ମଦ ପାଇଁ ବ୍ୟବହାର ହେଉଥିବା ଖଜୁରୀ ତାଡି ଏବେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି

ମଦ ପାଇଁ ବ୍ୟବହାର ହେଉଥିବା ଖଜୁରୀ ତାଡି ଏବେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି। ଯାହା ଫଳରେ ଖଜୁରୀ ରସରୁ ଗୁଡ ପ୍ରସ୍ତୁତି ଭଳି ଏକ ଚାଷକୁ ଆପଣାଇଛନ୍ତି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ଆଦିମ ଅଧିବାସୀମାନେ।

ମଦ ପାଇଁ ବ୍ୟବହାର ହେଉଥିବା ଖଜୁରୀ ତାଡି ଏବେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି

ମଦ ପାଇଁ ବ୍ୟବହାର ହେଉଥିବା ଖଜୁରୀ ତାଡି ଏବେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଗଜପତି: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ଷୁଦ୍ର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହଜାର ହଜାର ଚାଷୀଙ୍କୁ ବିଭିନ୍ନ ପ୍ରକାର ସରଞ୍ଜାମ ଦେଇ ସ୍ବାବଲମ୍ବୀ କରିବା ସହିତ ଲାଭବାନ କିପରି ହୋଇ ପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ଯାହା ଫଳରେ ଖଜୁରୀ ରସରୁ ଗୁଡ ପ୍ରସ୍ତୁତି ଭଳି ଏକ ଚାଷକୁ ଆପଣାଇଛନ୍ତି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ଆଦିମ ଅଧିବାସୀମାନେ।

ଗଜପତି ଜିଲ୍ଲାର ଆର୍. ଉଦୟଗିରି ବ୍ଲକ୍ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳର ରୋଜଗାର କହିଲେ ଲୋକେ ମକା ଓ ଧାନ ଚାଷ କରିଥାନ୍ତି। କିନ୍ତୁ ୧୫୯୫ ମସିହାରେ କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ଗଜପତି ଜିଲ୍ଲାର ଆର. ଉଦୟଗିରି ଲୁବୁରିସିଂ ଠାରେ ଏକ ପ୍ରକଳ୍ପ ନିର୍ମ।ଣ କରିଥିଲେ ଯାହାର ନାମ ହେଇଛି ତାଳଗୁଡ ପ୍ରକଳ୍ପ।

ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୧୨୦୦ରୁ ଅଧିକ ଚାଷୀ ଲାଭବାନ ହୋଇ ପାରୁଛନ୍ତି। ଏଠାକାର ଆଦିବାସୀମାନେ ପୂର୍ବରୁ ଖଜୁରୀ ରସକୁ ତାଡ଼ି ପ୍ରସ୍ତୁତ କରି ମଦ ଭାବେ ବ୍ୟବହାର କରୁଥିଲେ ଓ ମାତାଲ ଅବସ୍ଥାରେ ରହି ରୋଗାଗ୍ରସ୍ତ ହେଉଥିଲେ। କିନ୍ତୁ ପ୍ରକଳ୍ପ ନିର୍ମ।ଣ ହେବାପରେ ଧିରେ ଧିରେ ଖଜୁରୀ ରସକୁ ମଦ ଭାବେ ବ୍ୟବହାର ନକରି ସେହି ରସରୁ ଏବେ ତାଳଗୁଡ ପ୍ରସ୍ତୁତି କରି ରୋଜଗାର ପାଇପାରୁଛନ୍ତି। ଆର.ଉଦୟଗିରି ବ୍ଲକର ଲୁବୁରସିଂ, ରୁମୁଡା, ମେରେମା, ଆତରସିଂ ଆଦ ପ୍ରାୟ ୨୫ଟି ଗାଁର ଲୋକେ ଏହି ଗୁଡ ପ୍ରସ୍ତୁତ କରୁଥିବା ବେଳେ ପ୍ରତିବର୍ଷ ପ୍ରାୟ ୬୦୦ କୁଣ୍ଟାଲ ଗୁଡ ପ୍ରସ୍ତୁତ ହୋଇଥାଏ।

ମଦ ପାଇଁ ବ୍ୟବହାର ହେଉଥିବା ଖଜୁରୀ ତାଡି ଏବେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି


