ଦାଦା ବଟିକୁ କେନ୍ଦ୍ର କରି ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଦାଦା ବଟିକୁ କେନ୍ଦ୍ର କରି ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବଳଙ୍ଗା ଥାନା ଅନ୍ତର୍ଗତ ମହୁରା ଗ୍ରାମର ଆଶା ରଞ୍ଜୁଲତା ପରିଡା ଏବେ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ।

ଦାଦା ବଟିକୁ କେନ୍ଦ୍ର କରି ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଦାଦା ବଟିକୁ କେନ୍ଦ୍ର କରି ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଦାଦା ବଟିକୁ କେନ୍ଦ୍ର କରି ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ (Attack) ଅଭିଯୋଗ । ବଳଙ୍ଗା ଥାନା ଅନ୍ତର୍ଗତ ମହୁରା ଗ୍ରାମର ଆଶା ରଞ୍ଜୁଲତା ପରିଡା ଏବେ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ (Puri Medical) ଚିକିତ୍ସାଧୀନ ।

ବଳଙ୍ଗା ଥାନାରେ ଆଶାକର୍ମୀଙ୍କ ସ୍ୱାମୀ ରାଜକିଶୋର ପରିଡାଙ୍କ ଏତଲା ଅନୁଯାୟୀ ୧୫ ଦିନ ତଳେ ନିକଟସ୍ଥ ପାଣିଛତ୍ର ଡାକ୍ତରଖାନାର ଏଏନଏମ କ୍ୱାର୍ଟର ରିପ୍ୟାରିଂ କାର୍ଯ୍ୟ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା ବେଳେ ତଦାରଖ କରିବା ପାଇଁ ଆଶାକର୍ମୀ (Aspirants) ରଞ୍ଜୁଲତା ପରିଡାଙ୍କୁ ଦିଆଯାଇଥିଲା । ତେବେ ସେହି ଗ୍ରାମର ସୁଦର୍ଶନ ଜେନା ନାମକ ଜଣେ ଯୁବକ କାର୍ଯ୍ୟ ବନ୍ଦ କରିବା ପାଇଁ ଧମକ ଦେବା ସହ ଦାଦାବଟି ମାଗିଥିଲା । ହେଲେ ଆଶାକର୍ମୀ ରଞ୍ଜୁଲତା ଏଥିରେ କର୍ଣ୍ଣପାତ ନ କରିବାରୁ ସୋମବାର ଦିନ ରଞ୍ଜୁଲତାଙ୍କ ଘରେ ପଶି ସୁଦର୍ଶନ ଓ ତା ସହଯୋଗୀ ମିଶି ଆଶାକର୍ମୀଙ୍କୁ ମାଡ ମାରିବା ସହ ମୁଣ୍ଡରେ ଇଟା ଛେଚି ଦେଇଥିବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ରଞ୍ଜୁଲତାଙ୍କୁ ଉଦ୍ଧାର କରି ପ୍ରଥମେ ସାକ୍ଷୀଗୋପାଳ ଓ ପରେ ପୁରୀ ମେଡିକାଲରେ ଚିକିତ୍ସା କରାଯାଉଛି । ତେବେ ପୁଲିସ ପକ୍ଷରୁ ଦାଦାବଟି ଆଦାୟକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଏଯାବତ ସୁଦର୍ଶନକୁ ଧରାନଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଶାକର୍ମୀଙ୍କ ସ୍ୱାମୀ ।

ଏହି ଖବର ପଢ଼ନ୍ତୁ - http://ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ ଟପରେ ସୂର୍ଯ୍ୟକୁମାର ଯାଦବ; ଅହମ୍ମଦାବାଦ ମ୍ୟାଚରେ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ
Published by:Soubhagya Mishra
First published: