News 18 Odia Digital
ଭୁବନେଶ୍ୱର-: ରାଜ୍ୟ ରାଜଧାନୀରେ ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ । ମୃତ ମହିଳା ନାମ ସୁମିତ୍ରା କାଟିଆ । ସୁମିତ୍ରାଙ୍କ ଘର ନୟାଗଡ଼ ହୋଇଥିବା । ସେ କ୍ୟାପିଟାଲ ଥାନା ଅଧିନ ୟୁନିଟ-୫ ରେ ସ୍ୱାମୀ ଓ ଦିଅରଙ୍କ ସହ ଭଡା ଘରେ ରୁହନ୍ତି । ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁ ବେଳକୁ ୪ମାସର ଗର୍ଭବତୀ ଥିଲେ ସୁମିତ୍ରା ।

ସୁମିତ୍ରାଙ୍କ ସ୍ୱାମୀ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପିଅନ ଭାବେ କାମ କରନ୍ତି । ମଙ୍ଗଳବାର ରାତିରେ ଘର ଭିତରେ ସୁମିତ୍ରା ଆତ୍ମହତ୍ୟା କରିଥିଲେ । ସ୍ୱାମୀ ଓ ଦିଅର ସୁମିତ୍ରାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପୋଲିସ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ସୁମିତ୍ରାଙ୍କ ପରିବାର ଲୋକଙ୍କୁ ଅବଗତ କରିଛି ।
ପରିବାର ଲୋକେ କହିଛନ୍ତି, " ଆତ୍ମହତ୍ୟା ନୁହେଁ ଝିଅକୁ ହତ୍ୟା କରାଯାଇଛି । ଆଉ ଏହା ପଛରେ ଦିଅର ଅଜୟ କାଟିଆର ହାତ ଅଛି । କାରଣ ଅଜୟ, ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଏକଥା ସୁମିତ୍ରା ସ୍ୱାମୀ ଓ ନିଜ ବାପ ଘରେ କହିଥିଲା । ହେଲେ ସ୍ୱାମୀ ଚୁପ ରହିଥିଲେ । ଗତକାଲି ସ୍ୱାମୀ ଘରେ ନଥିବା ସୁଯୋଗ ନେଇ ସୁମିତ୍ରାକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି" ।
ପରିବାର ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ସୁମିତ୍ରାଙ୍କ ସ୍ୱାମୀ ଓ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ ଘର ଭିତରୁ ପ୍ରମାଣ ଯୋଗାଡ଼ କରିଥିବା ସୂଚନ ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।