Cyclone Mocha: ସୃଷ୍ଟି ହେଲା ବାତ୍ୟା ‘ମୋକା’; ୮କିମି ବେଗରେ କରୁଛି ଗତି

Cyclone Mocha Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’। ସମୁଦ୍ରରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

ସୃଷ୍ଟି ହେଲା ବାତ୍ୟା ‘ମୋକା’

ସୃଷ୍ଟି ହେଲା ବାତ୍ୟା ‘ମୋକା’

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Cyclone Mocha: ବଙ୍ଗୋପସାଗରରେ (Bay of Bengal) ସୃଷ୍ଟି ହେଲା ବାତ୍ୟା ‘ମୋକା’ । ସମୁଦ୍ରରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି।  ପୋର୍ଟ ବ୍ଲେୟାର ଠାରୁ ବାତ୍ୟା ମୋକା ୫୧୦ କିଲୋମିଟର ଏବଂ ବାଂଲାଦେଶର କୋକ୍ସବଜାର ଠାରୁ ୧୨ଶହ ୧୦ କିଲୋମିଟର ଦୂରରେ ଗତି କରୁଛି। ଏହି ବାତ୍ୟା ଆଜି ମଧ୍ୟରାତ୍ରିରେ ସିଭିୟର ସାଇକ୍ଲୋନିକର ରୂପ ନେବ । ୧୩ ତାରିଖ ସନ୍ଧ୍ୟାରେ ବାତ୍ୟା ପିକ୍‌ ପୋଜିସନ ବା ଭୟଙ୍କର ସ୍ଥିତିରେ ପହଞ୍ଚିବାର ସମ୍ଭାବନା ରହିଛି ।

କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ? 

ବାତ୍ୟା ମିଆଁମାର କିମ୍ବା ବାଂଲାଦେଶ ନିକଟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସହ ଅନେକ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ କହୁଛନ୍ତି । ୧୩ ତାରିଖ ପରେ ବାତ୍ୟା ଦୁର୍ବଳ ହୋଇ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବ । ୧୪ ତାରିଖରେ ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳ ଦେଇ ଗତି କରିବ । ବାଂଲାଦେଶର କୋକ୍ସ ବଜାର ଏବଂ ମିଆଁମାରର କାୟପୁ ମଧ୍ୟ ଦେଇ ୧୪ ତାରିଖ ମଧ୍ୟାହ୍ନରେ ଗତି କରିବ । ଏହି ସମୟରେ ପବନର ବେଗ ୧୨୦ରୁ ୧୩୦ ଏବଂ ସ୍ଥଳ ବିଶେଷରେ ଏହା ୧୪୫ କିଲୋମିଟର ରହିବ ।

ଓଡ଼ିଶା ଉପରେ ଭାରତର ପ୍ରଭାବ କଣ ରହିବ ?

ବାତ୍ୟା ମୋକାର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବରୁ ମଧ୍ୟ କହି ସାରିଛନ୍ତି । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକଲ୍ସ (Jason Nicholls) ମଧ୍ୟ ସମାନ କଥା କହିଛନ୍ତି । ଏଇ ସପ୍ତାହ ଶେଷରେ ଅର୍ଥାତ ଶନିବାର କିମ୍ବା ରବିବାର ବାତ୍ୟା ମିଆଁମାର କିମ୍ବା ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିପାରେ ।  ତେବେ ଓଡ଼ିଶା ସରକାର ଆଗୁଆ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ ରହିବାକୁ କହିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’


ଖରା ଦିନିଆ ବାତ୍ୟାର ଗତିପଥର ପ୍ରାରମ୍ଭିକ ଆକଳନ କେତେ ଠିକ୍‌ ?

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଖରା ଦିନିଆ ବାତ୍ୟା ଟିକେ ଅଲଗା । ଏହା ଶେଷ ମୁହୂର୍ତ୍ତରେ ଦିଗ ବଦଳାଏ । ଏଭଳି ଘଟଣା ନଜିର ରହିଛି । ଫୋନି ବାତ୍ୟା ଯାହାକି ପ୍ରାରମ୍ଭିକ ଆକଳନ ଅନୁସାରେ ଓଡ଼ିଶାରୁ ବହୁ ଦୂର ବାଂଲାଦେଶ ସୁନ୍ଦରବନ୍‌ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବାର ଥିଲା, ଶେଷ ମୁହୂର୍ତ୍ତରେ ଦିଗ ବଦଳାଇ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।

ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅଂଶୁଘାତ ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଟାଣ ଖରାକୁ ନ ଯିବାକୁ କୁହାଯାଇଛି। ସେହିଭଳି ବାହାରକୁ ଯିବାକୁ ଥିଲେ ଯଥେଷ୍ଟ ପାଣି ପିଇବା ସହ ପାଣି ବୋତଲ ଓ ଛତା ସାଥିରେ ନେବାକୁ ପରାମର୍ଶ ଦିଆଯାଇଛି।
Published by:Lipina Das
First published: