ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ଦାମ; ପୁଣି ଫେରିବେ କି ବିଜେଡିକୁ?

ନୂଆ ବର୍ଷ ୨୦୨୦ ଆସିସାରିଥିବା ବେଳେ ଏବେଠୁ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବାର ସଙ୍କେତ ମିଳୁଛି । ତେଣୁ ପୂର୍ବ ବର୍ଷ ଭଳି ୨୦୨୦ ମଧ୍ୟ ରାଜନୈତିକ ଘଟଣାବଳୀରେ ଭରପୁର ରହିବ ବୋଲି ଆଭାସ ମିଳିଲାଣି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ଦାମ; ପୁଣି ଫେରିବେ କି ବିଜେଡିକୁ?
ଦାମୋଦର ରାଉତ
  • News18 Odia
  • Last Updated: January 1, 2020, 3:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ନୂଆ ବର୍ଷରେ କେହି ନିଜର ଆତ୍ମୀୟମାନଙ୍କୁ ଭେଟି ଶୁଭେଚ୍ଛା ଦେଉଥିବା ବେଳେ ଆଉ କେହି ସୋସିଆଲ୍‌ ମିଡିଆର ସାହାରା ନେଉଛନ୍ତି । ତେବେ ରାଜ୍ୟ ରାଜନୀତିରେ ‘‘କୁହାଳିଆ ନେତା’’ ଭାବେ ଜଣାଶୁଣା ତଥା ନିଜର ବୟାନ୍କୁ‌ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଭେଟେରାନ୍‌ ଦାମୋଦର ରାଉତ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇ ଚର୍ଚ୍ଚାକୁ ଆସିଛନ୍ତି ।

ଦାମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ‘‘ ସର୍ବଦା ମିଷ୍ଟ ଭାଷୀ ଏବଂ ରାଜନୀତିରେ ଶାଳୀନତା ରକ୍ଷା କରୁଥିବା ନବୀନ ଦୀର୍ଘୀଜୀବୀ ହୁଅନ୍ତୁ’’ ବୋଲି କହିଛନ୍ତି । ତେବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଏଭଳି ବୟାନ ଦେଇ ଦାମ ପୁଣି ନବୀନଙ୍କ ନିକଟତର ହେବା ସହ ବିଜେଡିକୁ ଫେରିବାକୁ ଚେଷ୍ଟା କରୁଛନ୍ତି କି ?

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବିଜେପିରେ ଯୋଗଦେଇଥିଲେ । ଗତ ୨୦୧୯ରେ ବିଜେପି ମଧ୍ୟ ଦାମଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖି ତାଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ନେଇ ପ୍ରଚାର କରାଇଥିଲା । ତେବେ ଦାମ ନିଜେ ଲଢ଼ୁଥିବା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ପରାଜିତ ହୋଇ ଆଗକୁ ଆଉ ନିର୍ବାଚନ ନ ଲଢ଼ିବା ନେଇ ଘୋଷଣା କରିଥିଲେ ।

ପରେ ବିଜେପି ତାଙ୍କୁ କୌଣସି ଦାୟିତ୍ବ ଦେଉନଥିବା ଏବଂ ତାଙ୍କୁ କୌଣସି ସ୍ଥାନକୁ ଡାକୁନଥିବା ଅଭିଯୋଗ କରି ଦାମ ବିଜେପି ଛାଡ଼ିଥିଲେ । ଦାମଙ୍କ ପୁଅ ସମ୍ବିତ କିନ୍ତୁ ବାପାଙ୍କ ପୂର୍ବ ନିର୍ବାଚନ ମଣ୍ଡଳୀ ପାରାଦୀପରୁ ଲଢ଼ି ବିଜୟୀ ହେବାରୁ ଦାମ ପୁଣିଥରେ ବିଜେଡିକୁ ଫେରିବାକୁ ବ୍ୟଗ୍ର ଥିବା ଜଣାପଡ଼ୁଛି ।

ଏହି ଭେଟରାନ ବର୍ତ୍ତମାନ ଏଭଳି ମନ୍ତବ୍ୟ ଦେବା ପଛରେ ନିଶ୍ଚିତ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।
Published by: Anand Shankar Thankur Das
First published: January 1, 2020, 3:15 PM IST
corona virus btn
corona virus btn
Loading