News18 Odia Digital
Cyclone Mocha: ଉଗ୍ରରୂପ ଧାରଣ କରିଛି ବାତ୍ୟା ‘ମୋକା’ (Cyclone Mocha)। ଆଜି ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ। ସ୍ଥଳଭାଗ ଛୁଇଁବା ବେଳେ ନେଇପାରେ ସୁପର ସାଇକ୍ଲୋନ୍ ରୂପ (Cyclone Strom)।
ପବନର ବେଗ ଛୁଇଁପାରେ ୨୨୦ କିମି। ଇଣ୍ଡିଆନ୍ କ୍ଲାଇମେଟ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମୋକା (Cyclone Mocha) ଏବେ ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି।
ଆଜି ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାରର କକ୍ସ ବଜାର ଓ କ୍ୟାୟପିୟୁ ମଧ୍ୟରେ ଥିବା ମିଆଁମାରର ସ୍ବଇଟେ ନିକଟରେ କରିବ ଲ୍ୟାଣ୍ଡଫଲ।
ବର୍ତ୍ତମାନ ବାତ୍ୟା ମୋକା ବାଂଲାଦେଶ ଠାରୁ ୪୦୦ କିଲୋମିଟର, ମିଆଁମାର ଠାରୁ ୩୧୦ କିଲୋମିଟର ଦୂରରେ ଅଛି। ଏହି ସମୟରେ ପବନରେ ବେଗ ଘଣ୍ଟା ପ୍ରତି ୧୮୦ ରୁ ୧୯୦ କିମି ସହ ସର୍ବାଧିକ ୨୧୦ କିମି ଯାଏଁ ରହିବାର ସମ୍ଭାବନା ରହିଛି। ଯାହାକି ବ୍ୟାପକ କ୍ଷୟକ୍ଷତି କରାଇବା ସମ୍ଭାବନା ଦେଖାଦେଇଛି।
ବାଂଲାଦେଶର କୋକ୍ସ ବଜାର ଓ ମିଆଁମାରର କ୍ୟାୟୁକ୍ୟୁ ମଧ୍ୟରେ ମୋକା ଲ୍ୟାଣ୍ଡଫଲ କରିବା ଆକଳନ କରୁଛନ୍ତି ଜାସନ ନିକୋଲସ। ଲ୍ୟାଣ୍ଡଫଲ ବେଳେ ହରିକେନ କାଟାଗୋରୀ ୩ ଭଳି ଭୀଷଣ ରହିବ ମୋକା। ବାଂଲାଦେଶର ସ୍ଥାନୀୟ ସମୟ ପ୍ରାୟ ବେଳେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କୋକ୍ସ ବଜାର ଛିନଛତ୍ର ହୋଇଯାଇପାରେ। ଭୂସ୍ଖଳନ ଭୟ ବି ଘାରିଛି। ବାଂଲାଦେଶରେ ବର୍ଷା ଆରମ୍ଭ ହୋଇ ଗଲାଣି।
ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଦୁଇ ଦଶନ୍ଧି ଭିତରେ ବାଂଲାଦେଶରେ ସବୁଠୁ ଅଧିକ ଶକ୍ତିଶାଳୀ ଜୁଆର ଉଠିବ । ଉପକୂଳବର୍ତ୍ତୀ ଏୟାରପୋର୍ଟ ବନ୍ଦ କରି ଦିଆଗଲାଣି। ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସମସ୍ତଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ ବୋଲି ବାଂଲାଦେଶ ସରକାର କହିଛନ୍ତି। ଅନ୍ୟପଟେ ମିଆଁମାରରେ ବାତ୍ୟା ପ୍ରଭାବରେ ଶୁକ୍ରବାର ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ମିଆଁମାର ଓ ବାଂଲାଦେଶରେ ବାତ୍ୟା ପାଇଁ ଆତଙ୍କ ସୃଷ୍ଟି ହୋଇଛି।
ପ୍ରଭାବରେ ବାଂଲାଦେଶ ଏବଂ ମିଆଁମାରରେ ବର୍ଷା ଲାଗି ରହିଛି। ଏହାଛଡା ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ମଣିପୁର ଓ ଦକ୍ଷିଣ ଆସାମରେ ବର୍ଷା ୱାର୍ଣ୍ଣି ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ଏହି ବାତ୍ୟା ସମୁଦ୍ରର ଜଳୀୟ ବାଷ୍ପକୁ ସାଙ୍ଗରେ ଟାଣି ନେଇଯିବାର ସମ୍ଭାବନା ରହିଛି ଏବଂ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ମେ ୧୫ ତାରିଖରୁ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ (Heat Wave) ଅନୁଭୂତ ହୋଇପାରେ।
ପଢ଼ନ୍ତୁ ଏହି ଖବର: PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ବ୍ୟାଙ୍କ ଖାତାକୁ ଆସିବ ୮୧ ହଜାର ଟଙ୍କା!ଏଭଳି ଅବସ୍ଥା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ। ତେବେ ବାତ୍ୟାର ପ୍ରଭାବରେ ରବିବାର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୩୫ ରୁ ୪୦ କିମି ରହିବାର ସମ୍ଭାବନା ଥିବା ବେଳେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବୁଲେଟିନ୍ରେ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।