ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୩ ଦିନରେ ସରିଲା ବାତ୍ୟା ୟାସ୍ କରିଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ; ଫେରୁଛନ୍ତି ଜବାନମାନେ

୩ ଦିନରେ ସରିଲା ବାତ୍ୟା ୟାସ୍ କରିଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ; ଫେରୁଛନ୍ତି ଜବାନମାନେ

ବାତ୍ୟା ୟାସର ମୁକାବିଲା ପାଇଁ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଳାରେ ମୁତୟନ ହୋଇଥିଲେ ୫୨ଟି NDRF ଟିମ୍, ୨୦୧ଟି ଅଗ୍ନିଶମ ବିଭାଗ ଟିମ୍ ଓ ୬୦ଟି ଓଡ୍ରାଫ୍ ଟିମ୍ । ରାଜ୍ୟ ବାହାରୁ ଆସିଥିବା NDRF ଜବାନମାନଙ୍କୁ ପ୍ରଥମେ ଅପରାସାରଣ କରାଯାଇଛି ।

୩ ଦିନରେ ସରିଲା ବାତ୍ୟା ୟାସ୍ କରିଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ; ଫେରୁଛନ୍ତି ଜବାନମାନେ
ବାଲେଶ୍ୱରରେ ବନ୍ୟାଞ୍ଚଳରେ ରିଲିଫ୍ କାମରେ ଲାଗିଥିବା ଅଗ୍ନିଶମ ବାହିନୀର ଜବାନମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବାତ୍ୟା ୟାସ୍‌ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହୋଇଥିବା କ୍ଷୟକ୍ଷତି ପରେ ପୁନରୁଦ୍ଧାର କାର୍ଯ୍ୟକୁ ତିନି ଦିନ ମଧ୍ୟରେ ଶେଷ କରିବାରେ ସଫଳ ହୋଇଛନ୍ତି ଏନ୍‌.ଡି.ଆର୍‌.ଏଫ୍‌., ଅଗ୍ନିଶମ ବାହିନୀ ଓ ଓଡ୍ରାଫର ଜବାନମାନେ । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ନିୟୋଜିତ ଜବାନମାନେ ନିଜ ନିଜ ବେସକୁ ଫେରିବା ଆରମ୍ଭ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଳାରେ ମୁତୟନ ହୋଇଥିଲେ ୫୨ଟି ଏନ୍‌.ଡି.ଆର୍‌.ଏଫ୍‌. ଟିମ୍‌ । ସେମାନଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ବାହାରୁ ଆସିଥିବା ଜବାନମାନଙ୍କୁ ପ୍ରଥମେ ଅପରାସାରଣ କରାଯାଇଛି । ପୁନେ, ବିଜୟୱାଡ଼ା ଓ ଗୌହାଟିରୁ ଆସିଥିବା ଜବାନମାନେ ବିମାନ ଯୋଗେ ନିଜ ନିଜ ବେସକୁ ଫେରିଛନ୍ତି । ଭଦ୍ରକରେ ମୁୟତନ ହୋଇଥିବା ମୁଣ୍ଡଳି ସ୍ଥିତ ଏନ୍‌.ଡି.ଆର୍‌.ଏଫ୍‌.ର ତୃତୀୟ ବଟାଲିୟନର ଜବାନମାନେ ମଧ୍ୟ ନିଜ ବେସକୁ ଫେରି ଆସିଛନ୍ତି ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବ

ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମଧ୍ୟ ନିଜ ନିଜ ଟିମଗୁଡ଼ିକୁ ଅପରାସାରଣ କରିବା ଆରମ୍ଭ କରିଛନ୍ତି । ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମୋଟ ୨୦୧ଟି ଟିମ୍‌ ନିୟୋଜିତ କରିଥିଲା । ସେମାନଙ୍କ ମଧ୍ୟରୁ ୧୭୯ଟି ଟିମକୁ ବିଭାଗ ଅପସାରଣ କରିଛି । ଏବେ କେବଳ ୨୨ଟି ଟିମ୍‌ ବାଲେଶ୍ବରରେ ନିୟୋଜିତ ଅଛନ୍ତି । ଓଡ୍ରାଫ ପକ୍ଷରୁ ନିୟୋଜିତ ହୋଇଥିବା ୬୦ଟି ଟିମ୍‌ ମଧ୍ୟରୁ ତିନିଟି ଟିମ୍ ନିଜ ନିଜ ୟୁନିଟକୁ ଫେରି ଆସିଛନ୍ତି ।

ଏନ୍.ଡି.ଆର୍.ଏଫ୍.ର ଏକ ଟିମ୍ ଭଦ୍ରକରେ ଭାଙ୍ଗିପଡ଼ିଥିବା ଏକ ଗଛକୁ କାଟି ବାହାର କରୁଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରେସଲର୍ ସୁଶୀଲ କୁମାର ନିଜ ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଆସିଥିଲେ; ସାମନାକୁ ଆସିଲା ଏକ ସ୍କୁଟି

‘‘ଆମେ ଅତି ଖରାପ ପରିସ୍ଥିତିର ମୁକାବିଲା ପାଇଁ ବି ପ୍ରସ୍ତୁତ ଥିଲୁ । କିନ୍ତୁ ଯେତେ କ୍ଷୟକ୍ଷତିର ଆଶଙ୍କା କରାଯାଉଥିଲା ସେଭଳି ହେଲା ନାହିଁ । ଯାହାବି କିଛି କ୍ଷୟକ୍ଷତି ହେଲା ଆମ ଜବାନମାନେ ସେଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିଛନ୍ତି । ଏବେ ପ୍ରଥମ ବଟାଲିୟନରୁ ଆସିଥିବା ଟିମ୍‌ ମୟୂରଭଞ୍ଜରେ ନିୟୋଜିତ ଅଛି । ବାଲୋଶ୍ବରରେ ବି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ତାହା ଦିନେ ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ,’’ କହିଛନ୍ତି କଟକ ମୁଣ୍ଡଳି ସ୍ଥିତ ଏନ୍‌.ଡି.ଆର୍‌.ଏଫ୍‌. ତୃତୀୟ ବଟାଲିୟନର ସହକାରୀ କମାଣ୍ଡାଣ୍ଟ ଏ.କେ. ପଟ୍ଟନାୟକ ।



ରାଜ୍ୟର ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁ କହିଛନ୍ତି, ‘‘ବାତ୍ୟା ୟାସର ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ଜବାନମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେଇଥି ପାଇଁ ମାତ୍ର ତିନି ଦିନରେ ଆମେ ପୁନରୁଦ୍ଧାର କାର୍ଯ୍ୟର ଏକ ବୃହତ ଭାଗ ଶେଷ କରିବାରେ ସଫଳ ହୋଇଛୁ । ଏବେ ଯାହା କିଛି ବାକି ରହିଛି ତାହା କେବଳ ବାଲେଶ୍ବର ଜିଲ୍ଳାରେ ହିଁ ଅଛି । ସେଠାରେ ଏବେ ଆମର ୨୨ଟି ଟିମ୍‌ ନିୟୋଜିତ ଅଛନ୍ତି ।’’
Published by: Anand ST Das
First published: May 29, 2021, 11:37 PM IST