ଦୁଲୁକୁଛି ଯାଜପୁର ବାଳାଶ୍ରମ ପଡିଆ; ବଲିଉଡ କଳାକାରଙ୍କ ନୃତ୍ୟ, ସଂଗୀତରେ ଦର୍ଶକ ମତୁଆଲା

ଉଦଘାଟନୀ ସଂଧ୍ୟାରେ ବଲିଉଡ ଅଭିନେତ୍ରୀ ନେହା ଧୁପିଆଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଶୀ , ଗୋଟିପୁଅ ନୃତ୍ୟ ସହିତ ଲୋକକଳା ନୃତ୍ୟ ପରିବେଶିତ ହୋଇଥିଲା । ଏହାପରେ ସୁନିଲ ଗ୍ରୋଭରଙ୍କ କମେଡି ଦେଖିି ହସି ହସି ବେଦମ କରିଥିଲେ ଦର୍ଶକ ।

ଦୁଲୁକୁଛି ଯାଜପୁର ବାଳାଶ୍ରମ ପଡିଆ; ବଲିଉଡ କଳାକାରଙ୍କ ନୃତ୍ୟ, ସଂଗୀତରେ ଦର୍ଶକ ମତୁଆଲା

ଦୁଲୁକୁଛି ଯାଜପୁର ବାଳାଶ୍ରମ ପଡିଆ; ବଲିଉଡ କଳାକାରଙ୍କ ନୃତ୍ୟ, ସଂଗୀତରେ ଦର୍ଶକ ମତୁଆଲା

  • News18 Odia
  • Last Updated :
  • Jajapur, India
  • Share this:
News 18 Odia Digital

ଯାଜପୁର; ବାଳାଶ୍ରମ ପଡିଆରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା ।  ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଜିଲାର କଳା ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା ସହିତ ଯାଜପୁର ଜିଲ୍ଲା ଆଗାମୀ ଦିନରେ ରାଜ୍ୟର ୧ ନମ୍ବର ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଜିଲ୍ଲାର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ ।

ଏହି ଖବର ପଢ଼ନ୍ତୁ - http://ଫେବୃଆରୀରୁ ତାତୁଛି ଭୁବନେଶ୍ୱର... ଆଗକୁ ଜଳିବ ସାରା ରାଜ୍ୟ

ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମହୋତ୍ସବରେ ଯୋଗ ଦେଇ ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିକୁ ବେଶ୍ ପ୍ରଶଂସା କରିଥିଲେ । ଗତ ଦୁଇ ବର୍ଷ ପରେ ଏହି ଜିଲ୍ଲା ମହୋତ୍ସବ ହେଉଥିବାରୁ ଜିଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ୧୫୦ରୁ ଉର୍ଦ୍ଧ ସ୍ୱୟଂସହାୟକ ଗୋଷ୍ଠୀ ପଲ୍ଳିଶ୍ରୀ ମେଳାରେ ସାମିଲ ହୋଇଛନ୍ତି । ଏଥିସହିତ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆୟୋଜିତ ହୋଇଛି । ଉଦଘାଟନୀ ସଂଧ୍ୟାରେ ବଲିଉଡ ଅଭିନେତ୍ରୀ ନେହା ଧୁପିଆଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଶୀ , ଗୋଟିପୁଅ ନୃତ୍ୟ ସହିତ ଲୋକକଳା ନୃତ୍ୟ ପରିବେଶିତ ହୋଇଥିଲା । ଏହାପରେ ସୁନିଲ ଗ୍ରୋଭରଙ୍କ କମେଡି ଦେଖିି ହସି ହସି ବେଦମ କରିଥିଲେ ଦର୍ଶକ । ଏହା ପରେ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନଙ୍କ କଣ୍ଠରେ ଦର୍ଶକ ମତୁଆଲା ହୋଇଥିଲେ । ସୁନିଧିଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । କ୍ରେଜିକିଆରେ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ ହିଟ୍ ଗୀତକୁ ଦର୍ଶକ ବେଶ ଉପଭୋଗ କରିଥିଲେ ।

ଏହି ଖବର ପଢ଼ନ୍ତୁ- http://ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ସହ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

ଏକାଧିକ ବଲିଉଡ କଳାକାରଙ୍କ ସଂଗୀତକୁ ଉପଭୋଗ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା । ଯାଜପୁର ଭଳି ମାଟିରେ ଏଭଳି ଭବ୍ୟ ଆୟୋଜନ ଓ ଦର୍ଶକଙ୍କ ଭଲ ପାଇବା ଦେଖି ସୁନିଧି ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ । ଏହି ମହୋତ୍ସବ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ,ପ୍ରତିଦିନ ବଲିଉଡ କଳାକାର ସେମାନଙ୍କ କଳା ପଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଦୁଲୁକୁଛି ଯାଜପୁର ବାଳାଶ୍ରମ ପଡିଆ; ବଲିଉଡ କଳାକାରଙ୍କ ନୃତ୍ୟ, ସଂଗୀତରେ ଦର୍ଶକ ମତୁଆଲା
Published by:Soubhagya Mishra
First published: