ପାଣିପାଗ ଗବେଷଣା ଓ ସଚେତନତା କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ଯାଇଛି

ପାଣିପାଗ ଗବେଷଣା ଓ ସଚେତନତା କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ଯାଇଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ MOU ହସ୍ତାକ୍ଷର କରାଯାଇଛି।

ପାଣିପାଗ ଗବେଷଣା ଓ ସଚେତନତା କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ଯାଇଛି

ପାଣିପାଗ ଗବେଷଣା ଓ ସଚେତନତା କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ଯାଇଛି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବାଲେଶ୍ବର: ପାଣିପାଗ ଗବେଷଣା ଓ ସଚେତନତା କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ଯାଇଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ MOU ହସ୍ତାକ୍ଷର କରାଯାଇଛି।

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଆଇଏମଡି ମଧ୍ୟରେ Climate study & Disaster management ନେଇ MOU ସ୍ୱାକ୍ଷରିତ ହୋଇଛି। ପାଣିପାଗ ବିବରଣୀ ଅଧ୍ୟୟନ କରି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କିପରି ବିନିଯୋଗ କରିହେବ ସେନେଇ ଗବେଷଣା କରିବ ବିଶ୍ୱବିଦ୍ୟାଳୟ। ସେହିପରି ବିଜୁଳି ଜନିତ କ୍ଷୟକ୍ଷତିରୁ ରକ୍ଷା ପାଇଁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ରିସର୍ଚ୍ଚ ଟେଷ୍ଟ ବେଡ଼। ଏଥିରେ ଆଇଏମଦି ସହ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛତ୍ରଛାତ୍ରୀ ଗବେଷଣା କରିବା ସହିତ ଆଗୁଆ ବିଜୁଳିର ଆକଳନ କରି ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ମହାପାତ୍ର।

ଏଥି ସହିତ ଆଗାମୀ ଦୁଇ ବର୍ଷ ମଧ୍ୟରେ ବାଲେଶ୍ୱର ଓ ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଦୁଇଟି ଡ଼ଫଲର ରାଡ଼ାର ବୋଲି ସେ କହିଛନ୍ତି। ଏହାଦ୍ୱାରା ଓଡ଼ିଶା ସମେତ ପୋଡ଼ାଶୀ ରାଜ୍ୟର ପାଣିପାଗ ଗତିବିଧି ଉପରେ ନଜର ରଖି ହେବ।

ସେପଟେ ଉତ୍ତର ଆଣ୍ଡାମାନ ସଗାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହା ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି ବାତ୍ୟା ଆଶଙ୍କା। ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବାର ସମ୍ଭାବନା ରହିଛି।

୨୩ ତାରିଖରେ ସାଇକ୍ଲୋନିକ ଷ୍ଟର୍ମ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପ୍ରଥମ କରି କୁହାଯାଇଛି।

ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘‘୨୨ତାରିଖ ପରେ ଅବପାତଟି ବାତ୍ୟାର ରୂପ ନେଇପାରେ। ତେବେ ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ନ ଯିବ, ତା’ର ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ହିଁ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ। ଲଘୁଚାପ ବା ଅବପାତ ପରେ ହିଁ ବାତ୍ୟାର ଗତିପଥ ସ୍ପଷ୍ଟ ହେବ। ୨୨ ତାରିଖରେ ବାତ୍ୟା ରୂପ ନେଲାବେଳକୁ ଏହା ସମୁଦ୍ର ଭିତରେ ଥିବ। କେଉଁ ଦିଗରେ ଯିବ, ତୀବ୍ରତା କେତେ ରହିବା ତା’ର ପୂର୍ବାନୁମାନ ହୋଇନି।"
Published by:Lipina Das
First published: