ବାତ୍ୟା Jawad ଓଡ଼ିଶା ଉପକୂଳ ମୁହାଁ ହେଉଛି; ଗୁଲାବଠାରୁ ଟିକିଏ ଅଧକ ଓ ତିତଲିଠାରୁ କମ୍‌ ରହିବ

Cyclone Jawad in Odisha will be less severe than Titli, but more than Gulab | ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିରକରେ ବାତ୍ୟା ଜୱାଦ୍ ପ୍ରଭାବରେ ପ୍ରବଳ ବର୍ଷା ହେବ, କିନ୍ତୁ ପବନର ବେଗ ସର୍ବାଧିକ ୧୦୦ କିମି ରହିପାରେ ବୋଲି ଅନୁମାନ ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ସମୟରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିପାରେ । (ପ୍ରତୀକାତ୍ମକ ଛବି)

ବାତ୍ୟା ସମୟରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିପାରେ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଶା ଉପକୂଳ ମୁହାଁ ହେଉଥିବା ବାତ୍ୟା ଜୱାଦ୍‌ (cyclone Jawad) ଶୁକ୍ରବାର ପୂର୍ବାହ୍ନରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟା ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର (ଆଇ.ଏମ୍‌.ଡି.) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୫ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଜୱାଦ (Jawad update) ପୁରୀ ଉପକୂଳ ଛୁଇଁପାରେ ।

ଶନିବାର ଦିନ ବାତ୍ୟା ଜୱାଦ (Jawad) ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିବା ପରେ ଧୀରେ ଧୀରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । ପୁରୀ ଅତିକ୍ରମ କରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପଶ୍ଚିମ ବଙ୍ଗ ଆଡ଼କୁ ଅଗ୍ରସର ହେବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ରହିବ । ଝଟକା ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିପାରେ ।

ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଶୁକ୍ରବାର ମଧ୍ୟରାତ୍ରୀରୁ ଉପକୂଳ ଜିଲ୍ଲାରେ ପବନର ବେଗ ବଢ଼ିପାରେ । ତେବେ ବାତ୍ୟା ଜୱାଦର ତୀବ୍ରତା ପୂର୍ବ ବାତ୍ୟା ଗୁଲାବଠାରୁ ଟିକିଏ ଅଧକ ଓ ତିତଲିଠାରୁ କମ୍‌ ରହିବ ବୋଲି କହିଛନ୍ତି ଆଇ.ଏମ୍‌.ଡି.ର ମହାନିର୍ଦ୍ଦେଶକ ।

ସ୍ପେଶାଲ୍ ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା


ଏହା ବି ପଢ଼ନ୍ତୁ | ଗଞ୍ଜେଇ ଚାଲାଣ: ‘‘ଆର୍ୟନ୍ ଖାନଙ୍କ ପରି ଆମାଜନ୍ ଅଧିକାରୀମାନଙ୍କୁ କାହିଁକି ଗିରଫ କରାଯାଉନି?’’

‘‘ଏବେ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଶନିବାର ସକାଳେ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ନିକଟସ୍ଥ ସମୁଦ୍ରରେ ପହଞ୍ଚିବ । ଶନିବାର ସନ୍ଧ୍ୟା ପରେ ପରେ ଏହି ବାତ୍ୟା ଧୀରେ ଧୀରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ ଓ ୫ ତାରିଖ ମଧ୍ୟାନ୍ନ ପାଖାପାଖି ଏହା ପୁରୀ ଛୁଇଁବ । ପୁରୀ ଅତିକ୍ରମ କରିବା ପରେ ଏହା ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲା ହୋଇ ପୁଣି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବା ପରେ ପଶ୍ଚିମ ମୁହାଁ ହେବ । ଏହି ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର୍‌ ପ୍ରତି ଘଣ୍ଟା ହୋଇପାରେ ଓ କେବେ କେବେ ୧୦୦ କିଲୋମିଟର୍‌ ପ୍ରତି ଘଣ୍ଟା ହୋଇପାରେ,’’ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଏୟାରଟେଲ୍ ଭୋଡ଼ାଫୋନ ପରେ Jio ବି ନିଜ ପ୍ଲାନଗୁଡ଼ିକର ଦର ବଢ଼ାଇଲା; ଜାଣନ୍ତୁ ନୂଆ ଦର

ବାତ୍ୟା ପ୍ରଭାବରେ ବର୍ଷା ଅଧିକ ହେବ ଓ ପବନ କମ୍ ବହିବ । ପବନର ବେଗ ୧୦୦ କିଲୋମିଟର ଟପିବ ନାହିଁ ବୋଲି ଆକଳନ କରାଯାଉଥିବା ବେଳେ ବର୍ଷା ସ୍ଥାନେ ସ୍ଥାନେ ୨୦୦ ମିଲିମିଟରରୁ ଅଧିକ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ବାତ୍ୟା ସ୍ଥିତିର ସମୀକ୍ଷା କରି ଏସ୍‌.ଆର୍‌.ସି. କହିଛନ୍ତି ଯେ ଶୁକ୍ରବାର ମଧ୍ୟରାତ୍ରୀ କିମ୍ବା ୪ ତାରିଖଠାରୁ ବର୍ଷା ଆରମ୍ଭ ହୋଇଯାଇପାରେ। ୪ ତାରିଖରେ  ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର କିଛି ଅଂଶରେ ଅଧିକ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

୫ ତାରିଖରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୪ ତାରିଖରୁ ୫ ତାରିଖ ସକାଳ ଭିତରେ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଉଛି

‘‘ବାତ୍ୟା ଜୱାଦର ପ୍ରଭାବରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି । ପୁରୀ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ ଖୋର୍ଦ୍ଧାର ଅଂଶବିଶେଷରେ ଅଧିକ ବର୍ଷା ହେବ । ଏଗୁଡ଼ିକୁ ଛାଡ଼ି ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୫ ତାରିଖରେ ମଧ୍ୟ ବର୍ଷା ରହିବ, ବିଶେଷତଃ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ,’’ କହିଛନ୍ତି ସ୍ପେଶାଲ୍‌ ରିଲିଫ୍‌ କମିଶନର୍‌ (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ବାତ୍ୟା ଜୱାଦର ପ୍ରଭାବରେ ସମୁଦ୍ରରେ ୫ ମିଟର ଉଚ୍ଚର ଜୁଆର ଉଠିପାରେ । ଜୱାଦ୍‌ ଆସୁଥିବାରୁ ଗୋପାଳପୁର ଓ ପୁରୀରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୧ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି । ୪ ତାରିଖରୁ ୫ ତାରିଖ ସକାଳ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜାରି କରାଯାଇଛି ରେଡ୍ ୱାର୍ଣ୍ଣିଂ ।
Published by:Anand S.T. Das
First published:
)}