ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

ବାତ୍ୟା ପ୍ରଭାବିତ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ପ୍ରଧାନ ମନ୍ତ୍ରୀ ମୋ’ଟ ୧,୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଓଡ଼ିଶାକୁ ୫୦୦ କୋଟି ଟଙ୍କା ମିଳିବାକୁ ଥିବା ବେଳେ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫୦୦ କୋଟି ଟଙ୍କା ଲେଖାଏଁ ଘୋଷଣା ହୋଇଛି ।

ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା
ଆକାଶ ମାର୍ଗରୁ ବାତ୍ୟା ୟାସର କ୍ଷୟକ୍ଷତି ଦେଖୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ସରକାର ବାତ୍ୟା ୟାସରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାରଙ୍କୁ ତୁରନ୍ତ କୌଣସି ଆର୍ଥିକ ସହାୟତା ମାଗି ନ ଥିଲେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି ।

ମୃତାହତଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରଧାନ ମନ୍ତ୍ରୀ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି । ବାତ୍ୟା ପ୍ରଭାବିତ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ପ୍ରଧାନ ମନ୍ତ୍ରୀ ମୋ’ଟ ୧,୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା ହୋଇଥିବା ବେଳେ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫୦୦ କୋଟି ଟଙ୍କା ଲେଖାଏଁ ସହାୟତା ଘୋଷଣା ହୋଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଭୁବନେଶ୍ୱରରେ ପ୍ରଧାନ ମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ବାତ୍ୟା କ୍ଷତିଗ୍ରସ୍ତ ଏରିଆ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା କେନ୍ଦ୍ର ସରକାର ଓଡ଼ିଶା ପାଇଁ ବାତ୍ୟା ସହାୟତା ଘୋଷଣା କରିବେ । ତାହା ହିଁ ହୋଇଛି । ଓଡ଼ିଶା ଓ ପଶ୍ଚିମ ବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ନୂଆ ଦିଲ୍ଲୀ ଫେରିଯିବା ପରେ ପ୍ରଧାନ ମନ୍ତ୍ରୀ ଏହି ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ସମୀକ୍ଷା ବୈଠକ ପରେ ଆକାଶ ମାର୍ଗରେ ବାତ୍ୟା ଅଞ୍ଚଳ ବୁଲି ଦେଖିଥିଲେ ମୋଦି ।


ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବ

ବାତ୍ୟା ପରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପୁନରୁଦ୍ଧାର ଓ ପୁନର୍ଗଠନ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଆର୍ଥିକ ସହାୟତା ମାଗି ନ ଥିଲେ । ‘‘ଏବେ ଯେହେତୁ ଦେଶରେ କରୋନା ମହାମାରୀ ନିଜ ଶୀର୍ଷରେ ଅଛି, ଆମେ କୌଣସି ତୁରନ୍ତ ଆର୍ଥିକ ସାହାଯ୍ୟ ମାଗି କେନ୍ଦ୍ର ସରକାରଙ୍କ ବୋଝ ବଢ଼ାଇ ନାହୁଁ । ଆମେ ଏହାକୁ (ବାତ୍ୟା ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ) ଆମ ନିଜ ପାଣ୍ଠି ଖର୍ଚ୍ଚ କରି କରିବୁ ଓ ଏହି ବିପଦରୁ ବାହାରକୁ ଆସିବୁ,’’ ମୋଦିଙ୍କ ସମୀକ୍ଷା ବୈଠକରେ ଭାଗ ନେବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ୍‌ କରି କହିଥିଲେ ।

ଏହା ବି ପଢ଼ନ୍ତୁ | ଟିକା ପାଇଁ ରାଜ୍ୟଗୁଡ଼ିକ ସହ ଡିଲ୍ କରିବେନି ବିଦେଶୀ କମ୍ପାନୀ; ହେବ ଗ୍ଲୋବାଲ୍ଟେଣ୍ଡରର?

ଏହି ସମୀକ୍ଷା ବୈଠକରେ ଓଡ଼ିଶା ଉପକୂଳରେ ବାତ୍ୟାନିରୋଧୀ ସ୍ଥାୟୀ ସୁରକ୍ଷା ପାଇଁ ଦାବି ରଖିଥିଲେ ମୁଖ୍ୟ ମନ୍ତ୍ରୀ । ପ୍ରଧାନ ମନ୍ତ୍ରୀଙ୍କ ପାଖରେ ଓଡ଼ିଶା ଦୁଇଟି ଦୀର୍ଘକାଳୀନ ଦାବି ରଖିଥିଲା । ଓଡ଼ିଶା ଉପକୂଳରେ ବାରମ୍ବାର ବାତ୍ୟା କ୍ଷୟକ୍ଷତି କରୁଥିବାରୁ ବାତ୍ୟାନିରୋଧୀ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରାଯାଉ । ୪୫୦ କିଲୋମିଟର ଉପକୂଳର ସୁଦୃଢ଼ୀକରଣ ପାଇଁ ଦୀର୍ଘମିଆଦି ସହାୟତା ଦିଆଯାଉ ଓ ଏଥି ସହ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଉ ବୋଲି ଦାବି ରଖିଥିଲା ଓଡ଼ିଶା । ବୈଷୟିକ ଜ୍ଞାନକୌଣଳ ଓ ଭୂତଳ କେବୁଲ ବିଛା ପାଇଁ ମଧ୍ୟ କେନ୍ଦ୍ର ସହାୟତା ଦେଉ ବୋଲି ପ୍ରଧାନ ମନ୍ତ୍ରୀଙ୍କ ପାଖରେ ଦାବି ରଖିଥିଲେ ମୁଖ୍ୟ ମନ୍ତ୍ରୀ ।



ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନ ମନ୍ତ୍ରୀ ମୋଦି ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଓ ମୁଖ୍ୟ ମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ସାମିଲ ଥିଲେ । ସମୀକ୍ଷା ବୈଠକରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଆଠ ମିନିଟର ଏକ ଭିଡିଓ ଦେଖିଥିଲେ ପ୍ରଧାନ ମନ୍ତ୍ରୀ ।
Published by: Anand ST Das
First published: May 28, 2021, 6:08 PM IST