ରାଜ୍ୟ ରାଜଧାନୀରେ ପୂଜା ଦେଖିବାକୁ ଯାଉଛନ୍ତି କି ? ଯିବା ପୂର୍ବରୁ ପଢ଼ନ୍ତୁ ଡିସିପିଙ୍କ ସୂଚନା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର-: ରାଜ୍ୟ ରାଜଧାନୀରେ ପୂଜା ଦେଖିବାକୁ ଯାଉଛନ୍ତି କି ? ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ପୂଜା ସମୟରେ ଦୃବୁର୍ତ୍ତ ମାନେ ଅଧିକ ସକ୍ରିୟ ରହିଥାନ୍ତି । ଏନେଇ ରାଜଧାନୀ ବାସିନ୍ଦାଙ୍କୁ ସତର୍କ କରିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ। ଡ଼ିସିପି ପ୍ରତୀକ ସିଂ କହିଛନ୍ତି, "ଯଦି କେହି ପୂଜା ଦେଖିବାକୁ ବାହାରକୁ ବାହାରୁଛନ୍ତି ତେବେ ଘରେ କାହାକୁ ଛାଡିକି ଯାଆନ୍ତୁ । ନଚେତ ଆଖି ପିଛୁଳାକେ ଚୋର କଳାକନା ବୁଲାଇଦେବେ । ସେହିଭଳି ପୂଜା ଛୁଟିରେ ବାହାରକୁ ଅଧିକ ଦିନ ବୁଲିବାକୁ ଗଲେ ନିକଟସ୍ଥ ଥାନାରେ ଜଣାନ୍ତୁ । ଯଦି କେହି ଭୁବନେଶ୍ବରରେ ପୂଜା ମଣ୍ଡପ ବୁଲିବାକୁ ଯାଉଛନ୍ତି ତେବେ ବାଇକରେ ଯାଆନ୍ତୁ । ଯାହାଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ । ସେହିଭଳି ବାଇକ ଚୋରିକୁ ରୋକିବା ପାଇଁ ଗାଡିରେ ଡବଲ ଲକ୍ ପକାନ୍ତୁ" ।
ସୂଚନାଯୋଗ୍ୟ, ପାର୍ବଣ ଆସିଲେ ଅପରାଧିମାନେ ସକ୍ରିୟ ରୁହନ୍ତି । ସୁଯୋଗ ଦେଖି ଆଖି ପିଛୁଳାକେ କଳାକନା ବୁଲାଉଛନ୍ତି । ସେହିପରି ପୂଜା ସମୟରେ ଭିଡ଼ ଭିତର ସୁଯୋଗ ନେଇ ଦୃବୁତ୍ତ ମାନେ ମୋବାଇଲ, ଟଙ୍କା, ପର୍ସ ନେଇ ଛୁ ମାରନ୍ତି । ତେଣୁ ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନଜର ରଖିଥିବା ସୂଚନା ଦିଆଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।