ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ମେଡ଼ାଲ ଜିତିଲେ ୭୨ ବର୍ଷୀୟ ଦଣ୍ଡପାଣି ସାହୁ

ନିକଟରେ ବ୍ରହ୍ମପୁରରେ ହୋଇଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ୭୨ ବର୍ଷୀୟ ଦଣ୍ଡପାଣି ସାହୁ ପ୍ରଥମ ସ୍ଥାନ ଅଧିକାର ପାଇ ପଦକ ଲାଭ କରିଛନ୍ତି । ଏତେ ବୟସରେ ମଧ୍ୟ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ତାଙ୍କର ଏତେ ଦୁର୍ବଳତାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଜିତିଲେ ୭୨ ବର୍ଷୀୟ ଦଣ୍ଡପାଣି ସାହୁ (ପ୍ରତୀକାତ୍ମକ ଛବି)

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଜିତିଲେ ୭୨ ବର୍ଷୀୟ ଦଣ୍ଡପାଣି ସାହୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବୟସର ଅପରାହ୍ନରେ ସେ ଲାଗି ପଡ଼ିଛନ୍ତି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ । କେବଳ ଯେ ପ୍ରତିଯୋଗତାରେ ଭାଗ ନେଉଛନ୍ତି ତାହା ନୁହେଁ ବରଂ ମେଡ଼ାଲ ମଧ୍ୟ ଜିତୁଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁରର ୭୨ ବର୍ଷୀୟ ଦଣ୍ଡପାଣି ସାହୁ । ଦଣ୍ଡପାଣିଙ୍କ ଯୁବ ଅବସ୍ଥାରୁ ହିଁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପ୍ରତି ନିଜର ଦୁର୍ବଳତା ରହିଥିଲା ।

ନିକଟରେ ବ୍ରହ୍ମପୁରରେ ହୋଇଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ୭୨ ବର୍ଷୀୟ ଦଣ୍ଡପାଣି ସାହୁ ପ୍ରଥମ ସ୍ଥାନ ଅଧିକାର ପାଇ ପଦକ ଲାଭ କରିଛନ୍ତି । ଏତେ ବୟସରେ ମଧ୍ୟ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ତାଙ୍କର ଏତେ ଦୁର୍ବଳତାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।

ବ୍ରହ୍ମପୁରର ଦଣ୍ଡପାଣି ସାହୁ । ବୟସ ୭୨ ।  ଯେଉଁ ବୟସରେ ଘରେ ବିଶ୍ରାମ ନେବା କଥା ସେହି ବୟସରେ ନିଜ ପରିବାର ପାଇଁ ରୋଜଗାର କରିବା ସହିତ ସୁନ୍ଦର ସ୍ବାସ୍ଥ୍ୟ ଗଠନ କରିବାରେ ସେ ଲାଗି ପଡ଼ିଛନ୍ତି । ତାଙ୍କୁ ଯେତେବେଳେ ୧୭ବର୍ଷ ବୟସ ହୋଇଥିଲେ ସେତେବେଳେ ଏକ ସର୍କସରେ ଜଣେ ବଡ଼ି ବିଲଡ଼ରକୁ ଦେଖିଥିଲେ । ବଡ଼ି ବିଲଡ଼ରକୁ ଦେଖି ତାଙ୍କ ଭଳି ସୁନ୍ଦର ସ୍ବାସ୍ଥ୍ୟ ଗଠନ କରିବା ପାଇଁ ସେ ଅଡ଼ି ବସିଥିଲେ । ସେବେଠାରୁ ସେ ପ୍ରତିଦିନ ବ୍ୟାୟମ କରି ଆସୁଛନ୍ତି । କେବଳ ବ୍ୟାୟାମ କରୁଛନ୍ତି ତାହା ନୁହେଁ ବରଂ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ଅନେକ ମେଡ଼ାଲ ମଧ୍ୟ ପାଇଛନ୍ତି ଦଣ୍ଡପାଣି ।

‘‘୧୯୬୭ ମସିହାରେ ପୁରୀ ଅନୁଷ୍ଠିତ ହୋଇଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲି । ଏହାପରେ ୧୯୬୮ ମସିହାରେ କଟକରେ ଅନୁଷ୍ଠିତ ହୋଇଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଗ୍ରହଣ କରିଥିଲି। ଏଭଳି ଅନେକ ରାଜ୍ୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ବିଜୟ ଲାଭ କରିଛି । ବର୍ତ୍ତମାନ ମଧ୍ୟ ନିଜର ଅଭ୍ୟାସ ଜାରି ରହିଥିବା ବେଳେ ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ମାଷ୍ଟର ବିଭାଗରେ ହେବାକୁ ଥିବା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ମେଡ଼େଲ ଲାଭ କରିବାର ଆଶା ରଖିଛି,‘‘କହିଛନ୍ତି ବଡ଼ି ବିଲଡ଼ର ଦଣ୍ଡପାଣି ସାହୁ ।

ବ୍ରହ୍ମପୁର ସହରର ବୀର ହନୁମାନ କ୍ଳବରେ ଦଣ୍ଡାପାଣି ଦୀର୍ଘ ୪୦ ବର୍ଷ ଧରି ବ୍ୟାୟାମ ଜାରି ରଖିଛନ୍ତି । କ୍ଳବରେ ଅଭ୍ୟାସ କରିବା ନିମନ୍ତେ ଅନେକ ଯୁବକ ଯୁବତୀ ଆସୁଥିବା ବେଳେ ସେମାନଙ୍କୁ ମଧ୍ୟ ଟ୍ରେନିଂ ଦେଇଥାନ୍ତି ଦଣ୍ଡପାଣି ।

‘‘ଏତେ ବୟସରେ ମଧ୍ୟ ତାଙ୍କର ଫିଟନେସ୍‌କୁ ନେଇ ସମସ୍ତେ ପ୍ରଶଂସା କରିଥାନ୍ତି ଅଭ୍ୟାସ ନେଉଥିବା ଯୁବକ ଯୁବତୀ ମାନେ । ୭୨ ବର୍ଷ ବୟସରେ ମଧ୍ୟ ଜଣେ ପ୍ରତିଯୋଗିତାରେ ଭାଗ ନେଇ ମେଡ଼ାଲ ଜିତିବା ଅତ୍ୟନ୍ତ କଷ୍ଟସାଧ୍ୟ । ତାଙ୍କର ଏଭଳି ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଦୁର୍ବଳତାକୁ ଦେଖି ଆଗକୁ ବଢ଼ିବା ନିମନ୍ତେ ପ୍ରେରଣ ଯୋଗାଉଛି,"କହିଛନ୍ତି କ୍ଳବରେ ଅଭ୍ୟାସ କରୁଥିବା ଯୁବତୀ ପ୍ରମିଳା।

୭୨ ବର୍ଷ ହୋଇଥିଲେ ସୁଦ୍ଧା କେବ ମଧ୍ୟ ଥକି ନ ଯାଇ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯେଗାତାରେ ନିଷ୍ଠାର ସହିତ ଅଭ୍ୟାସ ଜାରି ରଖିଛନ୍ତି । ଆଗାମୀ ଦିନରେ ନିଶ୍ଚିତ ଭାବେ ନିଜର ଲକ୍ଷ୍ୟକୁ ସେ ହାସଲ କରିବି ବୋଲି ଦୃଢୋକ୍ତିର ସହିତ କହିଛନ୍ତି ଦଣ୍ଡପାଣି ସାହୁ ।
Published by:Soumya Das
First published: