ବାଲେଶ୍ବର: ଡକାୟତ ଈଶ୍ୱର ମହାଳିକର ସ୍ତ୍ରୀ ଓ ଝିଅ ଗିରଫ; ଘରୁ ମିଳିଲା ପୋଲିସ ଗାଡ଼ିର ସାଇରନ

ଜେଲରେ ଥିବା ଡକାୟତ ଈଶ୍ବର ମହାଳିକ ଘରେ ରେଡରେ ମିଳିଥିବା ପୋଲିସ ସାଇରନ ଓ ଲାଇଟ ସାହାଯ୍ୟରେ ସେ ନିଜକୁ ପୋଲସ କର୍ମଚାରୀ ବୋଲି ପରିଚୟ ଦେଇ ଲୁଟ ଓ ଡକାୟତି କରୁଥିବା ସନ୍ଦେହ କରାଯାଉଛି । ଦୁଇଟି ଅଫୁଟା ହାତ ବୋମା ସହ ଦୁଇ ବୁରା ମାରଣାସ୍ତ୍ର ବି ଜବତ ହୋଇଛି ।

ବାଲେଶ୍ବର: ଡକାୟତ ଈଶ୍ୱର ମହାଳିକର ସ୍ତ୍ରୀ ଓ ଝିଅ ଗିରଫ; ଘରୁ ମିଳିଲା ପୋଲିସ ଗାଡ଼ିର ସାଇରନ
ଈଶ୍ୱର ମହାଳିକ; (ଡାହାଣ) ତା’ ସ୍ତ୍ରୀ ଓ ଝିଅକୁ ଗିରଫ କରି ନେଉଛି ପୋଲିସ ।
  • News18 Odia
  • Last Updated: June 22, 2020, 12:07 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ରେମୁଣା ଶ୍ୟାମରାଇପୁର ଗାଁର କୁଖ୍ୟାତ ଡ଼କାୟତ ଈଶ୍ୱର ମହାଳିକର ଘରେ ଆଜି ପୁଣି ବଡ଼ ଧରଣର ଚଢ଼ାଉ କରିଛି ପୋଲିସ । ତା’ର ତିନି ମହଲା ଘର ଭିତରୁ ପୋଲିସ ଗାଡ଼ିରେ ଲାଗୁଥିବା ସାଇରେନ ଲାଇଟ ଜବତ ହୋଇଛି, ଯାହାକୁ ନେଇ ଏବେ ଚିନ୍ତାରେ ପୋଲିସ । ଏହା ସାହାଯ୍ୟରେ ସେ ନିଜକୁ ପୋଲସ କର୍ମଚାରୀ ବୋଲି ପରିଚୟ ଦେଇ ବିଭିନ୍ନ ସ୍ଥାନରେ ଲୁଟ ଓ ଡକାୟତି କରୁଥିବା ସନ୍ଦେହ କରାଯାଉଛି । ଦୁଇଟି ଅଫୁଟା ହାତ ବୋମା ସହ ଦୁଇ ବୁରା ବିଭିନ୍ନ ମାରଣାସ୍ତ୍ର ବି ଜବତ କରିଛି ପୋଲିସ ।

ଏକ ଡ଼କାୟତି ମାମଲାରେ ଗତ ରବିବାର ପୋଲିସ ସଦଳବଳେ ଇଶ୍ୱରର ଘର ଉପରେ ଚଢ଼ାଉ କରିଥିଲା । ଈଶ୍ୱରକୁ  ଧରିବା ପାଇଁ ଯାଇଥିବା ସମୟରେ ଘର ଭିତରେ ରହି ପୋଲିସ ଉପରକୁ ସେ ମଦ ବୋତଲ ଓ ଟେକା ପଥର ସହ ବୋମା ମାଡ଼ କରିଥିଲା । ଛାତ ଉପରେ ରହି ପୋଲିସକୁ ଗ୍ୟାସ ଟାଙ୍କିରେ ନିଆଁ ଲଗାଇ ମାରିଦେବାକୁ ଧମକ ଦେଉଥିଲା । ଦୀର୍ଘ ଚାରି ଘଣ୍ଟାର ଚକାପଞ୍ଝା ପରେ ପୋଲିସ ଈଶ୍ୱରକୁ ଧରି ନେଇଥିଲା । ସେ ଏବେ ଜେଲରେ ଅଛି ।

ଆଜି ସେହି ମାମଲାରେ ତା’ ପୁଅ, ଜ୍ୱାଇଁ ଓ ପରିବାର ଲୋକଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ କରିଥିଲା । ପୋଲସ ଚଢ଼ାଉ ପାଇଁ ଅପରାହ୍ଣରେ ପହଞ୍ଚିବା ପରେ ପ୍ରଥମେ ଘରକୁ ଚାରି ପଟୁ ଘେରି ନେଇଥଲା । ଏଥିରେ ଚାରି ସେକ୍ସନ ପୋଲିସ କର୍ମୀ ସାମିଲ ଥିଲେ । ପୋଲିସ ଘର ଭିତରକୁ ପ୍ରବେଶ ପାଇଁ ଚେଷ୍ଟା କରିବା ବେଳେ ଈଶ୍ୱରର ପରିବାର ଲୋକେ ଭିତର ପଟୁ ଗେଟରେ ତାଲା ପକାଇ ଦେଇଥିଲେ ଓ ଖୋଲି ନ ଥିଲେ । ଦୀର୍ଘ ସମୟ ପରେ  ପୋଲିସ ଘର ଭିତରକୁ ପଶିବାରେ ସକ୍ଷମ ହୋଇଥିଲା ।

ଈଶ୍ୱର ମହାଳିକ ଘରୁ ଜବତ ହୋଇଥିବା ପୋଲିସ ଗାଡ଼ିର ଲାଇଟ, ସାଇରନ ଓ ମାରଣାସ୍ତ୍ର


ଘଟଣା ଅନୁସାରେ ଗତ ୧୨ ତାରିଖରେ ପଶ୍ଚିମ ବଙ୍ଗରୁ ଏକ ବୁଲେଟ ଯୋଗେ ଜଣେ ଯୁବକ ବାଲେଶ୍ୱର ଆସୁଥିବା ବେଳେ ଈଶ୍ୱର ତାଙ୍କୁ ମାଡ଼ ମାରି ତାଙ୍କ ବୁଲେଟ୍‌ ଓ ଟଙ୍କା ଲୁଟି ନେଇଥିଲା । ଗତ ୧୪ ତାରିଖରେ ଈଶ୍ୱରକୁ ପୋଲିସ ଗିରଫ କରିବା ପରେ ଏହି ଲୁଟରେ ତା’ ଜ୍ବାଇଁ ଓ ପୁଅ ସାମିଲ ଥିବା ଜାଣିବାକୁ ପାଇଥିଲା । ଏଥି ପାଇଁ ଆଜି ପୋଲିସ ଦୁହିଁଙ୍କୁ ଗିରଫ କରିବା ପାଇଁ ଯାଇଥିଲା ।  କିନ୍ତୁ ପୋଲିସ ଆସିବା ଖବର ପାଇ ଈଶ୍ୱର ମହାଳିକର ପୁଅ ଓ ଜ୍ବାଇଁ ଫେରାର ହୋଇଯାଇଥିଲେ । ପୋଲିସ ଚଢ଼ାଉ ବେଳେ ସେ ଦୁହେଁ ଘରେ ନ ଥିଲେ । ପୂର୍ବରୁ ହୋଇଥିବା ଆଉ ଏକ ଅଭିଯୋଗ ଅନୁସାରେ ଈଶ୍ୱରର ସ୍ତ୍ରୀ ଓ ଝିଅକୁ ପୋଲିସ ଆଜି ଉଠାଇ ନେଇଛି ।

‘‘ଈଶ୍ୱରର ସ୍ତ୍ରୀ ଓ ଝିଅକୁ ଆଉ ଏକ କେସରେ ଅଣାଯାଇଛି । ଈଶ୍ୱର ନାଁ ରେ ୩୦ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି । ତା’ର କେତେକ ଆପରାଧିକ କାମରେ ତା’ ପରିବାର ମଧ୍ୟ ସାମିଲ ଅଛନ୍ତି । ଏ ନେଇ ଆମେ ତଦନ୍ତ ଜାରି ରଖିଛୁ । ବହୁତ ଶୀଘ୍ର ତା’ ଜ୍ୱାଇଁ ଓ ପୁଅକୁ ବି ଆମେ ଧରିବୁ,’’ କହିଛନ୍ତି ଡ଼ିଏସପି ମନୋଜ ରାଉତ ।

ଏହି ଚଢ଼ାଉରେ ରେମୁଣା ଓ ସହଦେବଖୁଣ୍ଟା ଦୁଇଟି ଥାନାର ଅଧିକାରୀ କୃଷ୍ଣଚନ୍ଦ୍ର ପଲାଇ ଓ ଶୁଭ୍ରାଂଶୁ ନାୟକ ଥିଲେ । ଟାଉନ କ୍ରାଇମ ଡିଏସପି ଏହାର ନେତୃତ୍ୱ ନେଉଥିବା ବେଳେ ସେକ୍ସନ ପୋଲିସ ଓ ଜଣେ ମାଜିଷ୍ଟ୍ରେଟ ବି ଉପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 22, 2020, 12:07 AM IST
corona virus btn
corona virus btn
Loading