ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ; ଅବହେଳା ଅଭିଯୋଗ ଆଣିଲେ ପରିବାର
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଦେହ ଅସୁସ୍ଥ କାରଣରୁ କଏଦୀ ଜଣକ ମୃତ୍ୟୁବରଣ (Death) କରିଛନ୍ତି । ମୃତ କଏଦୀ ଜଣକ ହେଲେ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ୱନାଥ ବଳିୟାର ସିଂହ । ଗତ ୧୬ ଜୁଲାଇ ୨୦୨୨ ରେ ଏକ ହତ୍ୟା ଘଟଣାରେ (Murder case) ବିଶ୍ଵନାଥଙ୍କ ସହ ୨୨ ଜଣ ଅଭିଯୁକ୍ତ ଜେଲ୍ ଯାଇଥିଲେ । ଗତ କିଛି ଦିନ ହେବ ବିଶ୍ଵନାଥଙ୍କ ଶରୀର ଅସୁସ୍ଥ ହୋଇଥିବାବେଳେ ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ଜେଲ୍ କର୍ମଚାରୀମାନେ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ମୃତ କଏଦୀଙ୍କ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିବାବେଳେ ପେଟ ଯନ୍ତ୍ରଣା ଯୋଗୁଁ ବିଶ୍ଵନାଥଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ କହିଛନ୍ତି । ତେବେ ଗାଁରେ ଗଛ କଟା ଘଟଣାକୁ କେନ୍ଦ୍ରକରି ବିଶ୍ଵନାଥଙ୍କ ସହ ୨୨ ଜଣ ମିଶି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ପୁରୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଗତ ୬ ମାସ ହେବ ବିଶ୍ଵନାଥ ପେଟରେ ଯନ୍ତ୍ରଣା ପୀଡ଼ିତ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ଏହି ଖବର ପଢ଼ନ୍ତୁ -
http://ପ୍ରେମ କରି ବିଫଳ ହେଲେ ଯୁବକ; ନାବାଳିକାଙ୍କ ପାଟିରେ ପୁରାଇଲେ ସିଗାରେଟ୍Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।