ଡିଜେ ବଜାଇବାକୁ ହେଲା ମନା; ପୋଲିସକୁ କାମୁଡିଦେଲେ ବରଯାତ୍ରୀ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ବରଯାତ୍ରୀ ରୋଷଣି ବେଳେ ହଙ୍ଗାମା । ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡିଦେଲେ ବରଯାତ୍ରୀ। ଯାହାକୁ ନେଇ ଖାରବେଳନଗର ଥାନା ଆଗରେ ଦେଖିବାକୁ ମିଳିଥିଲା ହଙ୍ଗାମା। ପୋଲିସ ସହ ଧସ୍ତା ଧସ୍ତି ସହ ଘଟିଥିଲା ତୁମୁଳକାଣ୍ଡ। ଶେଷରେ ୫ଜଣ ବରଯାତ୍ରୀକୁ ଥାନାରେ ଅଟକ ରଖିବା ସହ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସଚିନ ସୋରଭ ମହାନ୍ତି। ବରଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି।
ସୁଚନା ମୁତାବକ ଗତକାଲି ରାତି ପ୍ରାୟ ୧୦ଟା ୩୦ସମୟରେ। ଇପାରି ସଦାଶିବ କଡ଼ରେ ଥିବା ମଣ୍ଡପକୁ ରୋଷଣି କରି ଆସୁଥିଲେ ବରଯାତ୍ରୀ। ପାଖରେ ଥିବା ଖାରବେଳନଗର ଥାନା ଏସଆଇ ରୋଷଣିକୁ ଅଟକାଇଥିଲେ। ମୁଖ୍ୟ ରାସ୍ତା ଉପରେ ରୋଷଣି ନକରି ତଳ ରୋଡରେ ଆସନ୍ତୁ ବୋଲି କହିଥିଲେ। ଡିଜେ ବନ୍ଦ କରନ୍ତୁ ମେନ୍ ରୋଡ଼ ଉପରେ ପରିମିସନ ନାହିଁ। ଏହା ଶୁଣିବା ପରେ କିଛି ଯୁବକ ଉତଖିପ୍ତ ହୋଇ ପୋଲିସ ସହ ଧସ୍ତା ଧସ୍ତି କରିଥିଲେ। ପରେ ପୋଲିସ କିଛି ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା । ଉକ୍ତ ବରଯାତ୍ରୀରେ ଆସିଥିବା କିଛି ଯୁବକ ଗାଳିଗୁଲଜ ସହ ଆତଙ୍କ ମଚାଇ ପୋଲିସକୁ କାମୁଡି ଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।