News18 Odia Digital
ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ମେ ୧୦ ତାରିଖରେ ଭୋଟଗ୍ରହଣ ହେବ । ମେ ୧୩ରେ ହେବ ଭୋଟ ଗଣତି । ୧୩ ଏପ୍ରିଲରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ୨୦ ଏପ୍ରିଲ ରଖାଯାଇଛି । ନାମାଙ୍କନ ଯାଞ୍ଚ ଏପ୍ରିଲ ୨୧, ପ୍ରତ୍ଯାହାର ୨୪ ତାରିଖ ରହିଛି ।
ଗତ ଜାନୁଆରୀ ୨୯ ତାରିଖ ଦିନ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଛି। ଏହି ବିଧାନସଭା କ୍ଷେତ୍ରର ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୦୭୩ ଥିବାବେଳେ ପୁରୁଷ ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୩, ମହିଳା ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। ସମୁଦାୟ ପୋଲିଙ୍ଗ ଷ୍ଟେସନ ସଂଖ୍ୟା ୨୫୩। ଝାରସୁଗୁଡା ପୌର ପରିଷଦ ର ଭୋଟର ସଂଖ୍ୟା ୭୧୧୧୩, ଝାରସୁଗୁଡା ବ୍ଲକ ର ୩୮୫୪୬, କିର୍ମିରା ବ୍ଲକ ର ୩୩୯୦୧, କୋଲାବିରା ବ୍ଲକର ୩୭୮୧୦ ଓ ଲଇକେରା ବ୍ଲକର ଭୋଟର ସଂଖ୍ୟା ୩୯୭୦୩ ।
ବିଜେଡି ଟିକେଟ ରେସରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଅଛନ୍ତି। ଆଗୁଆ ପ୍ରଚାର ଆରମ୍ଭ କରିଦେଇଛନ୍ତି ଦୀପାଳି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବନ୍ଧୁ ମିଳନ ଓ ମହିଳା ସମାବେଶରେ ସାମିଲ ହେଉଛନ୍ତି ଭାଇ ଓ ଭଉଣୀ । ସେପଟେ ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ଟିକେଟ ମିଳିପାରେ। ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଟଙ୍କଧରଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଝାରସୁଗୁଡାର ବିଭିନ୍ନ ବ୍ଲକ ଏବଂ ପୌର ପରିଷଦରେ ଦୁର୍ନୀତି ଅଭିଯୋଗ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଅନ୍ୟପଟେ ଟିକିଏ ବେକ ଫୁଟରେ ଅଛି କଂଗ୍ରେସ। ତଥାପି ଉପନିର୍ବାଚନରେ ଭଲ କରିବୁ ବୋଲି ଆଶା ରଖିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ମିଶ୍ର।
ପଢନ୍ତୁ ଏହି ଖବର :
ମେକ୍ସିକୋର ଆଶ୍ରୟ ସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ: ୪୦ ପ୍ରବାସୀ ଜୀବନ୍ତ ଦଗ୍ଧ; ଅନେକ ଆହତସେପଟେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଗୁଲ ବାଜିଛି । ମୋଟ ୨୨୪ଟି ବିଧାନସଭା ଆସନରେ ହେବ ମତଦାନ । ୩୬ ଆସନ ଏସ୍ସି, ୧୫ ଆସନ ଏସ୍ଟିଙ୍କ ପାଇଁ ସଂରକ୍ଷିତ । ମୋଟ । ଭୋଟରଙ୍କ ସଂଖ୍ୟା ୫ କୋଟି ୨୧ ଲକ୍ଷ । ପୁରୁଷ ଭୋଟର ୨ କୋଟି ୬୨ ଲକ୍ଷ, ମହିଳା ଭୋଟର ୨ କୋଟି ୫୯ ଲକ୍ଷ । ୧୨ ଲକ୍ଷ ୧୫ ହଜାର ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ । ଏଥର ୯.୧୭ ଲକ୍ଷ ନୂଆ ଭୋଟର, ୪୧ ହଜାର ତୃତୀୟ ଲିଙ୍ଗ । ସ୍ବଚ୍ଛ ଓ ନିରପେକ୍ଷ ମତଦାନ ଉପରେ ଗୁରୁତ୍ବ । ମେ ୨୪ ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା ।
https://www.youtube.com/watch?v=uj3Ogsn0UIc
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।