Cyclone Alert: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ବଢ଼ିଲା ବାତ୍ୟା ଆଶଙ୍କା

Cyclone Alert: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆସନ୍ତାକାଲି ନେବ ଲଘୁଚାପର ରୂପ।

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Cyclone Alert: ସକ୍ରିୟ ରହିଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ (Bay Of Bengal) ଘୂର୍ଣ୍ଣିବଳୟ (Strom)। ଆସନ୍ତାକାଲି ନେବ ଲଘୁଚାପର (Low Pressure) ରୂପ। ୯ ତାରିଖ ସକାଳେ ଅବପାତ ପରେ ବାତ୍ୟାର (Cyclone) ରୂପ ନେବ।

ଏବେ ସୁଦ୍ଧା ଗତିପଥ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ କୌଣସି ଉପକୂଳ ପାଇଁ ନାହିଁ କୌଣସି ଚେତାବନୀ।

ହେଲେ ବାତ୍ୟା କେଉଁଆଡେ ଯିବ ସ୍ପଷ୍ଟ ସୂଚନା ନାହିଁ। ଅଧିକାଂଶ ପାଣିପାଗ ମଡେଲର ଆକଳନ ମିଆଁମାର ମୁହାଁଇବ ବାତ୍ୟା। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଆଡେ ମୁହାଁଇବ କେତେ ତୀବ୍ରତା ରହିବ ତାର ସଠିକ ପୂର୍ବାନୁମାନ ହୋଇନଥିବା କହିଛି ଆଇଏମ୍‌ଡି । ୮ତାରିଖ ବେଳକୁ ସ୍ପଷ୍ଟ ହେବ ବାତ୍ୟାର ଗତି ଓ ତୀବ୍ରତା।

ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବ। ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିବ ବାତ୍ୟା।

ଆଉ ଏହା ସ୍ଥଳ ଭାଗରେ ମାଡ଼ ହେବ । ପ୍ରାୟ ସମସ୍ତ ମଡେଲ୍ ଅତି ଭୀଷଣ ସାମୁଦ୍ରିକ ଝଡ଼ ହୋଇପାରେ ବୋଲି ଆକଳନ କରୁଛି । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ, କିନ୍ତୁ ବର୍ତ୍ତମାନର ଚିତ୍ର ଦର୍ଶାଉଛି ମିଆଁମାର ମୁହାଁ ହୋଇପାରେ ବାତ୍ୟା । କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତୀବ୍ରତା ଓ ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଆଜିଠାରୁ ବଢ଼ିବ ତାତି, କମିବ କାଳବୈଶାଖୀ ବର୍ଷା। ଆଜିଠାରୁ ୪ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବଢ଼ିବ। ୮ ତାରିଖ ପରେ ତାପମାତ୍ରା ସବୁ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ଆଞ୍ଚଳି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

MDର GFS ମଡେଲ୍‌ ଅନୁଯାୟୀ ମେ ୭ରେ ଦକ୍ଷିଣ ପୂର୍ବ ବଙ୍ଗୋପସଗରରେ ଲଘୁଚାପ ସୃଷ୍ଟି ହୋଇ ୯ ତାରିଖ ସୁଦ୍ଧା ସେହି ସ୍ଥାନରେ ଭୀଷଣ ବାତ୍ୟାରେ ପରିଣତ ହେବ।

କ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୧୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସଗରରେ ପହଞ୍ଚିବ। GEFS ମଡେଲ୍ କହୁଛି, ଦକ୍ଷିଣ ବଙ୍ଗୋପ ସାଗରରେ ଆସନ୍ତା ୭ ତାରିଖରେ ଲଘୁଚାପ, ୮ ତାରିଖରେ ଅବପାଟ, ୯ ତାରିଖରେ ବାତ୍ୟା ଏବଂ ୧୦ ତାରିଖରେ ଭୀଷଣ ବାତ୍ୟାର ସମ୍ଭାବନା ରହିଛି । ECMWF ମଡେଲର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୭ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ୯ ତାରିଖରେ ଅବପାତରେ ପରିଣତ ହେବ । କ୍ରମଶଃ ଉତ୍ତର ଆଡ଼କୁ ଗତି କରି ଆଣ୍ଡାମାନ ନିକଟରେ ୧୦ ତାରିଖରେ ବାତ୍ୟାର ରୂପ ନେବ । ତେବେ ସବୁ ମଡେଲର ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଉତ୍ତର ଦିଗରେ ଗତି କରି ଶକ୍ତିଶାଳୀ ହେବ।
Published by:Lipina Das
First published: