ଜେଲରେ ଥାଇ କଟକରେ ପୁଣି ଚେର ଲମ୍ବାଇବାକୁ ଡି-ବ୍ରଦର୍ସଙ୍କ ଯୋଜନା; ଧରାପଡ଼ିଲେ ୨ ସହଯୋଗୀ

୨୦୧୬ରେ ଧଳସାମନ୍ତ ଭ୍ରାତା ଦ୍ୱୟ ଓ ତାଙ୍କ ସହଯୋଗୀମାନଙ୍କ ଗିରଫଦାରୀ ପର ଠାରୁ କଟକରେ ଏତେ ପରିମାଣର ଗୁଳି ଜବତ ହେବାର ଏହା ପ୍ରଥମ ଘଟଣା । ଦିନକ ଆଗରୁ ବିଚ୍ ବଜାରରେ ଜଣେ ଗ୍ୟାଙ୍ଗଷ୍ଟର ମଥାରେ ବନ୍ଧୁକ ଲଗେଇ ଧମକେଇଥିଲା ଡ୍ୟାନି ।

ଜେଲରେ ଥାଇ କଟକରେ ପୁଣି ଚେର ଲମ୍ବାଇବାକୁ ଡି-ବ୍ରଦର୍ସଙ୍କ ଯୋଜନା; ଧରାପଡ଼ିଲେ ୨ ସହଯୋଗୀ
କଟକର କୁଖ୍ୟାତ ଡି-ବ୍ରଦର୍ସ (ଧଳସାମନ୍ତ ବ୍ରଦର୍ସ)
  • News18 Odia
  • Last Updated: August 13, 2020, 12:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଗରିଫ ହେବାର ପାଞ୍ଚ ବର୍ଷ ପରେ ବି କଟକରେ ପରୋକ୍ଷରେ ସକ୍ରିୟ ଅଛନ୍ତି କୁଖ୍ୟାତ ଅପରାଧୀ ଭ୍ରାତା ଡି-ବ୍ରଦର୍ସ । ଜେଲରେ ଥାଇ ନିଜର ପୁରୁଣା ସହଯୋଗୀମାନଙ୍କୁ ନେଇ ପୁଣି ସଙ୍ଗଠିତ ହେବା ପାଇଁ ସେମାନେ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଛି । ଏମିତି ଏକ ଯୋଜନାକୁ କମିଶନରେଟ ପୋଲିସ ପଣ୍ଡ କରି ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ଓ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ବି ଜବତ କରିଛି ।

ଗିରଫ ହୋଇଥିବା ଦୁଇ ଅପରାଧୀ ଡ୍ୟାନି ଓରଫ ଶଶିକାନ୍ତ ଖଣ୍ଡେଇ ଓ ରନିଆ ଓରଫ ରଞ୍ଜିତ ସିଂଙ୍କ ଠାରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଦୁଇଟି ବନ୍ଧୁକ, ୬୯ ରାଉଣ୍ଡ ଜୀବନ୍ତ ଗୁଳି, ତିନିଟି ମାଗାଜିନ, ଗୋଟିଏ କାର ଓ ଗୋଟିଏ ଦାମୀ ବାଇକ । ଧଳସାମନ୍ତ ଭ୍ରାତା ଓ ତାଙ୍କ ସହଯୋଗୀମାନଙ୍କ ଗିରଫଦାରୀ ପର ଠାରୁ ଅର୍ଥାତ ଗତ ପାଞ୍ଚ ବର୍ଷ ମଧ୍ୟରେ ସହରରୁ ଏତେ ପରିମାଣର ଗୁଳି ଜବତ ହେବାରେ ଏହା ହେଉଛି ପ୍ରଥମ ଘଟଣା ।

ପୋଲିସ ପକ୍ଷରୁ ମିଳିଥିବା ସୁଚନା ମୁତାବକ ଡି-ବ୍ରଦର୍ସ ଗ୍ୟାଙ୍ଗର ପୁରୁଣା ସଦସ୍ୟ ତଥା ହତ୍ୟା ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ପାଞ୍ଚଟି ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବା ଡ୍ୟାନି ଡି-ବ୍ରଦର୍ସ ଗ୍ୟାଙ୍ଗକୁ ପୁଣି କ୍ରିୟାଶୀଳ କରିବା ଆରମ୍ଭ କରିଥିଲା । ଗତ କିଛି ଦିନ ହେଲା ସେ ଡି-ବ୍ରଦର୍ସ ଗ୍ୟାଙ୍ଗର ସଦସ୍ୟ ରନିଆର ସମର୍ଥନ ହାସଲ କରିବା ପରେ ସହରର ଅନ୍ୟ ଗ୍ୟାଙ୍ଗର କୁଖ୍ୟାତ ଅପରାଧୀମାନଙ୍କୁ ମଧ୍ୟ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ କରୁଥିଲା । ଏହା ସହ ଗ୍ୟାଙ୍ଗ ଚଳାଇବା ପାଇଁ ଅର୍ଥ ବି ଯୋଗାଡ଼ କରୁଥିଲା ।

ଡ୍ୟାନି ଓ ରନିଆ ଠାରୁ ଜବତ ହୋଇଥିବା ବନ୍ଧୁକ ଓ ଗୁଳି


ଏହି କ୍ରମରେ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ପାଇଁ କାମ କରୁଥିବା ତଥା ବାଙ୍କାବଜାର ବାସିନ୍ଦା ପପୁ ଓରଫ ରିଆଜ ବକ୍ସକୁ ନିଜ ସହିତ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲା ଡ୍ୟାନି । କିନ୍ତୁ ରିଆଜ ଏଥିରେ ଅମଙ୍ଗ ହେବାରୁ ଗତ ୧୧ ତାରିଖ ଦିନ ରିଆଜ ବକ୍ସକୁ ଚୁନଭାଟି ଅଞ୍ଚଳକୁ ଡାକି ବିଚ୍‌ ବଜାରରେ ସମସ୍ତଙ୍କ ସାମନାରେ ଡ୍ୟାନି ତାର ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲା । ଏହା ପରେ ସ୍ଥାନୀୟ ଲୋକ ଏକାଠି ହୋଇଯିବାରୁ ଡ୍ୟାନି ଓ ରନିଆ ସେଠାରୁ ଫେରାର ହୋଇଯାଇଥିଲେ । ଏହା ପରେ ରିଆଜ ବକ୍ସର ଏତାଲାକୁ ଆଧାର କରି ଡ୍ୟାନି ଓ ରନିଆକୁ ଗିରଫ କରିଥିଲା ଲାଲବାଗ ପୋଲିସ ।

କଟକ ଡିସିପି ପ୍ରତୀକ ସିଂ


‘‘ଡ୍ୟାନି ଡି-ବ୍ରର୍ଦସ ଗ୍ୟାଙ୍ଗ ପାଇଁ କାମ କରୁଥିଲା ଓ ସେମାନଙ୍କ ଇସାରାରେ ସହରରେ ପୁଣି ଡି-ବ୍ରଦର୍ସ ଗ୍ୟାଙ୍ଗକୁ ସକ୍ରିୟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ଏହା ସହିତ ଅର୍ଥ ରୋଜଗାର ପାଇଁ ସହରର ବାଲିଘାଟଗୁଡ଼ିକୁ ବି ନିଜ କବଜାକୁ ନେବା ସହ ଦାଦା ବଟି ମାଗିବା ଆରମ୍ଭ କରିଥିଲା । ଉଭୟଙ୍କ ପାଖରୁ ଜବତ ହୋଇଥିବା ବନ୍ଧୁକ ଓ ଗୁଳି ଡି-ବ୍ରଦର୍ସଙ୍କ ଜଣେ ସହଯୋଗୀ ସେମାନଙ୍କୁ ଦେଇଥିଲେ । ସେ ବାବଦରେ ଆମେ ଅନୁସନ୍ଧାନ ଜାରି ରଖିଛୁ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ବିଗ୍ ବି ଭିଡିଓ ସେୟାର କଲେ

ପୋଲିସର କହିବା ଅନୁସାରେ ଲକଡାଉନ ପୂର୍ବରୁ ଡ୍ୟାନି ବାଲେଶ୍ବର ଜେଲକୁ ଯାଇ ସୁଶୀଲ ଧଳସାମନ୍ତକୁ ଅନେକ ଥର ଭେଟିଛି । ତା’ ପାଖରୁ ମଳିଥିବା ଗୁଳି ତାକୁ ଗିରଫଦାରୀ ପୂର୍ବରୁ ଅର୍ଥାତ ୨୦୧୫ ମସିହାରେ ନିଜେ ସୁଶୀଲ ଧଳସାମନ୍ତ ହିଁ ଦେଇଥିଲା ବୋଲି ସେ ପୋଲିସ ଆଗରେ ପ୍ରକାଶ କରିଛି । ସେ ସମୟରେ ଡି-ବ୍ରଦର୍ସଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ବେଳେ ମଧ୍ୟ ଡ୍ୟାନି ଘରେ ପୋଲିସ ରେଡ କରିଥିଲା । କିନ୍ତୁ ସେଗୁଡ଼ିକୁ ନିଜ ଘର ପାଇଖାନା ଭିତରେ ଲୁଚାଇ ରଖିଥିବାରୁ ତା’ର ସନ୍ଧାନ ମିଳି ନ ଥିଲା ବୋଲି ସେ କହିଛି ।​



୨୦୧୬ ମସିହାରେ ଡ଼ି ବ୍ରଦର୍ସ ଦ୍ୱୟ ଗିରଫ ହେବା ପରେ ତାଙ୍କ ଗାଙ୍ଗର ୪୦ରୁ ଅଧିକ ସକ୍ରିୟ ସଦସ୍ୟଙ୍କୁ ପର୍ଯ୍ୟାୟ କ୍ରମେ ଗିରଫ କରିଥିଲା ପୋଲିସ। ଏହା ପରେ ମଧ୍ୟ ବିଭିନ୍ନ ସମୟରେ ଡ଼ି ବ୍ରଦର୍ସଙ୍କ ଗାଙ୍ଗକୁ ଚଲାଇବା ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କାରବାର କରିବା ଅଭିଯୋଗରେ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଛି। ହେଲେ ଏତେ ସବୁ ପରେ ମଧ୍ୟ କଟକରେ ଡ଼ି ବ୍ରଦର୍ସଙ୍କ ସହଯୋଗୀ ତଥା ସମର୍ଥକମାନେ ପୁଣି ଏକାଠି ହେଇ ଗାଙ୍ଗ ଚଲାଇବା ପାଇଁ ଉଦ୍ୟମ କରିବା ପୋଲିସ ପାଇଁ ଚାଲେଞ୍ଜ ହୋଇ ଠିଆ ହୋଇଛି ।
Published by: Anand Shankar Thankur Das
First published: August 12, 2020, 11:59 PM IST
corona virus btn
corona virus btn
Loading