Cyclone Update: ଗଭୀର ରୂପ ନେଲା ଅବପାତ; ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା

Cyclone Update: ବଙ୍ଗୋପସାଗରରେ ଆଜି ସନ୍ଧ୍ୟା ସୁଦ୍ଧା ସୃଷ୍ଟି ହେବ ବାତ୍ୟା। ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ଅବପାତ।

ଗଭୀର ରୂପ ନେଲା ଅବପାତ

ଗଭୀର ରୂପ ନେଲା ଅବପାତ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Cyclone Update: ବଙ୍ଗୋପସାଗରରେ ଆଜି ସନ୍ଧ୍ୟା ସୁଦ୍ଧା ସୃଷ୍ଟି ହେବ ବାତ୍ୟା (Cyclone)। ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ (Bay of Bengal) ଆଗକୁ ଆଗକୁ ବଢୁଛି ଅବପାତ। ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍‌।

ଏହା ଅଧିକ ଘନୀଭୂତ ହେବ। ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ନେବ ସାମୁଦ୍ରିକ ଝଡ଼ ‘ମୋକା’ର ରୂପ। ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବଢ଼ିବ ବାତ୍ୟା। ଯେତିକି ଆଗକୁ ବଢ଼ିବ ସେତେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ଼।

ବାତ୍ୟାର ଗତିପଥ


ଆସନ୍ତାକାଲି ରାତିରୁ ବଢ଼ିବ ପବନର ବେଗ । ଅତି ଭୀଷଣ ବାତ୍ୟାରେ ପରିଣତ ହେବାପରେ ଘଣ୍ଟାପ୍ରତି ୧୪୦ରୁ ୧୫୦ କିଲୋମିଟର ଓ ଏହା ବଢ଼ି ୧୬୫ କିଲୋମିଟ ଛୁଇଁପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବଙ୍ଗୋପସାଗରରେ ବାତ୍ୟା ଆସୁଥିଲେ ବି ଏହାର ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ପଡ଼ିବନି ।

ପ୍ରଥମେ ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବମୁହାଁ ହୋଇ ଆଗକୁ ଯିବ । ୧୨ ତାରିଖ ଆଡକୁ ବାତ୍ୟା ଦିଗ ବଦଳାଇ ବାଂଲାଦେଶ ଓ ମିଆଁମାର ଆଡକୁ ମୁହାଁଇପାରେ ବୋଲି ଆକଳନ କରାଯାଇଛି । ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଆଜି ପବନର ବେଗ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି ।

ସମୁଦ୍ର ଆଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଆମେରିକା ପାଣିପାଗ ସଂସ୍ଥା ଜଏଂଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ହେଉଥିବା ନେଇ ପୂର୍ବାନୁମାନ କରାଯାଇଛି ।
Published by:Lipina Das
First published: