News18 Odia Digital
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସରେ (KISS) ରହି ପାଠ ପଢୁଛନ୍ତି । ଚାନ୍ଦିନୀ ମାଝୀ ମାଟ୍ରିକ୍ ପାସ୍ କରିବା ଖବର ପାଇ କଳାହାଣ୍ଡି ଜିଲ୍ଲାରେ ଜନଜାତିର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ମେଲଘର ଗାଆଁର ଦାନ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଦୀର୍ଘ ୧୦ କିଲୋମିଟର ବାଟ ଚାଲି ଚାଲି ଯାଇଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ଏହି ଘଟଣା କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ (Achyuta Samanta) ନଜରକୁ ଆସିବା ପରେ ସେ ଦାନଙ୍କ ତିନି ଝିଅଙ୍କୁ କିସରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥଲେ ।
ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ
‘‘ଅସମୟରେ କିସ୍ ମୋ’ ଝିଅମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାରୁ ଆଜି ମୋ’ ବଡ଼ ଝିଅ ମ୍ୟାଟ୍ରିକ୍ ପାସ୍ କରିପାରିଛି । ଅନ୍ୟ ଦୁଇ ଝିଅ କିସରେ ଭଲରେ ରହି ପାଠ ପଢ଼ି ପାରୁଛନ୍ତି ବୋଲି ମୁଁ ଖୁବ୍ ଖୁସି,’’ କହିଛନ୍ତି ଦାନ ମାଝୀ ।

୨୦୧୬ର ଏହି ଦୃଶ୍ୟ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା ।
ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ
ଶୁକ୍ରବାର ଦିନ ପ୍ରକାଶିତ ହୋଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍ର ୬୨୯ ଜଣ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟ ଫଳାଫଳ ୯୭.୮୯ ପ୍ରତିଶତ ହୋଇଥିବା ବେଳେ କିସ୍ର ପାସ୍ ହାର ଶତ ପ୍ରତିଶତ ହୋଇଥିବାରୁ କିସ୍ କର୍ତ୍ତୃପକ୍ଷ ଖୁସି ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next
ଚଳିତ ବର୍ଷ କିସର ମୋ’ଟ ୧,୯୦୦ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ । ଗଜପତି ଜିଲ୍ଲା ସଉରା ସମ୍ପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି କିସ୍ ଟପ୍ପର ହୋଇଛନ୍ତି । ଚଳିତ ବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ।
କିସ୍ ଫଳାଫଳ ନେଇ କିସ୍ ଓ କିଟ୍ ପ୍ରତିଷ୍ଠାତା ତଥା ରାଜ୍ୟ ସଭା ସାଂସଦ ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସର ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।