ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ; କେଉଁ ଆଡ଼େ ମୁହାଁଇବ ସମ୍ଭାବ୍ୟ ବାତ୍ୟା ?

ଆଜି ଦକ୍ଷିଣ ପୂର୍ବ ବଙ୍ଗେପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, କାଲି ଲଘୁଚାପ

Cyclone: ମାଡ଼ି ଆସୁଛି ବାତ୍ୟା

Cyclone: ମାଡ଼ି ଆସୁଛି ବାତ୍ୟା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା କାଲି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ୮ରେ ଘନୀଭୂତ ହୋଇ ଅବପାତ ରୂପ ନେବ। ଏହା ଦକ୍ଷିଣକୁ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବା ସମୟରେ ବାତ୍ୟାର ରୂପ ନେବ। ୧୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ୮୦ କିଲୋମିଟର ବେଗରେ ପବନ ବହିବ।

କିନ୍ତୁ ବାତ୍ୟା କେଉଁଆଡେ ଯିବ ସ୍ପଷ୍ଟ ସୂଚନା ନାହିଁ। ଅଧିକାଂଶ ପାଣିପାଗ ମଡେଲର ଆକଳନ ମିଆଁମାର ମୁହାଁଇବ ବାତ୍ୟା। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଆଡେ ମୁହାଁଇବ କେତେ ତୀବ୍ରତା ରହିବ ତାର ସଠିକ ପୂର୍ବାନୁମାନ ହୋଇନଥିବା କହିଛି ଆଇଏମ୍‌ଡି । ୮ତାରିଖ ବେଳକୁ ସ୍ପଷ୍ଟ ହେବ ବାତ୍ୟାର ଗତି ଓ ତୀବ୍ରତା।



ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ସନ୍ଧ୍ଯା ୬ଟା ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବ । ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିବ ବାତ୍ୟା । ଆଉ ଏହା ସ୍ଥଳ ଭାଗରେ ମାଡ଼ ହେବ । ପ୍ରାୟ ସମସ୍ତ ମଡେଲ୍ ଅତି ଭୀଷଣ ସାମୁଦ୍ରିକ ଝଡ଼ ହୋଇପାରେ ବୋଲି ଆକଳନ କରୁଛି । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ, କିନ୍ତୁ ବର୍ତ୍ତମାନର ଚିତ୍ର ଦର୍ଶାଉଛି ମିଆଁମାର ମୁହାଁ ହୋଇପାରେ ବାତ୍ୟା । କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତୀବ୍ରତା ଓ ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।
Published by:Soumya Das
First published: