News18 Odia Digital
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ରେମୁଣା ଓ ବାହାନଗା ଉପକୂଳରେ ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଘଣ୍ଟାକୁ ୧୭ କିଲୋମିଟର ବେଗରେ ଆସୁଥିବା ଭୀଷଣ ସାମୁଦ୍ରିକ ଝଡ଼ ୟାସ୍ (cyclone Yaas) ଯଦିଓ ବାଲେଶ୍ବରଠାରୁ ୪୦ କିମି ଦୂରରେ ଅଛି, ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରବଳ ପବନ ସାଙ୍ଗକୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।
ବୁଧବାର ସକାଳ ପ୍ରାୟ ୯ଟା ୨୦ରେ ୟାସର ଲ୍ୟାଣ୍ଡଫଲ୍ (cyclone Yaas landfall) ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ତିନିରୁ ଚାରି ଘଣ୍ଟା ଲାଗିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା । ମଧ୍ୟାନ୍ନ ଗୋଟାଏ ପୂର୍ବରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପୂରା ହୋଇଯିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ରେମୁଣା ଓ ବାହାନଗା ସଦର (Remuna Bahanaga Balasore) ପାଖ ଦେଇ ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ଜଣାପଡ଼ୁଛି ପବନର ବେଗ ଘଣ୍ଟା ପ୍ରତି ୧୩୦ କିମିରୁ ୧୪୦ କିମି ଭିତରେ ରହିବ । ଏହି ବାତ୍ୟା ବାଲେଶ୍ୱର ଜିଲ୍ଲା ଡେଇଁକି ମୟୂରଭଞ୍ଜ ଜିଲ୍ଲାକୁ ଯିବ । ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି ବା ତା’ ଠାରୁ ଟିକେ ଅଧିକ ରହିପାରେ,’’ କହିଛନ୍ତି ଜେନା ।

ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା ଲ୍ୟାଣ୍ଡଫଲ୍ ବିଷୟରେ ସୂଚନା ଦେଉଛନ୍ତି ।
ଏହି ବାତ୍ୟା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସର୍ବାଧିକ ୩୦୪ ମିମି ବର୍ଷା ବାରିପଦାରେ ରେକର୍ଡ଼ ହୋଇଛି ଓ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରର ସମୁଦ୍ରକୂଳିଆ ଓ ତଳି ଅଞ୍ଚଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ଜଣାପଡ଼ିଛି । ବୁଧବାର ମଧ୍ୟ ରାତ୍ରିରେ ବାତ୍ୟା ୟାସ୍ ମୟୂରଭଞ୍ଜ ଜିଲ୍ଲା ପାର୍ କରି ଝାରଖଣ୍ଡ ମଧ୍ୟକୁ ପ୍ରବେଶ କରିବ ବୋଲି କହିଛନ୍ତି ଜେନା ।
ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହେବ । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କ୍ଷୟକ୍ଷତି ହେବା ନେଇ ଆଶଙ୍କା ରହିଛି । ଅପରାହ୍ଣ ୩ଟା ଯାଏଁ ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବି ପ୍ରବଳ ବର୍ଷା ହୋଇପାରେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରେସଲର୍ ସୁଶୀଲ କୁମାର ନିଜ ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଆସିଥିଲେ; ସାମନାକୁ ଆସିଲା ଏକ ସ୍କୁଟିବାତ୍ୟା ପୂର୍ବରୁ ୫ ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ଏସ୍.ଆର୍.ସି. । ବାତ୍ୟାର ପ୍ରଭାବରେ ଭଦ୍ରକ ଜିଲ୍ଲାର ମୋହନପୁରରେ ଜୁଆର ୯ କିମି ଯାଏ ସ୍ଥଳ ଭାଗକୁ ଯିବ । ବାଲେଶ୍ବର ଜିଲ୍ଲାରେ ସମୁଦ୍ରର ଢେଉ ୨.୬ କିମି ଯାଏ ସ୍ଥଳଭାଗକୁ ଯାଇପାରେ । ଲ୍ୟାଣ୍ଡଫଲର ୩ରୁ ୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା ଓ ପବନ ଲାଗି ରହିପାରେ ।

ଚାନ୍ଦିପୁରରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି ।
ବାଲେଶ୍ବର ଜିଲ୍ଲାରେ ବାତ୍ୟା ପ୍ରଭାବରେ ଜାରି ରହିଛି ପ୍ରବଳ ବର୍ଷା । ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ଅନେକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ରାସ୍ତା ଉପରେ ଭଙ୍ଗା ଗଛ ଓ ବିଜୁଳି ଖୁଣ୍ଟ ସବୁ ପଡ଼ି ରହିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରେ ପାଣି ଜମି ଯାଇଛି । ବାତ୍ୟା ପୂର୍ବରୁ ଜିଲ୍ଲାରେ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନେକ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଛତିଶଗଡ଼ରେ ଜିଲ୍ଲାପାଳ ଜଣେ ଯୁବକକୁ ରାସ୍ତାରେ ପିଟିଲେ, ମୋବାଇଲ୍ ଭାଙ୍ଗିଲେ, କ୍ଷମା ମାଗିଲେରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଏନ୍.ଡି.ଆର୍.ଏଫ୍., ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ଯର ବ୍ୟବସ୍ଥା କରାଯାଇଛି । ବାଲେଶ୍ବରରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ଦୁଇ ଜଣ ମନ୍ତ୍ରୀ । ଚାନ୍ଦିପୁରରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି । ଅଶାନ୍ତ ରହିଛି ସମୁଦ୍ର । ବିଭିନ୍ନ ହୋଟେଲରେ ପାଣି ପଶି ଯାଇଥିବା ସୂଚନା ମିଳିଛି ।
ବାତ୍ୟାର ପ୍ରଭାବ ଦୀଘାରେ ବି ଦେଖିବାକୁ ମିଳିଛି । ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ରରେ ଉଚ୍ଚ ଲହର ଦେଖିବାକୁ ମିଳିଛି । ଦୀଘା ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ଜୋରରେ ପବନ ବହୁଛି । ସମୁଦ୍ରର ଜୁଆର ପାଣି ରାସ୍ତାକୁ ଉଠି ଆସିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।