“ପ୍ରଥମେ ଆମେ ଏହି ଖଜୁରି ତାଡିକୁ କାଡ଼ି ପିଉଥିଲୁ। ଏହି ତାଡି ପିଇ ମାତାଲ ଅବସ୍ଥାରେ ଯେଉଁଠେ ସେଇଠେ ପଡ଼ି ରହୁଥିଲୁ। ଘର ଲୋକେ ଏବଂ ବାହାର ଲୋକେ ସମସ୍ତେ ଆମକୁ ଖରାପ ଭାବୁଥିଲେ। ଏହି ତାଳଗୁଡ ପ୍ରକଳ୍ପ ହେବା ପରେ ସେହି ତାଡିକୁ ନପିଇ ଆମେ ସେହି ତା଼ଡିରୁ ଗୁଡ ପ୍ରସ୍ତୁତ କରୁଛୁ। ଏହି ପ୍ରକଳ୍ପ ହେବା ପରେ ଆମକୁ ଏକ ମାସ ଧରି କିପରି ଗୁଡ ପ୍ରସ୍ତୁତ ହେବ ତାହା ଉପରେ ଟ୍ରେନିଂ ଦିଆଯାଇଥିଲା। ଏହି ପ୍ରକଳ୍ପ ଆମକୁ ସମସ୍ତ ପ୍ରକାର ପ୍ରସ୍ତୁତି ଉପକରଣ ମଧ୍ୟ ପ୍ରଦାନ କରିଛି। ଯାହା ସାହାଯ୍ୟରେ ଆମେ ଗୁଡ ପ୍ରସ୍ତୁତ କରୁଛୁ,” କହିଛନ୍ତି ଗୁଡ ଚାଷୀ ଜୟନ୍ତ ରଇତ।

“ଆମେ ସନ୍ଧ୍ୟା ସମୟରେ ଖଜୁରୀ ଗଛର ଶିଖରରେ ଗୋଟିଏ ଅଂଶକୁ କାଟି ଏକ ହାଣ୍ଡି ଲଗାଉଛୁ। ଭୋର୍ ସକାଳୁ ସେହି ହାଣ୍ଡିରେ ଭରି ହାଇଥିବା ଖଜୁରୀ ରସକୁ ଓହ୍ଲାଉଛ। ସେହି ଖଜୁରୀ ରସକୁ ସଂଗ୍ରହ କରି ଜୈବିକ ପ୍ରଣାଳୀରେ ତିନି ପ୍ରକାର ଗୁଡ ତିଆରି କରୁଛୁ। ଏହି ଗୁଡ କରିବା ଦ୍ବାରା ଆମକୁ ପ୍ରତିଦିନ ୧ ହଜାରରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛୁ। ଯାହାକି ଆମେ ବଞ୍ଚିବା ପାଇଁ ସୁବିଧା ହୋଇପାରିଛି,” କହିଛନ୍ତି ଗୁଡ ଚାଷୀ ମାଣିକ ବଡରଇତ।

ଏହି ଗୁଡକୁ ଚାଷୀ କିଲୋ ଶହେ ଟଙ୍କାରେ ତାଳଗୁଡ ସମବାୟ ସମିତିରେ ବିକ୍ରୀ କରୁଥିବା ବେଳେ ଏହାର ବଜାର ଦର ୨୦୦ ଟଙ୍କା ରହିଛି। ଏହି ଖଜୁରୀ ରସରୁ ପାଣି ଗୁଡ, ପାଉଡର ଗୁଡ ଓ ଚେକା ଗୁଡ ନିର୍ମ।ଣ କରାଯାଇଥାଏ। ଏହାର ରଙ୍ଗ ଦେଖିବାକୁ କଳା ଧୂସର ଯାହାକି ଏହାର ସ୍ବାଦ ନିଆରା ଓ ସ୍ବାଦିଷ୍ଟ ହୋଇଥାଏ। ଏହି ଗୁଡ କେନ୍ଦ୍ର ସରକାରଙ୍କ ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଇଛି ସେଥିରେ ଲୌହ ଏବଂ ଭିଟାମିନ ପ୍ରଚୁର ପରିମାଣରେ ଥିବା ସହିତ ଔଷଧୀୟ ଗୁଣ ମଧ୍ୟ ରହିଛି। ଯାହା ଫଳରେ ଓଡ଼ିଶା ରାଜ୍ୟ ତାଳଗୁଡ ସମବାୟ ସଙ୍ଘ ପକ୍ଷରୁ ଏହାକୁ କୁଟୀର ଶିଳ୍ପର ମାନ୍ୟତା ଦିଆଯାଇଛି। ଯାହା ଫଳରେ ହଜାର ହଜାର ଆଦିବାସୀ ଲୋକେ ଗୁଡ ପ୍ରସ୍ତୁତି କରି ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି । ସରକାର ଏହି ଗୁଡକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଚିନ୍ତା କରୁଛନ୍ତି। ଏହି ମାନ୍ୟତା ମିଳିଲେ ଚାହିଦା ବଢ଼ିବ ଏବଂ ଚାହିଦା ବଢ଼ିଲେ ଦର ବୃଦ୍ଧି ହେଲେ ଚାଷୀ ଅଧିକ ଲାଭବାନ ହୋଇପାରିବେ ବାଲି ଆଶା ପ୍ରକାଶ କରିଛନ୍ତି ସ୍ଥାନୀୟ ତାଳଗୁଡ ପ୍ରକଳ୍ପ ଅଧିକାରୀ କ୍ଷେତ୍ରବାସୀ ବେହେରା।

କନ୍ଧମାଳର ହଳଦୀକୁ ଜିଆ ଟ୍ୟାଗ୍ ମିଳିସାରିଥିବା ବେଳେ ଗଜପତିର ଏହି ତାଳ ଗୁଡକୁ କେବେ ଜିଆଇ ଟ୍ୟାଗ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର।
Published by:Lipina Das
First published: