News18 Odia Digital
ଭୁବନେଶ୍ୱର: ବଙ୍ଗୋପସାଗରରେ ସୄଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ୟାସ୍ କେଉଁଠି ସ୍ଥଳ ଭାଗ ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସବିଶେଷ ତଥ୍ଯ ଆସିନି । କିନ୍ତୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ହୋଇ ଅଛନ୍ତି ।
ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା ଶୁକ୍ରବାର ଦିନ ବାତ୍ୟା ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗ ସହିତ ଏକାଧିକ ବୈଠକ କରି ବିଭିନ୍ନ ବିଭାଗକୁ ଦାୟିତ୍ଵ ଦେଇଛନ୍ତି । ବାତ୍ୟା ପୁର୍ବବର୍ତ୍ତୀ ସମୟ ହେଉ ବା ପରବର୍ତ୍ତୀ ସମୟ, ଯେମିତି ଲୋକେ ଅସୁବିଧା ନ ଭୋଗନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଏସ୍.ଆର୍.ସି. । ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍.ଡି.) ବି ଏକ ଜାତୀୟ ସ୍ତରର ବୈଠକରେ ନ୍ୟାସନାଲ ଡିଜାଷ୍ଟାର୍ ମ୍ୟାନେଜମେଣ୍ଟ୍ ଅଥରଟିର ସଦସ୍ୟମାନଙ୍କ ସହ ରାଜ୍ୟମାନଙ୍କରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିଛି ।
ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞମାନେଆଇ.ଏମ୍.ଡି.ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଶନିବାର ଦିନ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖ ବେଳକୁ ସେହି ଲଘୁଚାପ କ୍ଷେତ୍ରଟି ଡିପ୍ରେସନରେ ପରିଣତ ହୋଇ ୨୪ ତାରିଖରେ ବାତ୍ୟାର ରୂପ ନେଇପାରେ । ସେହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା ହୋଇଥିଲା । ୨୬ ତାରିଖ ବେଳକୁ ବାତ୍ୟା ସ୍ଥଳ ଭାଗମୁହାଁ ହୋଇ ଉତ୍ତର ଓଡି଼ଶାର ଉପକୂଳବର୍ତ୍ତୀ ଅଞ୍ଚଳଠାରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେରେ ସ୍ଥଳ ଭାଗ ଛୁଇଁବ । କିନ୍ତୁ ଏବେ ସୁଦ୍ଧା ଆଇ.ଏମ୍.ଡି. ପକ୍ଷରୁ ବାତ୍ୟା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍ VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ
ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା (ଫାଇଲ୍ ଫଟୋ)
‘‘ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ଏନ୍.ଡି.ଏମ୍. ପକ୍ଷରୁ ସବୁ ରାଜ୍ୟକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ପ୍ରସ୍ତୁତ କରି ରଖିଛନ୍ତି । ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍. ଓ ଫାୟାର୍ ସର୍ଭିସକୁ ବିଭିନ୍ନ ସ୍ଥାନକୁ ପଠାଗଲାଣି । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିମ୍ ଅଛନ୍ତି । ଗ୍ରାମ ପଞ୍ଚାୟତଗୁଡି଼କ ସାମିଲ୍ କରି ସ୍ଥାନାନ୍ତରଣ ପକ୍ରିୟାକୁ ସଠିକ ସମୟରେ କରିବା ଓ କୌଣସି ଲୋକ ଯେଭଳି କଚ୍ଚା ଘରେ ରହିବେ ନାହିଁ ତାହା ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି,’’ କହିଛନ୍ତି ଏସ୍.ଆର୍.ସି. ପ୍ରଦୀପ ଜେନା ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲାଶୁକ୍ରବାରଠାରୁ ସମୁଦ୍ର ମଧ୍ୟ ଭାଗକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ବିଭିନ୍ନ ବିଭାଗ ସହ ଆଲୋଚନାରେ ସେମାନଙ୍କୁ ନିଜ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ସବୁ ସହରାଞ୍ଚଳରେ ବାତ୍ୟାର କ୍ଷୟକ୍ଷତିକୁ ରୋକିବା ପାଇଁ ହାଇମାଷ୍ଟ୍ ଲାଇଟଗୁଡ଼ିକୁ ତଳକୁ ଖସାଯିବ । ଆଡଭାର୍ଟାଇଜମେଣ୍ଟ ବୋର୍ଡ଼ଗୁଡ଼ିକୁ (ହୋର୍ଡ଼ିଂ) ଖୋଲିଦେବା ପାଇଁ ସେଗୁଡ଼ିକର ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛି ନଗର ଉନ୍ନୟନ ବିଭାଗ । ସେମାନେ ଯଦି ନ ଖୋଲନ୍ତି ତାହେଲେ ସୋଗୁଡ଼ିକୁ ମୁନିସପାଲିଟି ଖୋଲିଦେବ ବୋଲି କହିଛନ୍ତି ଜେନା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ଅଭିନେତା ରାହୁଲ ଭୋରା‘‘ସମ୍ଭାବ୍ୟ ବାତ୍ୟାକୁ ନେଇ ତିନି ବିଭାଗ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ ବିଭାଗର ସମନ୍ନ୍ୱୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ ଖୋଲାଯିବ । ଗୋଟିଏ ଟୋଲ୍-ଫ୍ରି ଫୋନ୍ ନମ୍ବର ଜାରି ହେବ । ଯେଉଁଠି ଯାହା ଅସୁବିଧା ହେବ ସେହି ନମ୍ବରରେ ଲୋକେ ଜଣାଇପାରିବେ । ଯେହେତୁ ଖରା ଦିନେ ବାତ୍ୟା ଆସୁଛି ତେଣୁ ବନ୍ୟା ସ୍ଥିତି ଉପଜିବ ନାହିଁ । କେବଳ ଫ୍ଲାସ୍ ଫ୍ଲଡ୍ ସ୍ଥିତି ଆସିପାରେ । କିଛି ଜାଗାରେ ପାଣି ଜମି ପାରେ । ତାକୁ ଆଖି ଆଗରେ ରଖି ଆମେ ପ୍ରସ୍ତୁତ ହେଉଛୁ । ବିଭିନ୍ନ ବନ୍ଧଗୁଡି଼କରେ ପାଟ୍ରୋଲିଂକୁ କଡ଼ାକଡି଼ କରାଯିବ । ଡ୍ରେନଗୁଡି଼କୁ ସଫା କରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଯେଉଁଠି ଯେଉଁ ମେସିନ୍ ସବୁ ଅଛି ତାକୁ ଆମେ ପ୍ରସ୍ତୁତ କରି ରଖିଛୁ । ତୁରନ୍ତ ଆମେ ତାକୁ କାମରେ ଲଗାଇବୁ,’’ କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।
ପୁର୍ବରୁ ଦୁଇ ଦିନ ଧରି ଏନ୍.ଡି.ଆର୍.ଏଫ୍., ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ମୁଖ୍ୟଙ୍କ ସମେତ ସବୁ ବିଭାଗର ସଚିବ, ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓଟେଲିକମ୍ ଅପରେଟରମାନଙ୍କ ସହ ଆଲୋଚନା କରିଛନ୍ତି ଏସ୍.ଆର.ସି.।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।