ବାଲେଶ୍ୱର: ଜେଲ୍ ଭିତରେ ‘ରଙ୍ଗିଲା ନାଚ’ କାର୍ଯ୍ୟକ୍ରମ କରି ହରଡ଼ ଘଣାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ

Dance programme inside Jaleswar jail in Balasore district causes furore | ଭିଡିଓରେ କୈଦ୍ ହୋଇଥିବା କାର୍ଯ୍ୟକ୍ରମରେ ଯେଉଁ ସବୁ ଆଧୁନିକ ଗୀତ ସହିତ ନାଚ ହେଉଥିଲା ଓ ଯୁବତୀମାନେ ଯେମିତି ନାଚୁଥିଲେ ତାହା ଦେଖି ବୁଦ୍ଧିଜୀବୀମାନେ କହିଛନ୍ତି ଯେ କାର୍ଯ୍ୟକ୍ରମଟି କୌଣସି ମନ୍ଦିର ପ୍ରତିଷ୍ଠାର ହୋଇ ନ ପାରେ ।

ଭିଡିଓରେ ଆସିଥିବା ନୃତ୍ୟଗୀତ କାର୍ଯ୍ୟକ୍ରମର ଏକ ଦୃଶ୍ୟ

ଭିଡିଓରେ ଆସିଥିବା ନୃତ୍ୟଗୀତ କାର୍ଯ୍ୟକ୍ରମର ଏକ ଦୃଶ୍ୟ

  • Share this:
News18 Odia Digital

ବାଲେଶ୍ୱର: ନୂଆ ବର୍ଷରେ ଜେଲ୍‌ ଭିତରେ ନାଚ ଗୀତର ଆସର ଆୟୋଜନ କରିବାକୁ ଦେଇ ଏବେ ହରଡ଼ ଘଣାରେ ପଡ଼ିଛନ୍ତି ଜଳେଶ୍ବର ଉପ-କାରାଗାରର କର୍ତ୍ତୃପକ୍ଷ । ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ କେତେକ ଯୁବତୀ ମଞ୍ଚ ଉପରେ ନାଚୁଥିବା ବେଳେ ଜେଲର ଅନ୍ତେବାସୀମାନେ ମଧ୍ୟ ନାଚରେ ମସଗୁଲ ଥିଲେ । ଗୀତରର ତାଳେ ତାଳେ ନାଚୁଥିଲେ ଜେଲର ଅନ୍ତେବାସୀ ଓ ଜେଲ୍‌ ଷ୍ଟାଫମାନେ ।

ସୂଚନା ମୁତାବକ ଏହି ଭାଇରଲ୍‌ ଭିଡିଓଟି ଜଳେଶ୍ୱର ଉପ-କାରାଗାର ପରିସରର । ଭିଡିଓରେ ନୂଆ ବର୍ଷ ସେଲିବ୍ରେସନ୍‌ ହେଉଛି ବୋଲି ମଧ୍ୟ କୁହାଯାଉଛି । ହେଲେ ଏ ନେଇ ଜେଲର କର୍ତ୍ତୃପକ୍ଷଙ୍କ ସହିତ ଆମେ କଥା ହେବାରୁ ସେହି ଭିଡିଓଟି ଜେଲ୍‌ ପରିସରରେ ଏକ ମନ୍ଦିର ପ୍ରତିଷ୍ଠାର କହିଛନ୍ତି ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

‘‘ଜେଲରେ ଯେଉଁ ନୃତ୍ୟ ହେଉଥିବା ଭିଡିଓ ସାମନାକୁ ଆସିଛି ତାହା ନୂଆ ବର୍ଷ ଉତ୍ସବର ନୁଁହେ, ବରଂ ଡିସେମ୍ବର ୩୦ ତାରିଖର । ତାହା ଜେଲ୍‌ ପରିସରରେ ଥିବା ଏକ ମନ୍ଦିର ପ୍ରତିଷ୍ଠା ସମୟର କାର୍ଯ୍ୟକ୍ରମର ଦୃଶ୍ୟ । ଜେଲ୍‌ ଷ୍ଟାଫମାନେ ସେହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେଥିରେ ଦୁଇଟି ଡ୍ୟାନ୍ସ ଗୃପ୍‌ ଭାଗ ନେଇଥିଲେ । ୩୦ ତାରିଖ ଦିନ କୋଭିଡ୍‌ କଟକଣା ନ ଥିବାରୁ ତାହା ବେଆଇନ ନୁଁହେ, କହିଛନ୍ତି ଜେଲର୍‌ ଅନୁସୁୟା ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

ତାଙ୍କର ଏହି ବକ୍ତବ୍ୟ ସତ୍ତ୍ୱେ ଭିଡିଓରେ ଏକ ଡାଇନିଂ ହଲ୍‌  ଭିତରର ଦୃଶ୍ୟ ଦେଖିବାକୁ ମିଳିଥିବାରୁ ତାହା ଜେଲରେ ମନ୍ଦିର ପ୍ରତିଷ୍ଠା ସମୟର ନୁହେଁ ବୋଲି ଭିଡିଓ ଦେଖିଥିବା ଅନେକ ଲୋକ ମତ ଦେଇଛନ୍ତି । ଭିଡିଓରେ କିଛି ଯୁବତୀ ନାଚ କରୁଥିବା ବେଳେ ସାମ୍ନାରେ ବସି ଅନ୍ତେବାସୀମାନେ ଏହାର ମଜା ଉଠାଇବା ସହିତ ସେମାନଙ୍କ ଉତ୍ସାହ ବଢ଼ାଉଥିବାର ଦୃଶ୍ୟ ମନ୍ଦିର ପ୍ରତିଷ୍ଠା ସମୟର କୌଣସି ଆୟୋଜନର ନୁହେଁ ବୋଲି କୁହାଯାଉଛି । ଜେଲରେ ଥିବା ଡାଇନିଂ ହଲରେ କର୍ତ୍ତୃପକ୍ଷ ଓ ଅନ୍ତେବାସୀମାନେ ଏକାଠି ନାଚୁଥିବାର ବି ଦେଖିବାକୁ ମିଳିଛି । ଉପରିସ୍ଥ କତ୍ତୃପକ୍ଷ ଏହି ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାଧାରଣରେ ଦାବି ଉଠିଛି ।

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ଏହି ଖବରକୁ ନ୍ୟୁଜ୍‌୧୮ ପ୍ରଥମେ ପ୍ରସାରଣ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିଲା । ଭିଡିଓରେ କୈଦ ହୋଇଥିବା କାର୍ଯ୍ୟକ୍ରମରେ ଯେଉଁ ସବୁ ଆଧୁନିକ ଗୀତ ସହିତ ନାଚ ହେଉଥିଲା ଓ ଯୁବତୀମାନେ ଯେମିତି ନାଚୁଥିଲେ ତାହା ଦେଖି ବୁଦ୍ଧିଜୀବୀମାନେ କହିଛନ୍ତି ଯେ କାର୍ଯ୍ୟକ୍ରମଟି କୌଣସି ମନ୍ଦିର ପ୍ରତିଷ୍ଠାର ହୋଇ ନ ପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭାଗ୍ୟବାନ ଗାଇ! ବାଇକ୍ରେ ବସି ବୁଲୁଛି ଜାଗାରୁ ସେ ଜାଗା

‘‘ଜେଲ୍‌ ଭିତରେ ଏମିତି ନାଚ ଗୀତ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ପୂର୍ଣ୍ଣ ବେଆଇନ୍‌ କାମ । ଜେଲ୍‌ ପରିସରରେ ଅନ୍ତେବାସୀମାନଙ୍କ ସହିତ ଷ୍ଟାଫମାନେ ନାଚ ଗୀତରେ ମସଗୁଲ ହେବା ଦୁଃଖଦ ଘଟଣା । କୋଭିଡ୍‌ ଗାଇଡ଼ଲାଇନ ଉଲ୍ଲଙ୍ଘନ କରିବା ମଧ୍ୟ ଏକ ଅପରାଧ । ଏହାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ସତ୍ୟସୁନ୍ଦର ଦାସ ।

ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ଜଳେଶ୍ୱର ଜେଲ୍‌ ପରିସରରେ ରଙ୍ଗିଲା ନାଚ ଗୀତ ଘଟଣାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ବାରିପଦା ସର୍କଲ୍‌ ଜେଲ୍‌ ସୁପରିନଟେଣ୍ଡଣ୍ଟ୍‌ ସୁଜିତ ରାଉଳ ।
Published by:Anand S.T. Das
First published:
)}