ସମ୍ବଲପୁର ମହାନଦୀରୁ ଘଡିଆଳ କୁମ୍ଭୀରର ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକ ଆତଙ୍କିତ

କୁମ୍ଭୀରଟି ମୃତ ହୋଇଥିବା ଜାଣିବା ପରେ କୁମ୍ଭୀରର ମୃତଦେହକୁ ନଦୀ କୂଳକୁ ଡ଼ଙ୍ଗା ସାହାଯ୍ୟରେ ଆଣି ବନ ବିଭାଗକୁ ଖବର ଦେଇଥିଲେ ମତ୍ସ୍ୟଜୀବୀମାନେ। ତେବେ ବନ ବିଭାଗ ପହଞ୍ଚି ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବଲପୁର ମହାନଦୀରୁ ଘଡିଆଳ କୁମ୍ଭୀରର ମୃତଦେହ ଉଦ୍ଧାର

ସମ୍ବଲପୁର ମହାନଦୀରୁ ଘଡିଆଳ କୁମ୍ଭୀରର ମୃତଦେହ ଉଦ୍ଧାର

  • News18 Odia
  • Last Updated :
  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ମହାନଦୀରୁ ଏକ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ମହାନଦୀକୁ ମାଛ ଧରି ବାକୁ ଯାଇଥିବା ବେଳେ ନଦୀ ଭିତରେ ଏକ ଟାପୁରେ କୁମ୍ଭୀରର ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ।

କୁମ୍ଭୀରଟି ମୃତ ହୋଇଥିବା ଜାଣିବା ପରେ କୁମ୍ଭୀରର ମୃତଦେହକୁ ନଦୀ କୂଳକୁ ଡ଼ଙ୍ଗା ସାହାଯ୍ୟରେ ଆଣି ବନ ବିଭାଗକୁ ଖବର ଦେଇଥିଲେ ମତ୍ସ୍ୟଜୀବୀମାନେ। ତେବେ ବନ ବିଭାଗ ପହଞ୍ଚି ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସମ୍ବଲପୁର ସହର ମହାନଦୀର ମାରୱାଡିପଡ଼ା ଘାଟରୁ ଉଦ୍ଧାର ହୋଇଛି କୁମ୍ଭୀରର ମୃତଦେହ। ଏହି କୁମ୍ଭୀରର ମୃତଦେହ କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ।

ସମ୍ବଲପୁର ମହାନଦୀରୁ ଘଡିଆଳ କୁମ୍ଭୀରର ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକ ଆତଙ୍କିତ


ସୂଚନା ଅନୁସାରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମହାନଦୀକୁ ମାଛ ଧରି ବାକୁ ଯାଇଥିଲେ। ଏହି ସମୟରେ ମହାନଦୀ ଭିତରେ ଥିବା ଏକ ଟାପୁରେ କୁମ୍ଭୀରକୁ ଲୋକେ ଦେଖିବାକୁ ପାଇଥିଲେ। କୁମ୍ଭୀରଟି ମରି ଯାଇଥିବାର ଜାଣିବା ପରେ ମତ୍ସ୍ୟଜୀବୀମାନେ ତା'ର ମୃତଦେହକୁ ଡଙ୍ଗାରେ ନଦୀ କୂଳକୁ ଆଣି ବନ ବିଭାଗକୁ ଖବର ଦେଇଥିଲେ।

‘‘ଆମେ ମାଛ ଧରିବାା ପଇଁ ନଦୀକୁ ଯାଇଥିଲୁ। ନଦୀ ଭିତରେ ଥିବା ଏକ ପଥର ଉପରେ କୁମ୍ଭୀର ଥିବା ଦେଖିଥିଲୁ। ଏହା ପରେ ଆମେ ତାକୁ ବାଡିରେ ଉଠେଇବା ପାଇଁ ଚଷ୍ଟା କରିଥିଲୁ। ସେ ନ ଉଠିବାରୁ ମରି ଯାଇ ଥିବାରୁ ଜଣିବା ପରେ ବନ ବିଭାଗକୁ ଖବର ଦେଇ ତାକୁ କୂଳକୁ ଆଣିଥିଲୁ,’’ କହିଛନ୍ତି ଉଦ୍ଧାର କରିଥିବା ମତ୍ସ୍ୟଜୀବୀ ବିଜୁ ସେଠ।

ତେବେ ଖବର ମିଳିବା ପରେ ବନ ବିଭାଗ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ। କୁମ୍ଭୀରର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନନ୍ଦନକାନନ ପଠାଯିବ। କୁମ୍ଭୀର ଦେହରେ ଏକ ଟ୍ରାନ୍ସମିଟର ଲାଗିଥିବା ବେଳେ ତାହା ସାତକୋଶିଆ ବନ ବିଭାଗ ପକ୍ଷରୁ ଲଗାଯାଇଛି। ତଳ ମୁଣ୍ଡ ସାତକୋଶିଆରୁ ଏହି କୁମ୍ଭୀରଟି ଉପରକୁ ଆସିଥିବା ଟ୍ରାକିଂରେ ଜଣା ପଡ଼ିଥିଲା ବେଳେ ଆଉ ତଳକୁ ଯାଇ ପାରିନଥିଲା। ପରେ ଜିପିଏସ ଟ୍ରାକିଂରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ମୃତ କୁମ୍ଭୀର ଘଡିଆଳ ପ୍ରଜାତିର ହୋଇଥିବାବେଳେ ଏହାର ଲମ୍ବ ୮ ଫୁଟ ଗୋଲେଇ ୨.୫ ଫୁଟ।

ଘଡିଆଳ କୁମ୍ଭୀର କାହିଁକି ଓ କେମିତି ମରିଲା ଆମେ ଏହା ଉପରେ ତଦନ୍ତ କରୁଛୁ। ଏହା ସହ ନନ୍ଦନକାନରର ଅଥିବାରୀଙ୍କ ସହ ଯୋଗାଯୋରେ ମଧ୍ୟ ଅଛୁ। କୁମ୍ଭୀରର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନନ୍ଦନକାନନ ପଠାଯିବ ବୋଲି ସମ୍ବଲପୁର ଡିଏଫଓ ବିଶ୍ବନାଥ ନିଲାନୱର କହିଛନ୍ତି।

ମହାନଦୀରୁ କୁମ୍ଭୀର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟରବାତା ବରଣ ସୃଷ୍ଟି ହୋଇଛି। ତେବେ ନଦୀରେ ସ୍ଥାନୀୟ ଲୋକେ ଗାଧୋଉଥିବାରୁ ଆଉ କୁମ୍ଭୀର ଅଛନ୍ତି କି ନାହିଁ ତାହା ଉପରେ ଶୀଘ୍ର ତଦନ୍ତ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
Published by:Lipina Das
First published: