News18 Odia Digital
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ଟ୍ୱିନ-ସିଟି କମିଶନରେଟ୍ ପୋଲିସ ନିଜ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ ଦୁଇଟି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରାଯାଇଛି ଓ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ସ୍ଥାନାନ୍ତର କରାଯାଇଛି ।
ଯେଉଁ ହୋଟେଲ୍ ସାଉଥ୍ ସିଟିରେ ମନୀଷ ମୃତ୍ୟୁ ପୂର୍ବରୁ ସାଙ୍ଗମାନଙ୍କ ସହ ବିଳମ୍ବିତ ରାତିରେ ଡିନର୍ କରିଥିଲେ ତାକୁ କୋଭିଡ୍ କଟକଣା ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତି ଯାଏଁ ଖୋଲା ରଖିଥିବା ଅଭିଯୋଗରେ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ନିଲମ୍ବନ ଆଦେଶ କମିଶନରେଟ୍ ପୋଲିସ ଅଫିସରୁ ବାହାରିବା ପରେ ଉଭୟ ପ୍ରସନ୍ନ ବେହେରା ଓ ହୋଟେଲ୍ ମାଲିକଙ୍କୁ ତମାଣ୍ଡୋ ଥାନାରେ ଅଟକ ରଖାଯାଇଥିଲା ଓ ତାଙ୍କ ସହ ପଚରା ଉଚରା କରାଯାଇଥିଲା ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ଆମ ତଦନ୍ତରୁ ଜଣାପଡ଼ିଛି ଯେ ସେହି ବାରର ଲାଇସେନ୍ସ ଏକ୍ସପାୟାର୍ କରିଯାଇଥିଲା ଓ ବିନା ଲାଇସେନ୍ସରେ ସେହି ବାର୍ ଚାଲିଥିଲା । ଆଜି ଆଡିସିନାଲ୍ ଡି.ସି.ପି.ଙ୍କ ତତ୍ତ୍ୱାବଧାନରେ ଏ.ସି.ପି., ଇନସ୍ପେକ୍ଟର୍ ଓ ଥାନା କର୍ମଚାରୀଙ୍କ ଦ୍ୱାରା ବାରରେ ରେଡ୍ କରାଯାଇଥିଲା । ଏ ସମ୍ବନ୍ଧରେ ଦୁଇ ଜଣ ବ୍ୟକ୍ତିଙ୍କୁ ତମାଣ୍ଡୋ ଥାନାରେ ଅଟକ ରଖାଯାଇଛି । ଯେହେତୁ ସେ ଅଞ୍ଚଳରେ ବେଆଇନ୍ ଭାବେ ବାର୍ ଚାଲୁଥିଲା, ସେଥି ପାଇଁ ପୋଲିସ କମିଶନର୍ ତମାଣ୍ଡୋ ଥାନାଧିକାରୀଙ୍କୁ ଡି.ସି.ପି. ଭୁବନେଶ୍ୱର ଅଫିସକୁ ବଦଳି କରିଛନ୍ତି,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମାଶଙ୍କର ଦାଶ ।

ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ
ଏହା ବି ପଢ଼ନ୍ତୁ | T20 World Cup: ଟି୨୦ର ୪୨୫ ୱିକେଟ୍ ଓ ୮,୭୦୦ ରନ୍ ବି ବେକାର୍! ଏମାନଙ୍କୁ ଟିମରେ ମିଳିଲାନି ଜାଗାପ୍ରସନ୍ନ ବେହେରା ହେଉଛନ୍ତି ଭୁବନେଶ୍ବର କମିଶନରେଟ୍ ପୋଲିସ ହାବିଲଦାର୍ ଓ କନେଷ୍ଟବଳ ସଙ୍ଘର ସଭାପତି । ହୋଟେଲ ସାଉଥ୍ ସିଟି ବାର୍ ପ୍ରସନ୍ନଙ୍କ ଭାଇଙ୍କର ବୋଲି ପ୍ରଥମେ କୁହାଯାଉଥିଲେ ବି ପୋଲିସ ତଦନ୍ତରୁ କନେଷ୍ଟବଳ ପ୍ରସନ୍ନ ବେହେରା ସେହି ବାରକୁ ଲିଜ୍ରେ ନେଇ ଚଳାଉଥିଲେ ବୋଲି ଜଣାପଡ଼ିଛି । ତାଙ୍କରି ନିର୍ଦ୍ଦେଶରେ ହୋଟେଲ ମାଲିକ ବିଳମ୍ବିତ ରାତି ଯାଏଁ ହୋଟେଲ୍ ବାର୍ ଖୋଲା ରଖୁଥିବା କହିବା ପରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।
ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲାହୋଟେଲ ସାଉଥ୍ ସିଟି ବାର୍ ଭିତରୁ ବାହାରକୁ ଆସିଥିବା ଏକ ଭିଡ଼ିଓରେ କନେଷ୍ଟବଳ ପ୍ରସନ୍ନ ବେହେରା ନାଚ କରୁଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତି ଯାଏଁ ଏହି ହୋଟେଲ୍ ଓ ବାର୍ ଖୋଲାଯାଇଥିବାରୁ ତାଙ୍କ ପୁଅର ମୃତ୍ୟୁ ହେଲା ବୋଲି ମନୀଷଙ୍କ ବାପା ନବୀନ ଦାସ ପୂର୍ବରୁ ଏକ ବିବୃତିରେ କହିଥିଲେ ।

କନେଷ୍ଟବଳ ପ୍ରସନ୍ନ ବେହେରା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ୨୬ ପୂରିଲା; ଯାଦୁ ସେମିତି!ମନୀଷ ହତ୍ୟା ମାମଲାରେ ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନରେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ସ୍ଥାନାନ୍ତର କରାଯାଇଛି । ବିନା ଲାଇସେନ୍ସରେ କୋଭିଡ଼ କଟକଣା ଉଲ୍ଲଙ୍ଘନ କରି ଓ ନିଜ ପଦର ଦୁରୁପଯୋଗ କରି ବିଳମ୍ବିତ ରାତି ଯାଏଁ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ହୋଟେଲ୍ ସାଉଥ୍ ସିଟିରେ ବାର୍ ଚାଲିବାକୁ ଅନୁମତି ଦେଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାତ ଘଣ୍ଟା ଜେରା କଲା EDମନୀଷଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ତାଙ୍କର ତିନି ସାଙ୍ଗ – ଅମ୍ରିତ ବିଶ୍ୱାଳ, ମୃତୁଞ୍ଜୟ ମହାପାତ୍ର ଓ ଦିନେଶ ମିଶ୍ର । ସେମାନେ ଏବେ ଝାରପଡ଼ା ଜେଲରେ ଅଛନ୍ତି । କମିଶନରେଟ୍ ପୋଲିସ ସେମାନଙ୍କ ଲାଇ ଡିଟେକ୍ଟର୍ ଟେଷ୍ଟ କରିବାକୁ ଯୋଜନା କରୁଛି । ଅକ୍ଟୋବର୍ ୯ ତାରିଖ ରାତିରେ ପାତ୍ରପଡ଼ା ଅଞ୍ଚଳରେ ଥିବା ହୋଟେଲ ସାଉଥ ସିଟିରୁ ବାହାରିବା ପରେ ମନୀଷଙ୍କୁ ସେମାନେ ହତ୍ୟା କରିଥିଲେ ବୋଲି ପୋଲିସର ତଦନ୍ତରୁ ସ୍ପଷ୍ଟ ହୋଇଛି । ହୋଟେଲର ବିଲକୁ ନେଇ ବିବାଦ ହେବାରୁ ମନୀଷଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥ୍ବା ପୋଲିସ ପକ୍ଷରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।