ଏକ ଆମ୍ବୁଲାନ୍ସ ରହିବା ଉଚିତ୍ । ଅନେକ ସମୟରେ ବିଭିନ୍ନ ଔଷଧ ଦୋକାନରୁ ମେଡିସିନ ଖାଇ ଗୁରୁତର ହେବା ପରେ କିଛି ଜଣ ମେଡିକାଲ ଯାଉଛନ୍ତି । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର CHC, PHC ଓ ସବ୍ ସେଣ୍ଟର୍ ଗୁଡ଼ିକୁ ଅସୁସ୍ଥ ମାଆ ଓ ଶିଶୁ ଯିବା ଉଚିତ୍ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସୋନାଲି ସାହୁ କହଛନ୍ତି । ସେହିପରି ଗୁଣି ଗାରେଡ଼ି , ଅନ୍ଧ ବିଶ୍ବାସ ଯୋଗୁଁ ବି ଅନେକ ଜୀବନ ଯାଉଚି । ସେଥିରୁ ନିବୃତ ରହିବା ଉଚିତ୍ । ସରକାର ଏ ଦିଗରେ ଅଧିକ ସଚେତନତା କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।