ପ୍ରଭାରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଡ଼ି ପୁରନ୍ଦେଶ୍ୱରୀ; ବିଜେପି ଉତ୍ସାହିତ

ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଆଗକୁ ପୌର ନିର୍ବାଚନ ସମେତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା କାରଣରୁ ନୂଆ ପ୍ରଭାରୀଙ୍କ ନେତୃତ୍ୱରେ ଦଳ ଅଧିକ ଉତ୍ସାହିତ ହୋଇ ଲଢ଼ିବ।

ପ୍ରଭାରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଡ଼ି ପୁରନ୍ଦେଶ୍ୱରୀ; ବିଜେପି ଉତ୍ସାହିତ
ବିଜେପି ପ୍ରଭାରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଡି ପୁରନ୍ଦେଶ୍ୱରୀ
  • News18 Odia
  • Last Updated: December 10, 2020, 9:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ଥର ପାଇଁ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓଡ଼ିଶାରେ ପହଞ୍ଚିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ରାତିରେ ଭୁବନେଶ୍ୱରରେ ପହଞ୍ଚିନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଦଳୀୟ ନେତା ଓ କର୍ମୀ । ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ସ୍ୱାଗତ ପାଇଁ ବିମାନବନ୍ଦରରେ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ଅର୍ଥାତ ଗୁରୁବାର ଦିନ ତମାମ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ପ୍ରଭାରୀ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ଆଜି ପୂର୍ବାହ୍ନରୁ ନୟାଗଡ଼ ଯିବାକୁ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ପରୀ ଘଟଣାର ପ୍ରାସଙ୍ଗିକତାକୁ ଗୁରୁତ୍ବ ଦେଇ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଦଳୀୟ ନେତା ଓ କର୍ମୀ 


ବିଜେପି ପାଇଁ ଅବସ୍ଥାପିତ ନୂଆ ପ୍ରଭାରିଙ୍କ ଗସ୍ତକୁ ନେଇ ଉତ୍ସ।ହିତ ହୋଇଛି ରାଜ୍ୟ ବିଜେପି । ଦଳ ପକ୍ଷରୁ କୁହାଯାଇଛି ଯେ, ଆଗକୁ ପୌର ନିର୍ବାଚନ ସହିତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା କାରଣରୁ ନୂଆ ପ୍ରଭାରୀଙ୍କ ନେତୃତ୍ୱରେ ଦଳ ଅଧିକ ଉତ୍ସାହିତ ହୋଇ ଲଢ଼ିବ।

ନିକଟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ନୂଆ ଅଧିକାରୀଙ୍କ ନାମ ଘୋଷଣା କ୍ରମରେ ଓଡିଶା ପାଇଁ ନୂଆ ରାଜ୍ୟ ପ୍ରଭାରୀ ଭାବେ ଡି. ପୁରନ୍ଦେଶ୍ୱରୀଙ୍କ ନାମ ଘୋଷଣା କରିଥିଲେ । ତେବେ ଦୀର୍ଘଦିନ ଧରି ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ବ ନିର୍ବାହ କରି ଆସିଥିବା ବରିଷ୍ଠ ବିଜେପି ନେତା ଅରୁଣ ସିଂଙ୍କୁ କର୍ଣ୍ଣାଟକ ଓ ରାଜସ୍ଥାନର ପ୍ରଭାରୀ ଭାବେ ଅବସ୍ଥାପିତ କରାଯାଇଥିଲା ।

"ଦଳ ପାଇଁ ରାଜ୍ୟରେ ନିଯୁକ୍ତ ନୂଆ ମାର୍ଗଦର୍ଶକଙ୍କୁ ନେଇ ସମସ୍ତେ ଉତ୍ସାହିତ । କାରଣ ଉଭୟ ନେତୃତ୍ବ ଅଭିଜ୍ଞତା ସଂପନ୍ନ ଓ ତୃଣମୂଳ ସ୍ତରରେ କାମ କରିବାରେ ସେମାନେ ଅଭ୍ୟସ୍ତ । ତେଣୁ ଏହା ନିଶ୍ଚିତ ଭାବେ ରାଜ୍ୟରେ ଦକକୁ ପ୍ରଗତିଶୀଳ କରିବ। ଓଡ଼ିଶାରେ ପହଞ୍ଚିବା ପରେ ପରି ଘଟଣାକୁ ନେଇ ତୁରନ୍ତ ନୟାଗଡ଼ ଯିବାପାଇଁ ନୂଆ ପ୍ରଭାରୀ ହି ଗୁରୁତ୍ବ ରଖିଥିଲେ, " କହିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତ୍ରି ତଥା ଦଳର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ।

ପୂର୍ବରୁ ରାଜ୍ୟ ପ୍ରଭାରୀ ଭାବେ ଓଡ଼ିଶାରେ ଅବସ୍ଥାପିତ ହୋଇଥିଲେ ଅରୁଣ ସିଂ। ତାଙ୍କ ମାର୍ଗଦର୍ଶନରେ ପୋୖର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ଦୁଇଟି ସାଧାରଣ ନିର୍ବାଚନ ରାଜ୍ୟ ବିଜେପି ଲଢିଥିଲା । ତୃଣମୂଳ ସ୍ତରରେ ମଧ୍ୟ ଦଳର ଗ୍ରହଣୀୟତା ବଢିଥିଲା । ତେବେ ଦଳୀୟ ଆବଶ୍ୟକତା ଅନୁସାରେ ଅରୁଣ ସିଂଙ୍କୁ କର୍ଣ୍ଣାଟକ ଓ ରାଜସ୍ଥାନର ଦାୟିତ୍ୱ ଦିଆଯାଇଥିଲା ବେଳେ ଡି. ପୁରନ୍ଦେଶ୍ବରୀ ଓ ବିଜୟପାଲ ସିଂ ତୋମାରଙ୍କୁ ଓଡିଶା ଦାୟିତ୍ୱ ଦିଆଯାଇଛି ।

"ନୂଆକରି ଅବସ୍ଥାପିତ ମାର୍ଗଦର୍ଶକଙ୍କ ପାଇଁ ରାଜ୍ୟ ବିଜେପି ଉତ୍ସାହିତ ହେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଉଭୟଙ୍କ ମାର୍ଗଦର୍ଶନରେ ତୁରନ୍ତ ଫାଇଦା ମିଳିବ ସେଭଳି ଭାବିବା ଭୁଲ। ଏଥିପାଇଁ ସମୟ ଲାଗିବ," କହିଛନ୍ତି ରାଜନୀତି ବିଶେଷଜ୍ଞ ଅକ୍ଷୟ ସାହୁ ।
Published by: Jagdish Barik
First published: December 10, 2020, 9:26 AM IST
corona virus btn
corona virus btn
Loading