ଶ୍ରୀକ୍ଷେତ୍ରରେ ନ୍ୟାୟ ପାଇଁ ଶାଶୁ ଘର ସମ୍ମୁଖରେ ବୋହୂର ଧାରଣା

ପୁରୀରେ ନ୍ୟାୟ ପାଇଁ ଶାଶୁ ଘର ସମ୍ମୁଖରେ ବୋହୂର ଧାରଣା । ପୁଅକୁ ଧରି ଧାରଣାରେ ବସିଛି ବୋହୂ।

ଶ୍ରୀକ୍ଷେତ୍ରରେ ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା

ଶ୍ରୀକ୍ଷେତ୍ରରେ ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ : ପୁରୀରେ ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା । ପୁଅକୁ ଧରି ଧାରଣାରେ ବସିଛି ବୋହୂ । ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣ ଅଞ୍ଚଳରେ ଘଟିଛି ଏଭଲି ଘଟଣା। ଶୁଭଲକ୍ଷ୍ନୀ ପ୍ରଧାନ ନାମକ ଜଣେ ମହିଳା ପ୍ରହଲ୍ଲାଦ ପ୍ରଧାନଙ୍କୁ ୨୦୧୫ରେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ ଛାଡପତ୍ର ମାମଲା ରୁଜୁ କରିଥିଲେ । ଶୁଣାଣି ଦିନ ତାଙ୍କ ସ୍ୱାମୀ ଅନୁପସ୍ଥିତ ଥିବାରୁ ମାମଲାଟି ଖାରଜ ହୋଇଥିଲା । ପରେ ପୁଅକୁ ଧରି ଶାଶୁ ଘରେ ରହିବାକୁ ଯେତେବେଳେ ଆସିଥିଲେ ଶାଶୁ ଘର ଲୋକ ତାଙ୍କୁ ଘରୁ ବାହାର କରି ଘର ତାଲା ପକାଇ ଦେଇଛନ୍ତି ।



ଶୁଭଲକ୍ଷ୍ନୀ ପ୍ରଧାନ କହିଛନ୍ତି, ‘‘ପୂର୍ବରୁ ଶ୍ୱଶୁର ଘର ଲୋକେ ଗାଡି ଚଢାଇ ମତେ ହତ୍ଯା କରିବା ପାଇଁ ଉଦ୍ଯମ କରିଥିଲେ । ମୁଁ ତାଙ୍କ ନାଁରେ ସମୁଦ୍ରକୁଳ ଥାନାରେ ଏଫ୍ଆଇଆର ଦେଇଥିଲି । ଶାଶୁ ଓ ନଣନ୍ଦ ଯୌତୁକ ପାଇଁ ମତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଶାଶୁ ମତେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ମୋତେ ନ୍ୟାୟ ନ ମିଳିଲେ ମୁଁ ଫେରିବିନି। ପୁଅକୁ ଧରି ଏଇଠି ବସି ରହିବି ।’’ ସେପଟେ ପ୍ରହଲ୍ଲାଦଙ୍କ ପରିବାର ଲୋକେ ଶୁଭଲକ୍ଷ୍ନୀ ଆସିବା ଦିନରୁ ଘରକୁ ତାଲା ପକାଇ କୁଆଡେ ପଳାଇଛନ୍ତି।
Published by:Sujit Swain
First published: