ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ପରଲୋକ; ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ସାରା ରାଜ୍ୟବାସୀଙ୍କ ପାଇଁ ଏହା ଏକ ଦୁଃଖଦ ଖବର । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ପରଲୋକ ହୋଇଛି । ହସ୍ପିଟାଲ କର୍ତ୍ତପକ୍ଷ ଏନେଇ ସୂଚନା ଦେଇଛନ୍ତି । ଼ଡାକ୍ତରଙ୍କ ତମାମ ଚେଷ୍ଟା ସତ୍ୱେ କିଛି ଫଳପ୍ରଦ ହୋଇପାରିନାହିଁ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ପରଲୋକ; ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ପରଲୋକ; ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସାରା ରାଜ୍ୟବାସୀଙ୍କ ପାଇଁ ଏହା ଏକ ଦୁଃଖଦ ଖବର । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ପରଲୋକ ହୋଇଛି । ହସ୍ପିଟାଲ କର୍ତ୍ତପକ୍ଷ ଏନେଇ ସୂଚନା ଦେଇଛନ୍ତି । ଼ଡାକ୍ତରଙ୍କ ତମାମ ଚେଷ୍ଟା ସତ୍ୱେ କିଛି ଫଳପ୍ରଦ ହୋଇପାରିନାହିଁ ।

ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ (Health minister Naba das ) । କିନ୍ତୁ ହଠାତ କେହି କିଛି ଭାବିବା ପୂର୍ବରୁ ବନ୍ଧୁକର ଶବ୍ଦ ଶୁଭିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିବା ପରେ ଖବର ଆଖି ପିଛୁଳାକେ ଚାରିଆଡେ ପ୍ରଚାରିତ ହୋଇଗଲା । ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନନ୍ତରଣ କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରାଯିବା ପରେ ତୁରନ୍ତ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ବିମାନବନ୍ଦର ଏବଂ ବିମାନବନ୍ଦରରୁ ଗ୍ରୀନ କରିଡର କରାଯାଇ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ବର୍ତ୍ତମାନ ଆପୋଲୋ ହସ୍ପିଟାଲରେ ବର୍ତ୍ତମାନ ଡାକ୍ତର ଦେବାଶିଷ ନାୟକ ନେତୃତ୍ୱରେ ୫ଜଣିଆ ଡାକ୍ତରୀ ଟିମ ଚିକିତ୍ସା କରୁଥିଲେ ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିବା ଘଟଣାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଘଣ୍ଟେ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ନିଜେ ଆଶ୍ଚର୍ଯ୍ୟ, ସକାଳୁ କଥା ବି ହୋଇନି ତାଙ୍କ ସହ । ୭ କି ୮ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ଥରେ ଥାନାରୁ କୁଆଡେ ପଳାଇଯାଇଥିଲେ । ମେଡିସିନ ଖାଉଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ଛୁଟିରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ । ସେ ଖୁବ ଭଲ ଏମିତି କାହିଁକି କଲେ ମୁଁ କିଛି ଜାଣିପାରୁନି ।ସେ ମତେ କିଛି କହିନାହାନ୍ତି ନବ ଦାସଙ୍କ ବିଷୟରେ । ସେ ଜଣେ ସ୍ପୋର୍ଟମ୍ୟାନ ଥିଲେ । ସ୍ତ୍ରୀ ହିସାବରେ ଏ ଖବର ଶୁଣି ମତେ ଭଲ ଲାଗୁନି । ୪ ମାସ ତଳେ ଛୁଟିରେ ଆସିଥିଲେ ଭଲ ଥିଲେ । ଆଜି ସକାଳେ ଝିଅକୁ ଭିଡିଓ କଲ୍ କରିଥିଲେ । କଥା ହେବା ସମୟରେ ଅନ୍ୟ ଏକ ଫୋନ କଲ୍ ଆସିବାରୁ କହିଲେ ଫୋନ ରଖ ଗୋଟେ କଲ୍ ଆସୁଛି । ମୁଁ ୧୫ ଦିନ ତଳେ କ୍ୱାଟରକୁ ଯାଇଥିଲି । ମେଡିସିନ ଖାଉଥିଲେ ମଝିରେ ମଝିରେ ମେଡିସିନ ଛାଡିଦେଇଥିଲେ । ମୁଁ କହିବାରୁ ଖାଇଥିଲେ । ଏବେ ଖାଉଥିଲେ କି ନାହିଁ ମୁଁ ପଚାରିନଥିଲି । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ । ଆପଣ ଷ୍ଟାଫଙ୍କୁ ପଚାରନ୍ତୁ ସେ ସମସ୍ତଙ୍କ ସହ ଭଲ । ମୁଁ କଣ କରିବି ନିଜେ କିଛି ଭାବି ପାରୁନି । ପିଲାମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେମାନେ ଭାବୁଛନ୍ତି ହଠାତ କିପରି ଏପରି ହୋଇଗଲେ ବାପା । ବ୍ରହ୍ମପୁରରେ କନେଷ୍ଟବଳ ଥିଲେ ପ୍ରମୋଶନ ପରେ ଝାରସୁଗୁଡା ବଦଳି ହୋଇଯାଇଥିଲା ।
Published by:Soubhagya Mishra
First published: