ମାହାରୀ ‘ନୃତ୍ୟଶିଳ୍ପୀ’ଙ୍କ ନାଁରେ ୨୧ ଜଣଙ୍କ ଠାରୁ ୩.୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିଲା

ଏପ୍ରିଲ ୧ ତାରିଖ ‘ଉତ୍କଳ ଦିବସ’ ଉପଲକ୍ଷେ ଦୁବାଇ ଓ ସିଙ୍ଗାପୁରରେ ପୋଗ୍ରାମ ଅଛି ବୋଲି କହି ଭୁବନେଶ୍ୱରର ଏକ ନୃତ୍ୟ ଅକାଡେମୀ ସହ ଯୋଗାଯୋଗ କରି ଶେଫାଳିକା ମହାନ୍ତି ୨୧ ଜଣଙ୍କଠାରୁ ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଇଛନ୍ତି ବୋଲି ଅଭିଯୋଗ ହେଇଛି ।

ମାହାରୀ ନୃତ୍ୟଶିଲ୍ପୀ ଶେଫାଳିକା ମହାନ୍ତି

ମାହାରୀ ନୃତ୍ୟଶିଲ୍ପୀ ଶେଫାଳିକା ମହାନ୍ତି

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ମାହାରୀ ନୃତ୍ୟଶିଳ୍ପୀଙ୍କ ବିରୁଦ୍ଧରେ ୨୧ ଜଣ ଅନ୍ୟ ନୃତ୍ୟଶିଳ୍ପୀଙ୍କଠାରୁ ସାଢ଼େ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ମାହାରୀ ନୃତ୍ୟଶିଲ୍ପୀ ଶେଫାଳିକା ମହାନ୍ତିଙ୍କ ନାମରେ ପ୍ରଥମେ ଲକ୍ଷ୍ମୀସାଗର ଥାନାରେ, ତା’ ପରେ ଡିସିପିଙ୍କ କାର୍ଯ୍ୟାଳୟରେ ଓ ଶୁକ୍ରବାର ଦିନ ପୋଲିସ କମିଶନରଙ୍କ ପାଖରେ ଅଭିଯୋଗ କରିଛନ୍ତି ଏହି ୨୧ ଜଣ ନୃତ୍ୟଶିଳ୍ପୀ ।

ଅଭିଯୋଗ ଅନୁସାରେ ବିଦେଶରେ ଡ୍ୟାନ୍ସ ପୋଗ୍ରାମ ଥିବା କହି ୨୧ ଜଣ ନୃତ୍ୟଶିଳ୍ପୀଙ୍କଠାରୁ ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଇଛନ୍ତି ଶେଫାଳିକା । ଏପ୍ରିଲ ୧ ତାରିଖ ‘ଉତ୍କଳ ଦିବସ’ ଉପଲକ୍ଷେ ଦୁବାଇ ଓ ସିଙ୍ଗାପୁରରେ ପୋଗ୍ରାମ ଅଛି ବୋଲି କହି ଭୁବନେଶ୍ୱରର କଟକ ରୋଡ଼ରେ ଥିବା ‘ପଲଜନ୍ ଏକ୍ସପ୍ରେସନ୍‌’ ନୃତ୍ୟ ଅକାଡେମୀ ସହ ଯୋଗାଯୋଗ କରିଥିଲେ ଶେଫାଳିକା । ଟିକେଟ୍‌ ବାବଦକୁ ୨୧ ଜଣଙ୍କଠାରୁ ସାଢ଼େ ତିନି ଲକ୍ଷ ଟଙ୍କା ସେ ନେଇଥିଲେ । ପ୍ରଥମେ କୋଭିଡ ଆଳ ଦେଖାଇବା ପରେ ସେ ଆଉ ଧରାଛୁଆଁ ଦେଉ ନ ଥିବା ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ମୁଁ ଜଣେ ନୃତ୍ୟଶିଳ୍ୱୀ । ମୋ’ ପୁଅ ମଧ୍ୟ ଜଣେ ଡ୍ୟାନ୍ସର । ଆମେ ପଲଜନ ଏକ୍ସପ୍ରେସନ ଅନୁଷ୍ଠାନରେ ନୃତ୍ୟ ଶିଖୁ । ଅନୁଷ୍ଠାନର ଅମିତ ସାର୍‌ କହିଥିଲେ ଦୁବାଇରେ ପ୍ରୋଗ୍ରାମ ଅଛି । ଆମେ ଟିକେଟ୍‌ ପାଇଁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲୁ । ହେଲେ କୌଣସି କାର୍ଯ୍ୟକ୍ରମ ହୋଇ ନ ଥିଲା । ପରେ ଆମେ ଜାଣିବାକୁ ପାଇଲୁ ଟଙ୍କା ନେଇଥିବା ମହିଳା ଜଣଙ୍କ ଜଣେ ଠକ । ଏବେ ଆମେ ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ପାଖକୁ ଆସିଛୁ,’’ କହିଛନ୍ତି ନୃତ୍ୟଶିଳ୍ପୀ ସୁନୀତା ସିଙ୍ଘାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟ

ପ୍ରିୟଙ୍କା ସାମଲ ନାମ୍ନୀ ଜଣେ ଅଭିଭାବକ କହିଛନ୍ତି ଯେ ତାଙ୍କ ପୁଅ ପଲଜନ୍ ଏକ୍ସପ୍ରେସନ୍‌ ଅନୁଷ୍ଠାନରେ ନୃତ୍ୟ ଶିଖନ୍ତି ଓ ସେ ଦୁବାଇ ଓ ସିଙ୍ଗାପୁର ଯିବେ ବୋଲି ୫୦ ହଜାର ଟଙ୍କା ଦେଇଥିଲେ । ‘‘ମାର୍ଚ୍ଚ ମାସରେ ଏହି ଟଙ୍କା ଆମେ ଦେଇଥିଲୁ । ହେଲେ ପରେ ଆମେ ଜାଣିବାକୁ ପାଇଲୁ ଯେ ଟଙ୍କା ନେଇଥିବା ମହିଳା ଜଣଙ୍କ ଜଣେ ଠକ । ତେଣୁ ତାଙ୍କୁ ଗିରଫ କରି ଆମ ଟଙ୍କା ଫେରାଇବା ପାଇଁ ଆମେ ସିପିଙ୍କ ଅଫିସକୁ ଆସିଛୁ,” କହିଛନ୍ତି ସାମଲ ।

ଏହା ବି ପଢ଼ନ୍ତୁ | ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍

ଜଣେ କି ଦୁଇ ଜଣ ନୁହେଁ, ଏମିତି ମୋ’ଟ ୨୧ ଜଣଙ୍କୁ ଶେଫାଳିକା ଠକିଥିବା ଅବିଯୋଗ ହୋଇଛି । ନିଜକୁ ଜଣେ ମାହାରୀ ନୃତ୍ୟଶିଳ୍ପୀ ଭାବେ ପରିଚୟ ଦେଇ ଓ ନାମୀଦାମୀ ନୃତ୍ୟଶିଲ୍ପୀଙ୍କ ସହ ନିଜ ଫଟୋ ଉଠାଇ ସୋସିଆଲ୍‌ ମିଡି଼ଆରେ ପୋଷ୍ଟ କରି ଶେଫାଳିକା ଲୋକଙ୍କୁ ତାଙ୍କ ବିଷୟରେ ବିଶ୍ୱାସ ଜଗାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି

‘‘ଠକେଇ ଶିକାର ହେବା ପରେ ଜୁନ୍ ୫ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଆମେ ଅଭିଯୋଗ କରିଥିଲୁ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଜୁନ୍ ୨୮ ତାରିଖରେ ଭୁବନେଶ୍ୱର ଡିସିପିଙ୍କୁ ଲିଖିତ ଅଭିଯୋଗ କରିଥିଲୁ । ତଥାପି ଆମେ ନ୍ୟାୟ ପାଇବାରୁ ବଞ୍ଚିତ ହେଲୁ । ତେଣୁ ବାଧ୍ୟ ହୋଇ ପୋଲିସ କମିଶନରଙ୍କୁ ଅଭିଯୋଗ କରିଛୁ । କେବଳ ଆମେ ନୁହେଁ, ଆମ ପରି ଏକାଧିକ ଅନୁଷ୍ଠାନକୁ ସେ (ଶେଫାଳିକା) ଚୂନ ଲଗାଇଛନ୍ତି,’’ କହିଛନ୍ତି ପଲଜନ୍ ଏକ୍ସପ୍ରେସନ ନୃତ୍ୟ ଅନୁଷ୍ଠାନର ମୁଖ୍ୟ ଅମିତ ପାତ୍ର ।



ଏହି ଅଭିଯୋଗ ସଂକ୍ରାନ୍ତରେ ଶେଫାଳିକା ମହାନ୍ତିଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ଫୋନ୍‌ ନମ୍ବରକୁ ବାରମ୍ବାର କଲ୍‌ କରିବା ସତ୍ତ୍ୱେ ସେ କଲ୍‌ ଉଠାଇ ନ ଥିଲେ । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ହୋଇଛି ।
Published by:Anand S.T. Das
First published: