News18 Odia Digital
ଭୁବନେଶ୍ୱର: ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ସ୍ଥଳ ଭାଗ ମୁହାଁ ହେଉଥିବା ବାତ୍ୟା ୟାସ୍ ଭୋର୍ ଭୋର୍ ଲ୍ୟାଣ୍ଡଫଲ୍ କରିବ ନାହିଁ । ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ ଏହି ଭୀଷଣ ସାମୁଦ୍ରିକ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପୂର୍ବାହ୍ନ ୧୦ରୁ ୧୧ଟା ମଧ୍ୟରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଭଦ୍ରକ ଜିଲ୍ଲାର ଧାମରା ପରିବର୍ତ୍ତେ ଏହି ବାତ୍ୟା ଭଦ୍ରକ ଜିଲ୍ଲାର ଜିଲ୍ଲାର ବାସୁଦେବପୁର (Basudebpur Bhadrak) ଓ ବାଲେଶ୍ୱର ଜିଲ୍ଲାର ବାହାନଗା (Bahanaga Balasore) ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସଦ୍ୟତମ ସୂଚନା ଅନୁସାରେ ଲ୍ୟାଣ୍ଡଫଲ୍ (cyclone Yaas landfall) ବେଳେ ପବନର ବେଗ ମଧ୍ୟ କମିବ । ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଅଛି ବୋଲି ଏସ୍.ଆର୍.ସି. କହିଛନ୍ତି । ବୁଧବାର ଭୋର୍ ୫ଟା ବେଳେ ବାତ୍ୟା ୟାସ୍ (cyclone Yaas) ଭଦ୍ରକର ଧାମରାରୁ ୭୦ କିମି ଓ ପାରାଦୀପଠାରୁ ୯୦ କିମି ଦୂରରେ ରହିଥିଲା । ଏହା ବାଲେଶ୍ବରଠୁ ୧୩୦ କିମି ଓ ପଶ୍ଚିମ ବଙ୍ଗର ଦୀଘାଠୁ ୧୨୦ କିମି ଦୂରରେ ରହିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପାଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ରୂପରେ ଗତି କରୁଥିବା ବାତ୍ୟା ୟାସର ଆଖିର ବ୍ୟାସାର୍ଦ୍ଧ ୩୫ କିଲୋମିଟର ରହିଛି । ଏହି ୩୫ କିଲୋମିଟର ମଧ୍ୟରେ ଅଧିକ କ୍ଷୟକ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ବାଲେଶ୍ବରରେ ବାତ୍ୟାର ପ୍ରଭାବରେ ଜାରି ରହିଛି ପ୍ରବଳ ବର୍ଷା । ଲଗାତର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ଜନଜୀବନ ବ୍ୟାହତ ହୋଇଛି । ବାତ୍ୟାକୁ ଆଖିରେ ରଖି ଜିଲ୍ଲାରେ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କଚ୍ଚା ଘରେ ଥିବା ଲୋକଙ୍କୁ ତୁରନ୍ତ ଘର ଛାଡ଼ିବାକୁ କୁହାଯାଇଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା
ଲ୍ୟାଣ୍ଡଫଲ୍ ସମୟ ଯେତିକି ପାଖେଇ ଆସୁଛି ଭଦ୍ରକ ଜିଲ୍ଲାର ଧାମରାରେ ଆସନ୍ନ ବାତ୍ୟାର ପ୍ରଭାବ ସେତିକି ଜୋର୍ ଦେଖିବାକୁ ମିଳୁଛି । ଧାମରାରେ ବର୍ଷା ଓ ପବନର ବେଗ ବଢୁଛି । ଧାମରାରେ ପ୍ରବଳ ବର୍ଷା ସହ ୭୦-୯୦ କିମି ବେଗରେ ପବନ ବହୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’ଉଭୟ ଭଦ୍ରକ ଓ ବାଲେଶ୍ବରରେ ସମୁଦ୍ରରେ ୭ରୁ ୧୩ ଫୁଟ୍ ଉଞ୍ଚା ଜୁଆର ଉଠିବା ଆଶଙ୍କା ରହିଛି । ବୁଧବାର ଦିନ ପୂର୍ଣ୍ଣିମା ତିଥି ଥିବାରୁ ଜୁଆର ଅଧିକ ପ୍ରଖର ହୋଇପାରେ । ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି ।
ଏହା ବି ପଢ଼ନ୍ତୁ | Railways: ବାତ୍ୟା ଯୋଗୁଁ ଅନେକ ଟ୍ରେନ୍ ବାତିଲ୍ ହେଲା; ଦେଖନ୍ତୁ କେଉଁ ଦିନ କେଉଁ ଟ୍ରେନ୍ ଚାଲିବନିବାତ୍ୟା ୟାସର ମୁକାବିଲା ପାଇଁ ଉଭୟ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଏନ୍.ଡି.ଆର୍.ଏଫ୍., ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ରଖାଯାଇଛି । ସେମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ଯ ଦିଆଯାଇଛି । ବାଲେଶ୍ବରରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ଦୁଇ ଜଣ ମନ୍ତ୍ରୀ ।
ବାତ୍ୟା ୟାସ୍ର ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ବାବନା ଅଛି । ଅତି ପ୍ରବଳ ବର୍ଷା ଆଶଙ୍କାରେ ନଅଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ନଅଟି ଜିଲ୍ଲା ହେଲେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ । ଅନ୍ୟ ପାଞ୍ଚଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଉଛନ୍ତି ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।