News18 Odia Digital
ଭୁବନେଶ୍ୱର: ବାସନ୍ତୀ ପାତ୍ର। ବୟସ ୭୨।ବାସନ୍ତୀଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଶରୀର ନେବାକୁ ଅର୍ଥ ନଥିଲା। ଏନେଇ ଚିନ୍ତିତ ହୋଇ ପଡ଼ିଥିଲେ ପରିବାର ଲୋକ। କିନ୍ତୁ ଠିକ ସମୟରେ ଟ୍ୱିଟ ପାଇ ବ୍ୟବସ୍ଥା କରିଥିଲେ 5t ସରକାର।
ମଙ୍ଗଳବାର ପ୍ରାୟ ରାତି ୯ଟା ସମୟରେ ଯାଜପୁରର ଧର୍ମଶାଳା ବ୍ଲକର ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟ ପିଣ୍ଟୁ ସାହୁ ନାମକ ଯୁବକଙ୍କ ସହିତ ମୟୁରଭଞ୍ଜରୁ ମନୋଜ କୁମାର ପଲେଇ ଫୋନ ଯୋଗ ଏ ଅସୁବିଧା ବିଷୟରେ ଅବଗତ କରାଇଥିଲେ। ତା ପରେ ପିଣ୍ଟୁ ତୁରନ୍ତ ଟ୍ୱିଟ କରି 5t ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କକରିଥିଲେ। ଏ ସମୟରେ 5t ସଚିବ ଶ୍ରୀ ପାଣ୍ଡିଆନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଇନଭେଷ୍ଟ ମିଟ ପାଇଁ ବାଙ୍ଗାଲୋର ଗସ୍ତରେ ଅଛନ୍ତି। ଏଖବର ଦେଖିଲା ପରେ ସାଙ୍ଗେ ସାଙ୍ଗେ ସେ ସିଏମ୍ଓର ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ସବୁ ବ୍ୟବସ୍ଥା ପାଇ ନିର୍ଦ୍ଦେଶ ଦେଇଥିଲେ। ୨୦ ମିନିଟରେ ସବୁ ବ୍ୟବସ୍ଥା ହୋଇଥିଲା। ମର ଶରୀର ଗାଆଁ ରେ ପହଞ୍ଚି ଆଜି ସଂସ୍କାର ହୋଇଚି। ଏଭଳି ସାହାଯ୍ୟ ପାଇ 5t ସଚିବଙ୍କୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି।

ମୟୁରଭଞ୍ଜର ବାସନ୍ତୀ ପାତ୍ର। ଗରିବ ସାଙ୍ଗକୁ ଅସହାୟ। ଘରେ ଭେଣ୍ଡିଆ ପୁଅ ଅକାମୀ। ସଡକ ଦୁର୍ଘଟଣାରେ ପୁଅ ପଡ଼ି ରହିଛି ଘରେ। ଆଉ ଗୋଟିଏ ପୁଅ ସଚଳ ଅଛି। କିନ୍ତୁ କଣ ହେବ ବିଧିର ବିଧାନ ଅଲଗା। ଏହାରି ଭିତରେ ବାସନ୍ତୀଙ୍କ ଜୀବନରେ ଘୋଟି ଆସିଲା କଳା ବାଦଲ। କିଡିନ ସାଙ୍ଗକୁ ହାର୍ଟ ରୋଗରେ ପୀଡିତ ହେଲେ। ଜୀବନ ବଞ୍ଚାଇବା ଲାଗି ଗୋଗ ସହିତ ଲଢ଼ିଲେ। ଏହି ଲଢ଼ିବା ଭିତରେ ଅର୍ଥ ସାଜିଥିଲା ବଡ ବାଧକ। କିନ୍ତୁ ସଞ୍ଜିବନୀ ହୋଇ କାମ କରିଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ। ଶେଷରେ ଆରପାରିକୁ ଚାଲିଗଲେ ବାସନ୍ତୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।