ଭୁବନେଶ୍ୱରର ନିଶା ନିବାରଣ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଆରମ୍ଭ

ପରିବାର ଲୋକେ ରାଜୀବଙ୍କୁ ହତ୍ୟା କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ଲାଗିଥିବା ସିସିଟିଭି ଜାଞ୍ଚ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଭୁବନେଶ୍ୱରର ନିଶା ନିବାରଣ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱରର ନିଶା ନିବାରଣ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଆରମ୍ଭ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ରାଜଧାନୀରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ୩୮ବର୍ଷୀୟ ରାଜୀବ ଶ୍ରୀଚନ୍ଦନ । ଭୁବନେଶ୍ୱର କୋଳଥିଆରେ ଥିବା ନିଷ୍ଠା ନିଶାନିବାରଣ କେନ୍ଦ୍ରରୁ ରାଜୀବଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଜୀବଙ୍କ ଘର ଖଣ୍ଡଗିରି ଥାନା ଅଧିନ ଡୁମୁଡୁମା ଫେଜ-୨ ଅଞ୍ଚଳରେ ବୋଲି ଜଣାପଡିଛି । ସେ ରାଜ୍ୟ ସରକାରଙ୍କ ଟ୍ରେଜେରୀ ବିଭାଗରେ ଚାକିରି କରୁଥିଲେ।



ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ, ଗତ ୨୪ତାରିଖରେ 'ନିଷ୍ଠା' ନାମକ ଏକ ନିଶାନିବାରଣ କେନ୍ଦ୍ରରେ ରାଜୀବ ଆଡ଼ମିଟ ହୋଇଥିଲେ । ହେଲେ ଆଜି ହଠାତ ତାଙ୍କର ମୃତ୍ୟ ଖବର ପରିବାର ଲୋକଙ୍କୁ ଦିଆଯାଇଥିଲା । ପରିବାର ଲୋକେ ରାଜୀବଙ୍କୁ ହତ୍ୟା କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ଲାଗିଥିବା ସିସିଟିଭି ଜାଞ୍ଚ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ରାଜୀବଙ୍କ ମୃତ୍ୟୁ ହେଲା ସେନେଇ ଖୋଳତାଡ଼ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ଆସନ୍ତାକାଲି ପୋଲିସ ନିଶା ନିବାରଣ କେନ୍ଦ୍ରକୁ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି । ସେପଟେ ନିଶା ନିବାରଣ କେନ୍ଦ୍ରର କତ୍ତୃପକ୍ଷଙ୍କୁ ପୋଲିସ ପଚରାଉଚରା ଆରମ୍ଭ କରିଛି । ଆସନ୍ତାକାଲି ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିବେ ବୋଲି ଜଣାପଡ଼ିଛି ।
Published by:Soubhagya Mishra
First published: