News 18 Odia Digital
ଭୁବନେଶ୍ୱର: ନୂଆ ରୂପରେ, ନୂଆ ରଂଗରେ ନଜର ଆସିବ ଐତିହାସିକ ବିମାନ ଡାକୋଟା (dakota) । ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ଦେଖିବେ ସାଧାରଣ ଜନତା । ମାର୍ଚ୍ଚ ସୁଦ୍ଧା ଡାକୋଟା ବିମାନର ମରାମତି ଓ ନବୀକରଣ କାର୍ଯ୍ୟ ଶେଷ ହେବ । କୋଲକାତା ବିମାନ ବନ୍ଧରରୁ ଆଣି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିସରରେ ରଖାଯାଇଥିବା ଡାକୋଟା ବିମାନର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ । ୨୭ ତାରିଖ ସୁଦ୍ଧା ଫ୍ୟୁଜ୍ ଲେସ୍ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି । ପରେ ଏଥିରେ ଇଂଜିନ ଏବଂ ୱିଙ୍ଗ୍ ଲଗାଯିବ । ବୈଷୟିକ ଅଧିକାରୀ କହିଛନ୍ତି, ଦୀର୍ଘ ଦିନ ଧରି ପଡ଼ିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି । ତେଣୁ ମରାମତି ପାଇଁ ସମୟ ଲାଗୁଛି । ଏବେ ବିମାନରେ ରଙ୍ଗ ଦିଆ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଡାକୋଟା ବିମାନର ବୈଷୟିକ ଅଧିକାରୀ ।
ଜାନୁଆରୀ ୧୮ ତାରିଖରେ ସଡ଼କ ପଥରେ କୋଲକାତାରୁ ଭୁବନେଶ୍ୱର ଅଣାଯାଇଥିଲା ଡାକୋଟା ବିମାନ । ବିଜୁ ବାବୁଙ୍କ ଏହି ବୀରତ୍ୱର ସନ୍ତକକୁ ଭୁବନେଶ୍ବର ଆଣିବା ପାଇଁ କମ୍ କସରତ କରିବାକୁ ପଡ଼ି ନ ଥିଲା ଟେକ୍ନିକାଲ ଟିମକୁ । ୫ ଜଣ ଇଂଜିନିୟର ପ୍ରଥମେ ଏହି ବିରାଟକାୟ ବିମାମର ବିଭିନ୍ନ ଅଂଶକୁ ପୃଥକ କରିଥିଲେ । ପରେ ତିନିଟି ଟ୍ରଲରରେ ସେସବୁ ଯନ୍ତ୍ରାଂଶକୁ ଅଣାଯାଇଥିଲା ଭୁବନେଶ୍ବର । ଏବେ ପୃଥକ ହୋଇଥିବା ଅଂଶବିଶେଷକୁ ସଂଲଗ୍ନ କରାଯିବ । ଏଥିପାଇଁ ଲାଗି ପଡ଼ିଛନ୍ତି ବୈଷୟିକ ଟିମ୍ ।
ଏହି ଖବର ପଢ଼ନ୍ତୁ -
http://ଭାରତ ଆକାଶରେ ଚୀନ୍ ଗୁପ୍ତଚର: ଆଣ୍ଡାମାନ ଉପରେ ଡ୍ରାଗନର ବେଲୁନ !୧୯୪୪, ଫେବ୍ରୁଆରୀରେ ପ୍ରଥମ ଥର ପାଇଁ ଉଡ଼ାଣ ଭରିଥିଲା ଡାକୋଟା ବିମାନ । କିଛି ୟୁରୋପୀୟ ରାଷ୍ଟ୍ରରେ ଉଡ଼ିବା ପରେ ଏହା ଭାରତକୁ ଆସିଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହାକୁ ବିକ୍ରି କରି ଦିଆଯାଇଥିଲା । ପରେ ଲିଜ୍ ସୂତ୍ରରେ ଡାକୋଟା ବିମାନଟିକୁ ଆଣିଥିଲେ ସ୍ବର୍ଗତ ବିଜୁ ପଟ୍ଟନାୟକ । ଦୁଇ ବର୍ଷରୁ ଅଧିକ ସମୟ ଧରି ବିଜୁ ବାବୁ ଏହି ବିମାନଟିକୁ ନିଜେ ଉଡ଼ାଇଥଲେ । ଆର୍ଥିକ ମାନ୍ଦାବସ୍ଥା କାରଣରୁ କୋଲକତାର ବିମାନବନ୍ଦରର ଏକ ହ୍ୟାଙ୍ଗରରେ ୫୦ ବର୍ଷରୁ ଅଧିକ ସମୟ ଧରି ଏହା ପଡ଼ିରହିଥିଲା । ୨୦୦୯ରେ କୋଲକତା ବିମାନବନ୍ଦର ନବୀକରଣ ବେଳେ ଭଗ୍ନ ଅବସ୍ଥାର ପଡ଼ି ରହିଥିବା ଡାକୋଟା ବିମାନକୁ ଦେଖିବାକୁ ମଳିଥିଲା । ଏହାପରେ ଏହାକୁ ଓଡ଼ିଶା ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।