News18 Odia Digital
Cyclone News: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ (Wellmarked Low Pressure) । ଆଜି ସଂଧ୍ୟା ସୁଦ୍ଧା ଏହା ଅବପାତର (Depression) ରୂପ ନେବ । ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ ।
କେଉଁ ଆଡ଼େ ମୁହାଁଇବ ସମ୍ଭାବ୍ୟ ବାତ୍ୟା ?ବାତ୍ୟା ସୃଷ୍ଟି ହେଲା ପରେ ଆସନ୍ତା ୧୨ ତାରିଖ ଯାଏ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୨ ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରେ ପହଞ୍ଚିବ । ଆଉ ରିକର୍ଭ କରି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର ଆଡ଼କୁ ମୁହାଁଇବ । ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା । ଏହି ସମୟରେ ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ବେଗରେ ବହିପାରେ ପବନ । ତେବେ ବାତ୍ୟାର ପ୍ରଭାବ ଓଡ଼ିଶା ସମେତ ପୂର୍ବତଟ ରାଜ୍ୟଗୁଡ଼ିକ ଉପରେ ପଡ଼ି ନପାରେ ବୋଲି କହିଛନ୍ତି IMD ଡିଜି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳରେ ବର୍ଷା-ପବନ ସହ ସମୁଦ୍ର ଘୋର ଅଶାନ୍ତ ରହିବ । ଏସବୁ ଅଞ୍ଚଳ ସହ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଅଞ୍ଚଳରେ ଆସନ୍ତା ୫ ଦିନ ପାଇଁ ସମୁଦ୍ରରେ ମାଛଧରାଠାରୁ ଆରମ୍ଭ କରି ଜାହାଜ ଚଳାଚଳ ଓ ପର୍ଯ୍ୟଟନ ଗତିବିଧି ନ କରିବାକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ ।.
ଓଡ଼ିଶା ପ୍ରତି ବିପଦ ଅଛି କି ? ବାତ୍ୟା ପ୍ରଭାବରେ ବଙ୍ଗୋପ ସାଗରର ପୂର୍ବ ଉପକୂଳ ରାଜ୍ୟଗୁଡ଼ିକ ପାଇଁ ସେଭଳି କୌଣସି ବର୍ଷା-ପବନର ସମ୍ଭାବନା ନାହିଁ । ତେଣୁ ପୂର୍ବତଟ ରାଜ୍ୟ ଏମିତି କି ଓଡ଼ିଶା ପାଇଁ ମଧ୍ୟ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି । କିନ୍ତୁ ଲଘୁଚାପ ପ୍ରଭାବରେ ଆଗାମୀ ୪ରୁ ୫ ଦିନ ଯାଏଁ ଆଣ୍ଡାମାନ-ନିକୋବର ଦୀପପୁଞ୍ଜ ଅଞ୍ଚଳରେ ବର୍ଷା-ପବନ ଜାରି ରହିବ । ୧୦, ୧୧ ଓ ୧୨ ତାରିଖ ତିନି ଦିନ ସେଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।.
ଏହି ସିଷ୍ଟମ ଯୋଗୁଁ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳରେ ବର୍ଷା-ପବନ ସହ ସମୁଦ୍ର ଘୋର ଅଶାନ୍ତ ରହିବ । ଏସବୁ ଅଞ୍ଚଳ ସହ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଅଞ୍ଚଳରେ ଆସନ୍ତା ୫ ଦିନ ପାଇଁ ସମୁଦ୍ରରେ ମାଛଧରାଠାରୁ ଆରମ୍ଭ କରି ଜାହାଜ ଚଳାଚଳ ଓ ପର୍ଯ୍ୟଟନ ଗତିବିଧି ନ କରିବାକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ ।...
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।