ମାଡ଼ି ଆସୁଛି ବାତ୍ୟା ‘ୟସ୍’; ଲ୍ୟାଣ୍ଡ୍‌ଫଲ୍‌ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିମି ଛୁଇଁବ

ଏବେ ପାଞ୍ଚ କିମି ପ୍ରତି ଘଣ୍ଟା ବେଗରେ ଉପକୂଳ ଆଡ଼କୁ ଆସୁଥିବା ଏହି ବାତ୍ୟା ପାରାଦୀପ ଠାରୁ ୫୭୦ କିମି ଦୂରରେ ଓ ବାଲେଶ୍ୱର ଠାରୁ ୬୭୦ କିମି ଦୂରରେ ଅଛି । ଏହା ଭୀଷଣ ରୂପ ନେଇ ଉତ୍ତର ଓଡ଼ିଶା ଓ ବେଙ୍ଗଲରେ ପହଞ୍ଚିବ ।

ମାଡ଼ି ଆସୁଛି ବାତ୍ୟା ‘ୟସ୍’; ଲ୍ୟାଣ୍ଡ୍‌ଫଲ୍‌ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିମି ଛୁଇଁବ
ଏହି ବାତ୍ୟା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି ଓ ପାଞ୍ଚ କିଲୋମିଟିର୍‌ ପ୍ରତି ଘଣ୍ଟା ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ତାଜା ସୂଚନାରେ କୁହାଯାଇଛି ।

ଏହି ବାତ୍ୟା ରବିବାର ଦିନ ସାରା ୫ କିଲୋମିଟର୍‌ ପ୍ରତି ଘଣ୍ଟା ବେଗରେ ଗତି କରି ସନ୍ଧ୍ୟା ୫ଟା ୩୦ରେ ଆଣ୍ଡାମାନ ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୫୯୦ କିଲୋମିଟର ଦୂରରେ ଥିଲା (Cyclone Yaas position now)। ଏହା ପାରାଦୀପ ଠାରୁ ୫୭୦ କିଲୋମିଟର ଦୂରରେ ଓ ବାଲେଶ୍ୱର ଠାରୁ ୬୭୦ କିଲୋମିଟର ଦୂରରେ ଥିଲା (cyclone yaas balasore)। ପଶ୍ଚିମ ବଙ୍ଗର (West Bengal) ଦୀଘା ଠାରୁ ଏହା ୬୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଥିଲା ବୋଲି କହିଛି ପାଣିପାଗ କେନ୍ଦ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

‘‘ଏହି ବାତ୍ୟା ଧୀରେ ଧୀରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ମେ ୨୪ ତାରିଖ ସୋମବାର ସକାଳ ସୁଦ୍ଧା ଏକ ସାଇକ୍ଲୋନିକ୍ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ଅତି ଭୟଙ୍କର ସାଇକ୍ଲୋନିକ୍ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି । ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ । ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳରେ ମେ ୨୬ ବୁଧବାର ସକାଳ ସୁଦ୍ଧା ପହଞ୍ଚିବ (Cyclone Yaas position),’’ କହିଛି ପାଣିପାଗ ବିଭାଗ ।

ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏନ୍‌.ଡି.ଆର୍‌.ଏଫ୍. ଟିମ୍‌ କଟକପ ମୁଣ୍ଡଳୀରୁ ଯାଉଛନ୍ତି ।


ମେ ୨୬ ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ଭୟଙ୍କର ବାତ୍ୟା ‘ୟସ୍‌’ ଉତ୍ତର ଓଡିଶା ଓ ପଶ୍ଚିମ ବଙ୍ଗ ଉପକୂଳ ମଧ୍ୟରେ ପାରାଦୀପ ଓ ସାଗର ଦ୍ୱୀପପୁଞ୍ଜ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚାଇ ଦେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆହୁରି ଜୋର୍‌ ଧରିଛି ।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

ବାତ୍ୟା ‘ୟସ୍‌’ ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ । ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ଛୁଇଁବ। ହେଲେ ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୫ ତାରିଖରୁ ପବନର ବେଗ ବଢ଼ିବ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବାତ୍ୟା 'ୟସ୍‌' ଦ୍ବାରା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି । ସେଥି ପାଇଁ ଉପକୂଳ ଓଡ଼ିଶାର ନଅଟି ଜିଲ୍ଲା ପାଇଁ ଜାରି କରାଯାଇଛି ଚେତାବନୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ରାଜ୍ୟର ଚାରିଟି ଜିଲ୍ଲାକୁ ଅଧିକ ବିପଦ ରହିଛି । ନଅଟି ଜିଲ୍ଲାକୁ ୱାର୍ଣ୍ଣି ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପାଇଁ ଏସ୍‌.ଆର୍‌.ସି. ପ୍ରଦୀପ ଜେନା ବାଲେଶ୍ବର  ଓ ଭଦ୍ରକରେ ବୈଠକ କରିଛନ୍ତି ।

ଏସ୍‌.ଆର୍‌.ସି. ପ୍ରଦୀପ ଜେନା ବାଲେଶ୍ବରରେ ବୈଠକ କରୁଛନ୍ତି ।


‘‘ସରକାର ସୁରକ୍ଷାର ସବୁ ସୁବିଧା କରୁଛନ୍ତି । ତେଣୁ ଲୋକେ ଚିନ୍ତା ନ କରି ଘରେ ରୁହନ୍ତୁ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏନ୍‌.ଡି.ଆର୍‌.ଏଫ୍., ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍ ପଠାଗଲାଣି । ଧନଜୀବନ ଯେପରି ନଷ୍ଟ ନ ହେବ ସେଥି ପାଇଁ ସବୁ ପ୍ରସ୍ତୁତି କରାଯାଉଛି,’’ କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ବାତ୍ୟା ପାଇଁ ଓଡି଼ଶା ପୋଲିସ ସମେତ ଏନ୍‌.ଡି.ଆପ୍‌.ଏଫ୍‌., ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ସଜାଗ ଅଛନ୍ତି । ବାତ୍ୟା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ବ୍ରହ୍ମପୁରର ଡିଆଇଜି ଓ ଏଡିଜିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଆଲୋଚନା କରିଛନ୍ତି । ଏହି ବୈଠକରେ ଲୋକଙ୍କୁ ସ୍ଥାନାନ୍ତର କରିବା ଓ ସାଇକ୍ଲୋନ ପରେ ରିଲିଫ ଓ ଉଦ୍ଧାର କାମ ସମ୍ପର୍କରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା ।



ଓଡ୍ରାଫର ୬୦ଟି ଟିମ୍‌ ସଜାଗ ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ସଫଳତାର ସହ କରିବା ପାଇଁ ଉଚ୍ଚ ମାନର ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଏହି ବୈଠକରେ ଏଡିଜି ଆଇନ ଓ କଟକ-ଭୁବନେଶ୍ୱରର ପୋଲିସ କମିଶନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଉପସ୍ଥିତ ଥିଲେ ।
Published by: Anand ST Das
First published: May 23, 2021, 9:29 PM IST