News18 Odia Digital
ଭୁବନେଶ୍ୱର: ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ ଆତ୍ମହତ୍ୟା ଘଟଣାରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ରଖିଛନ୍ତି। ସୌମ୍ୟଙ୍କ ମାନସିକ ପରିସ୍ଥିତି ଠିକ ନାହିଁ । ସୌମ୍ୟଙ୍କ ପରିବାର ପୋଲିସ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଡିସିପି।
ଡିସିପି କହିଛନ୍ତି ଘଟଣା ଘଟିବା ପର ଦିନ ସୌମ୍ୟ ଥାନାକୁ ଆସିଥିଲେ। ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ସେତେବେଳେ ଶ୍ଵେତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜେରା କରାଯାଇଥିଲା। ପରେ ତାଙ୍କ ପରିବାର ଅଲଗା ଅଭିଯୋଗ ଆଣିଥିଲେ । ସେହି ଅନୁସାରେ ତଦନ୍ତ କରାଯାଉଛି ।
କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି। ଯଦି ଶ୍ଵେତାଙ୍କ ପରିବାର ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ ଦିଅନ୍ତୁ । ଯିଏ ବି ଦୋଷୀ ପ୍ରମାଣିତ ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।
ଆଜି ଶ୍ୱେତା ଉତ୍କଳ କୁମାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ଵାସରୁଦ୍ଧ ଯୋଗୁଁ ଶ୍ୱେତାଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବାର ରିପୋର୍ଟରେ ଉଲ୍ଲେଖ ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।